ମରିବୁ ପଛେ ଛାଡ଼ିବୁ ନାହିଁ କହିଲେ କୁନ୍‌ମୁନ୍‌ଙ୍କ ପରିବାର

ଗଞ୍ଜାମ,୨୦ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଓ୍ବାର୍ଡ ନଂ ୩ ଗୌଡ଼ ସାହିରେ କୁନ୍‌ମୁନ୍‌ଙ୍କ ପରିବାର ଦୀର୍ଘବର୍ଷ ହେବ ରହି ଆସୁଛନ୍ତି। କୁନ୍‌ମୁନ୍‌ଙ୍କ ପରିବାର କହିଲେ ସ୍ତ୍ରୀ ଏବଂ ଏକ ମାତ୍ର ଝିଅ। ବିଭିନ୍ନ ଗାଁ ବୁଲି ମୁଲିଆ ଭାବେ ଘର କଲର ଲଗା କାମ କରନ୍ତି କୁନ୍‌ମୁନ୍‌। ଘରେ ଏକ ମାତ୍ର ବଢିଲା ଝିଅ। ନିଜର କିଛି ଜମିଜମା କିମ୍ବା ଘର ଦ୍ୱାର ନ ଥିବାରୁ ଗୌଡ଼ ସାହି ପୋଖରୀ ପାର୍ଶ୍ୱରେ ଝାଟିମାଟି କାନ୍ଥ ସହ ତମ୍ବୁ ଟାଣି ରହୁଛନ୍ତି। ସରକାରଙ୍କ ବିଭିନ୍ନ ଯୋଜନା କୁନ୍‌ମୁନ୍‌ ଓ ତାଙ୍କ ପରିବାର ପାଇଁ ସାତସପନ l ଏଭଳି ପରିସ୍ଥିତିରେ ସେଠାରୁ ହଟିବା ତଥା ଜବରଦଖଲ ଉଚ୍ଛେଦ ନିମନ୍ତେ ଗତ ୯େରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କୁନ୍‌ମୁନ୍‌ଙ୍କୁ ନୋଟିସ୍‌ ଜାରି କରାଯାଇଥିବା ଜଣାପଡ଼ିଛି। ନୋଟିସ୍‌ ପାଇବାର ୩ ଦିନ ମଧ୍ୟରେ ଘର ଖାଲି ନ କଲେ ମ୍ୟୁନିସିପାଲିଟି ଆଇନ ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି। ଉକ୍ତ ତିନି ନଂ ଓ୍ବାର୍ଡର ଜନସାଧାରଣଙ୍କ ହିତ ଦୃଷ୍ଟିରୁ ବନ୍ଧ ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ଚିଠିରେ ଦର୍ଶାଯାଇଛି। ନୋଟିସ୍‌ ପାଇବା ପରେ ଚିନ୍ତାରେ କୁନ୍‌ମୁନ୍‌ଙ୍କ ପରିବାର। ଶୀତ ଦିନେ ସ୍ତ୍ରୀ ପିଲାଙ୍କୁ ନେଇ କୁଆଡ଼େ ଯିବେ କେଉଁଠି ରହିବେ ସେଥିପାଇଁ ନୋଟିସ୍‌ ପାଇବା ଦିନଠୁ ନିଦ ନାହିଁ ବୋଲି କୋହଭରା କଣ୍ଠରେ କହିଛନ୍ତି କୁନ୍‌ମୁନ୍‌ ଓ ତାଙ୍କ ସ୍ତ୍ରୀ। ଆମକୁ ଥଇଥାନ କରାଯିବ ବୋଲି ଏନ୍‌ଏସି ପ୍ରଶାସନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଥଇଥାନ ନ କରି ଚିଠି ମାଧ୍ୟମରେ ଉଠିବାକୁ କୁହାଯାଇଛି। ମରିବୁ ପଛେ ସ୍ଥାନ ଛାଡ଼ିବୁ ନାହିଁ ବୋଲି କୁନ୍‌ମୁନ୍‌ ଗଣମାଧ୍ୟମକୁ କହିଛନ୍ତି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri