Posted inଜାତୀୟ

ଶିନ୍ଦେଙ୍କ ପରେ ସୀତାରାମନଙ୍କୁ କଟାକ୍ଷ କରି ଫସିଲେ, ଦ୍ୱିତୀୟ ଥର ସମନ କଲା ମୁମ୍ବାଇ ପୋଲିସ

ମୁମ୍ବାଇ, ୨୭।୩: ବିବାଦରେ ଥିବା ଷ୍ଟାଣ୍ଡ୍‌ଅପ୍‌ କମେଡିଆନ କୁନାଲ କାମ୍‌ରା ବୁଧବାର କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଟାର୍ଗେଟ କରି ନିଜର ଏକ ବ୍ୟଙ୍ଗାତ୍ମକ ଗୀତର ଭିଡିଓକୁ ଏକ୍ସ’ରେ ପୋଷ୍ଟ କରିଛନ୍ତି। ୧୯୮୭ ମସିହାର ସୁପରହିଟ ଫିଲ୍ମର ‘ମିଷ୍ଟର ଇଣ୍ଡିଆ’ ପ୍ରସିଦ୍ଧ ଗୀତ ‘ହଓ୍ବା ହଓ୍ବାଇ’ର ତାଳେ ତାଳେ ସେ ମୁଦ୍ରାସ୍ଫୀତି ଓ ଗୁଡ୍ସ ଆଣ୍ଡ୍‌ ସର୍ଭିସ୍‌ ଟାକ୍ସ (ଜିଏସ୍‌ଟି) କୁ ପ୍ରସଙ୍ଗ କରି ନିର୍ମଳାଙ୍କୁ ପରିହାସ କରିଛନ୍ତି। ଗୀତରେ କୁନାଲ ନିର୍ମଳାଙ୍କୁ ଟାର୍ଗେଟ କରି ‘ଶାଢ଼ିବାଲି ଦିଦି’ କହିଛନ୍ତି। ମୁମ୍ବାଇର ହାବିଟାଟ୍‌ ଷ୍ଟୁଡିଓରେ ପ୍ରାୟ ମାସେ ତଳେ କାମ୍‌ରାଙ୍କ ଏହି ଭିଡିଓ ରେକର୍ଡ ହୋଇଥିବା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ତେବେ ଶିନ୍ଦେଙ୍କୁ କାମ୍‌ରାଙ୍କର ବ୍ୟଙ୍ଗ ନେଇ ଶିବସେନା ବିଧାୟକ ମୁର୍ଜି ପଟେଲଙ୍କର ଅଭିଯୋଗ ଆଧାରରେ ରୁଜୁ ହୋଇଥିବା ମାମଲାକୁ କେନ୍ଦ୍ର କରି ମୁମ୍ବାଇ ପୋଲିସ ମଙ୍ଗଳବାର କାମ୍‌ରାଙ୍କୁ ସମନ କରିଥିଲା। ତେବେ ପୋଲିସ ସମ୍ମୁଖରେ ହାଜର ହେବାକୁ କାମ୍‌ରା ସପ୍ତାହେ ସମୟ ମାଗିଥିଲେ। ତେବେ ବୁଧବାର ମୁମ୍ବାଇ ପୋଲିସ କାମ୍‌ରାଙ୍କ ଉକ୍ତ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବା ସହ ତାଙ୍କୁ ଦ୍ୱିତୀୟ ଥର ପାଇଁ ସମନ କରିଛି। ତେବେ ଯେଉଁ ଭିଡିଓରେ କୁନାଲ ଶିନ୍ଦେଙ୍କୁ ଟାର୍ଗେଟ କରିଥିଲେ। ଉକ୍ତ ଭିଡିଓ ପାଇଁ ତାଙ୍କୁ କପିରାଇଟ ଉଲ୍ଲଂଘନର ନୋଟିସ ମିଳିଛି। ମ୍ୟୁଜିକ୍‌ କମ୍ପାନୀ ଟି-ସିରିଜ୍‌ ପକ୍ଷରୁ ୟୁଟ୍ୟୁବ୍‌ ନିକଟରେ ଉକ୍ତ ଭିଡିଓକୁ ରିପୋର୍ଟ କରାଯାଇଛି। ଏନେଇ କୁନାଲ ଏକ୍ସ’ରେ ଟି-ସିରିଜ୍‌କୁ ଟ୍ୟାଗ୍‌ କରି ଅସନ୍ତୋଷ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ବୟାନ, କହିଲେ ‘ଶିକ୍ଷିତ ହିନ୍ଦୁମାନେ ମମତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ’

କୋଲକାତା,୪।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ବର୍ତ୍ତମାନ ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, ଭାଜପା ବହୁମତ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ଅତିକ୍ରମ କରିଛି।…

ବାଲଡ଼ା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ମାରି ଜନଶୁଣାଣି କରାଇ ଦେଲେନି ଲୋକେ, ଫେରି ଆସିଲେ ଅଧିକାରୀ

ନନ୍ଦପୁର/ପାଡୁଆ,୪।୫( ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): ପୂର୍ବରୁ ଅନୁଷ୍ଠିତ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣିରେ ପଞ୍ଜୀକୃତ ପଞ୍ଚାୟତବାସୀଙ୍କ ସମସ୍ୟା ଓ ଅଭିଯୋଗର ସମାଧାନ ଏଯାବତ୍ ହୋଇପାରି ନାହିଁ…

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ଏକାଠି ହୋଇ ବର୍ଷିଲେ ଶତାଧିକ ମହିଳା

ମହାକାଳପଡ଼ା,୪ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଅଲେଖ ସୁନ୍ଦରୀ ପୀଠରେ ରବିବାର ୨୨ ନମ୍ବର ଜୋନସ୍ତରୀୟ ଭାଜପା ପକ୍ଷରୁ ଜନ ଆକ୍ରୋଶ…

ବଡ଼ ସୂଚନା; କୋଲକାତାରେ ଆଜି ନିର୍ବାଚନ ବିଜୟ ଉତ୍ସବ ମନା, ଜାଣନ୍ତୁ କାରଣ

କୋଲକାତା,୪।୫: ପଶ୍ଚିମବଙ୍ଗ ବିଧାନସଭାର ନିର୍ବାଚନର ଭୋଟ ଗଣତି ସକାଳ ୮ ଟାରୁ ଆରମ୍ଭ ହୋଇଛି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ, ଭାଜପା ୧୨୩ଟି ଆସନରେ ଆଗୁଆ ଥିବା…

ନିଦ୍ରାହୀନତା ଆଶଙ୍କା ଦୂରକରେ ଯୋଗ

ଶରୀରକୁ ସୁସ୍ଥ, ସୁନ୍ଦର ଓ ସନ୍ତୁଳିତ ରଖିବା ପାଇଁ ଶାରୀରିକ ବ୍ୟାୟାମ ସହ ଯୋଗର ମଧ୍ୟ ଆବଶ୍ୟକତା ରହିଛି। ଅନେକ ସମୟରେ ଅଧିକାଂଶ ଲୋକ ଚାପରେ ରହିବା…

ମୋହନ ନାୟକ ରାୟଗଡା ଯୁବ କଂଗ୍ରେସ ସଭାପତି

ଟିକିରି, ୪।୫ (ପ୍ରଫୁଲ୍ଲ କୁମାର ବେହେରା) ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରାଜ୍ୟ କଂଗ୍ରେସ ଓଡ଼ିଶାର ସମସ୍ତ ଜିଲାରେ ଯୁବ କଂଗ୍ରେସ ସଭାପତି ଚୟନ କରିଛ। ରାଜ୍ୟ…

ଥାଲାପତିଙ୍କ ବିଜୟରେ ଖୁସି ହୋଇ ତିରୁପତି ପହଞ୍ଚିଲେ rumored ଗର୍ଲ ଫ୍ରେଣ୍ଡ? ଖୁସି ହେଉଛନ୍ତି ପ୍ରଶଂସକ

ଚେନ୍ନାଇ,୪।୫: ୪ ମଇ, ୨୦୨୬, ଦକ୍ଷିଣ ଭାରତୀୟ ସିନେମା ଏବଂ ତାମିଲନାଡୁ ରାଜନୀତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଭାବରେ ଉଭା ହୋଇଛି। ପ୍ରକୃତରେ, ଗୋଟିଏ ପଟେ,…

ପୃଥିବୀର ଅଦୃଶ୍ୟ ସୁରକ୍ଷା କବଚ

ଚଳିତ ବର୍ଷ ମହାବିଦ୍ୟାଳୟ ପରୀକ୍ଷା କାର୍ଯ୍ୟ ସମାପନ ପରେ ଦିନ ୧୧ ଟାରେ ଜଣେ ବନ୍ଧୁଙ୍କ ସହିତ ମହାବିଦ୍ୟାଳୟ ଫାଟକ ନିକଟକୁ ବାହାରିଥାଉ ଚା’ ପିଇବାକୁ। ସେଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri