ଅକ୍ଷୟ ସୁନିଲ ଅଗ୍ରୱାଲ ଗଜପତିର ନୂତନ ଜିଲାପାଳ

ଗଜପତି,୯।୧(ଗିରିଧାରୀ ପରିଛା): ଗଜପତି ଜିଲାର ନୂତନ ଜିଲାପାଳ ଭାବରେ ଅକ୍ଷୟ ସୁନିଲ ଅଗ୍ରୱାଲ, ଭାପ୍ରସେ ଶୁକ୍ରବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ନୂତନ ଜିଲାପାଳ  ପୂର୍ବାହ୍ନରେ ଜିଲା କାର୍ଯ୍ୟାଳୟଠାରେ ଦାୟିତ୍ୱ ଗ୍ରହଣ କରିବା ସହ ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ଓ ସମୟାନୁବର୍ତ୍ତିତା ଅବଲମ୍ବନ ପାଇଁ ଉପସ୍ଥିତ ପଦାଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ସରକାରଙ୍କର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ସହ ହିତାଧିକାରୀମାନଙ୍କ ନିକଟରେ ସଫଳତାର ସହ ସେବା ପହଞ୍ଚାଇବା ଓ ଜନସାଧାରଣଙ୍କ ଆପତ୍ତି ଅଭିଯୋଗର ତୁରନ୍ତ ସମାଧାନ ପାଇଁ  ନୂତନ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ।
ସେହିପରି ଜିଲାରେ ବିଭିନ୍ନ ବିକାଶ ମୂଳକ ଯୋଜନା ତଥା ଶିକ୍ଷା, ସାସ୍ଥ୍ୟ, ଗମନାଗମନ ଓ ପାନୀୟ ଜଳ ସମସ୍ତ ଜନ ସାଧାରଣଙ୍କ ନିକଟରେ ପହଞ୍ଚାଇବା ସହିତ  କାର୍ଯ୍ୟକାରୀ  ହେଉଥିବା ବିଭିନ୍ନ କାମକୁ ତୁରନ୍ତ ସମ୍ପୂର୍ଣ୍ଣ କରାଯିବା ଓ ଜିଲାର ଜନସାଧାରଣଙ୍କୁ ଉପଯୁକ୍ତ ସେବା ଯୋଗାଇଦେବା ତାଙ୍କର ପ୍ରାଥମିକତା ହେବ ବୋଲି ନୂତନ ଜିଲାପାଳ କହିଛନ୍ତି । ଜିଲାର  ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଗୋଟିଏ ଟିମ ହୋଇ କାର୍ଯ୍ୟ କଲେ ବିକାଶ ହୋଇପାରିବ ବୋଲି ଅଗ୍ରୱାଲ ଆହ୍ବାନ କରିଥିଲେ । ଜନସାଧାରଣଙ୍କ  ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ଆଦେଶ ଦେଇଥିଲେ।
Dharitri – Odisha’s No.1 Odia Daily