ଆନନ୍ଦପୁର,୧୪ା୧(ସୁଶାନ୍ତ କୁମାର ସାହୁ): ଜମିବାଡ଼ି ବିବାଦ ପାଇଁ କକାଙ୍କ ପରିବାର ସଂଘବଦ୍ଧ ଆକ୍ରମଣରେ ପୁତୁରାଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ କକା ଓ କକାପୁଅ ଭାଇ (ବାପ-ପୁଅ)ଙ୍କୁ ଗିରଫ କରିଛି ପୋଲିସ। ତେବେ ହତ୍ୟାକାଣ୍ଡ ଘଟଣାର ସିନ୍ ରିକ୍ରିଏସନ ପରେ ଘସିପୁରା ପୋଲିସ ବାପ-ପୁଅଙ୍କୁ ବାନ୍ଧିଛି। ଏଥିସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗା ଜବତ କରିବାସହ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରିଛି।
ଜମିବାଡି ବିବାଦକୁ କେନ୍ଦ୍ର କରି ଘଷିପୁରା ଥାନା କୁମୁଡ଼ ଗାଁରେ ଗତ ୧୦ ତାରିଖ ରାତିରେ ଗାଁର ଯୁବକ ମଳୟ କୁମାର ମୋଦିଙ୍କୁ ହତ୍ୟା କରିଥିଲେ ନିଜ କକା ପୀତାମ୍ବର ମୋଦିଙ୍କ ପିରିବାର ଲୋକେ ା ଉକ୍ତ ରାତିରେ ପ୍ରଥମେ ପୀତାମ୍ବରଙ୍କ ପରିବାର ସହ ମଳୟଙ୍କ ପରିବାରର ବଚସା ହୋଇଥିଲା ା ବଚସା ଉଗ୍ରରୂପ ନେବା ପରେ ପୀତାମ୍ବରଙ୍କ ପୁଅ ଆଦିଦ୍ୟନାଥ ଏକ ଠେଙ୍ଗାରେ ମଳୟଙ୍କ ମୁଣ୍ଡକୁ ଆଘାତ ଦେବାରୁ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ଡାକ୍ତରଖାନାସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେହି ରାତିରେ ମଳୟଙ୍କ ମୃତ୍ୟୁ ଘଟିଥିଲା। ତେବେ ଆକ୍ରମଣ ପରେ ଅଭିଯୁକ୍ତ ଆଦିତ୍ୟନାଥ ଫେରାର ହୋଇ ଲୁଚି ରହିଥିବାବେଳେ ଭୁବନେଶ୍ବରରୁ ତାଙ୍କୁ ଗିରଫ କରିଥିଲା ଘଷିପୁରା ପୋଲିସ ା ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗା ଜବତ କରିବା ପରେ ଉଭୟ ହତ୍ୟା ଅଭିଯୁକ୍ତ ବାପା ପୀତାମ୍ବର ଓ ପୁଅ ଆଦିତ୍ୟନାଥଙ୍କୁ ନେଇ ହତ୍ୟାକାଣ୍ଡର ସିନ୍ ରିକ୍ରିଏସନ କରିଥିଲା। ଅଭିଯୁକ୍ତ ବାପ-ପୁଅଙ୍କୁ କୋର୍ଟ ଚାଲାଣ କରି ଅଭିଯୁକ୍ତ ପରିବାରର ଅନ୍ୟମାନଙ୍କ ସଂପୃକ୍ତି ବିଷୟରେ ତଦନ୍ତ ଚଳାଇଛି ପୋଲିସ। ଅନ୍ୟପଟେ ଘଟଣାରେ ସଂପୃକ୍ତ ସମସ୍ଥ ଅଭିଯୁକ୍ତଙ୍କୁ ଗିରଫ ପାଇଁ ମୃତକ ମଳୟ ପରିବାର ପକ୍ଷରୁ ଭାଇ କୃଷ୍ଣଚନ୍ଦ୍ର ମୋଦି, ମା’ ଅନ୍ନପୂର୍ଣ୍ଣା ମୋଦି ଦାବି କରିଛନ୍ତି।


