କୁମୁଡ଼ ହତ୍ୟାକାଣ୍ଡ ଘଟଣା: ସିନ୍‌ ରିକ୍ରିଏସନ୍‌ ପରେ ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଆନନ୍ଦପୁର,୧୪ା୧(ସୁଶାନ୍ତ କୁମାର ସାହୁ): ଜମିବାଡ଼ି ବିବାଦ ପାଇଁ କକାଙ୍କ ପରିବାର ସଂଘବଦ୍ଧ ଆକ୍ରମଣରେ ପୁତୁରାଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ କକା ଓ କକାପୁଅ ଭାଇ (ବାପ-ପୁଅ)ଙ୍କୁ ଗିରଫ କରିଛି ପୋଲିସ। ତେବେ ହତ୍ୟାକାଣ୍ଡ ଘଟଣାର ସିନ୍‌ ରିକ୍ରିଏସନ ପରେ ଘସିପୁରା ପୋଲିସ ବାପ-ପୁଅଙ୍କୁ ବାନ୍ଧିଛି। ଏଥିସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗା ଜବତ କରିବାସହ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରିଛି।

ଜମିବାଡି ବିବାଦକୁ କେନ୍ଦ୍ର କରି ଘଷିପୁରା ଥାନା କୁମୁଡ଼ ଗାଁରେ ଗତ ୧୦ ତାରିଖ ରାତିରେ ଗାଁର ଯୁବକ ମଳୟ କୁମାର ମୋଦିଙ୍କୁ ହତ୍ୟା କରିଥିଲେ ନିଜ କକା ପୀତାମ୍ବର ମୋଦିଙ୍କ ପିରିବାର ଲୋକେ ା ଉକ୍ତ ରାତିରେ ପ୍ରଥମେ ପୀତାମ୍ବରଙ୍କ ପରିବାର ସହ ମଳୟଙ୍କ ପରିବାରର ବଚସା ହୋଇଥିଲା ା ବଚସା ଉଗ୍ରରୂପ ନେବା ପରେ ପୀତାମ୍ବରଙ୍କ ପୁଅ ଆଦିଦ୍ୟନାଥ ଏକ ଠେଙ୍ଗାରେ ମଳୟଙ୍କ ମୁଣ୍ଡକୁ ଆଘାତ ଦେବାରୁ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ଡାକ୍ତରଖାନାସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେହି ରାତିରେ ମଳୟଙ୍କ ମୃତ୍ୟୁ ଘଟିଥିଲା। ତେବେ ଆକ୍ରମଣ ପରେ ଅଭିଯୁକ୍ତ ଆଦିତ୍ୟନାଥ ଫେରାର ହୋଇ ଲୁଚି ରହିଥିବାବେଳେ ଭୁବନେଶ୍ବରରୁ ତାଙ୍କୁ ଗିରଫ କରିଥିଲା ଘଷିପୁରା ପୋଲିସ ା ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗା ଜବତ କରିବା ପରେ ଉଭୟ ହତ୍ୟା ଅଭିଯୁକ୍ତ ବାପା ପୀତାମ୍ବର ଓ ପୁଅ ଆଦିତ୍ୟନାଥଙ୍କୁ ନେଇ ହତ୍ୟାକାଣ୍ଡର ସିନ୍‌ ରିକ୍ରିଏସନ କରିଥିଲା। ଅଭିଯୁକ୍ତ ବାପ-ପୁଅଙ୍କୁ କୋର୍ଟ ଚାଲାଣ କରି ଅଭିଯୁକ୍ତ ପରିବାରର ଅନ୍ୟମାନଙ୍କ ସଂପୃକ୍ତି ବିଷୟରେ ତଦନ୍ତ ଚଳାଇଛି ପୋଲିସ। ଅନ୍ୟପଟେ ଘଟଣାରେ ସଂପୃକ୍ତ ସମସ୍ଥ ଅଭିଯୁକ୍ତଙ୍କୁ ଗିରଫ ପାଇଁ ମୃତକ ମଳୟ ପରିବାର ପକ୍ଷରୁ ଭାଇ କୃଷ୍ଣଚନ୍ଦ୍ର ମୋଦି, ମା’ ଅନ୍ନପୂର୍ଣ୍ଣା ମୋଦି ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫିନ ଆଲେନଙ୍କ ବିସ୍ଫୋରକ ଶତକ: ଟି୨୦ ବିଶ୍ୱକପ ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ

କୋଲକାତା,୪।୩: ନ୍ୟୁଜିଲାଣ୍ଡ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲରେ ପହଞ୍ଚିଛି। ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ୮ ଉଇକେଟ୍‌ରେ ପରାସ୍ତ କରି ଦ୍ୱିତୀୟଥର ପାଇଁ ଟି୨୦ ବିଶ୍ୱକପର ଫାଇନାଲରେ…

ସେକ୍ଟର-୬ ଆନନ୍ଦ ମାର୍ଗ ବସ୍ତିରେ ଗୋଷ୍ଠୀ ସଂଘର୍ଷ: ୭ ଆହତ, ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ

ରାଉରକେଲା, ୪।୩(ସଂଗୀତା ଜେନା): ଆନନ୍ଦ ମାର୍ଗ ବସ୍ତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଏକ ସାମାନ୍ୟ ବିବାଦ ପରେ ବୁଧବାର ରାଉରକେଲାର ସେକ୍ଟର-୬ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।…

ବ୍ରିଜ ତଳକୁ ଖସିଲା ପିକଅପ୍‌: ୬ ଆହତ

ନନ୍ଦପୁର, ୫/୩(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଥାନା ଅଧୀନ କୁମାରଗନ୍ଧନା ପଞ୍ଚାୟତର ହଣ୍ଡାଲତୋଟା ନିକଟ ବ୍ରିଜ ତଳକୁ ଏକ ପିକଅପ ଗାଡ଼ି ଖସି ପଡ଼ିବାରୁ ୬ ଜଣ…

ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡକୁ ୧୭୦ ରନ୍‌ ଟାର୍ଗେଟ୍‌ ଦେଲା ଦକ୍ଷିଣ ଆଫ୍ରିକା

କୋଲକାତା,୪।୩: ଟି୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ୍‌ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୬୯/୮ ସ୍କୋର କରିଥିଲା। ଦକ୍ଷିଣ…

ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଆଖିବୁଜିଲେ ଶିବ

ଦିଗପହଣ୍ଡି,୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ପେଟ୍ରୋଲ ପମ୍ପ ସମ୍ମୁଖ ୧୭ନଂ ରାଜ୍ୟ ରାଜପଥରେ ବୁଧବାର ଅପରାହ୍ନରେ ସ୍କୁଟି (ନଂ. ଓଡ଼ି୦୭ ବିଏ…

ଖରସ୍ରୋତା ନଦୀରେ ଗାଧୋଉଥିଲେ ଶୁଭ ସଂକଳ୍ପ: ହଠାତ୍‌ ବୁଡ଼ିଗଲେ, ତା’ପରେ…

ଆଳି, ୪/୩(ବନମାଳୀ ସେନାପତି):ରଙ୍ଗର ପର୍ବ ହୋଲି ପାଇଁ ଗାଁଠୁ ସହର ଉତ୍ସବମୁଖର ଥିବାବେଳେ ହୋଲି ଖେଳି ସାରି ନଦୀରେ ସାଙ୍ଗ ପିଲାଙ୍କ ସହ ନଦୀରେ ଗାଧୋଉଥିବା ବେଳେ…

ହୋଲିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅନଲାଇନରୁ ବନ୍ଧୁକ କିଣି…

ବଲାଙ୍ଗୀର/ଦେଓଗାଁ,୪ା୩( ସୁନୀଲ କୁମାର ମହାନ୍ତି /କୃଷ୍ଣ ପ୍ରସାଦ ପାଣିଗ୍ରାହୀ ): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତ ଲୁହାଖାନ ଗାଁରେ ପବିତ୍ର…

ହୋଲି ଭୋଜି ସାରି ଫେରୁଥିଲେ ଏସବିଆଇ ଶାଖା ପରିଚାଳକ: ବାଟରେ ଛକିଥିଲା ଯମ, ଆଉ ତା’ପରେ..

ଭଞ୍ଜନଗର,୪/୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଡହ ରାସ୍ତାରେ ବୁଧବାର ଅପରାହ୍ନ ୫ ଟାରେ ଏକ କାର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସୋରଡ଼ା ଷ୍ଟେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri