Posted inଖେଳ

ଦିନେ ମାଗି ଖାଇ କଟୁଥିଲା ଦିନ, ଏବେ କୋଟି କୋଟି ଟଙ୍କାର ମାଲିକ ଏହି କ୍ରିକେଟର୍‌

ଟିମ ଇଣ୍ଡିଆର ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟାଙ୍କୁ ଆଜି ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ମାର୍ଚ୍ଚ ୨୪, ୧୯୯୧ରେ ଗୁଜରାଟର ଅହମ୍ମଦାବାଦରେ ଜନ୍ମଗ୍ରହଣ କରିଥିଲେ। କ୍ରୁନାଲଙ୍କ ସାନଭାଇ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ତାଙ୍କ ଭଳି ଜଣେ ଉଜ୍ଜ୍ୱଳ କ୍ରିକେଟର। ତାଙ୍କର ସ୍ବର୍ଗତ ପିତା ହିମାଂଶୁ ପାଣ୍ଡ୍ୟା ଉଭୟ ଭାଇଙ୍କୁ କ୍ରିକେଟର କରିବାରେ ବହୁ ସଂଘର୍ଷର ସମ୍ମୁଖୀନ ହୋଇଥିଲେ।
କ୍ରୁନାଲ ତାଙ୍କ ଜୀବନରେ ଅନେକ ଆର୍ଥିକ ସଙ୍କଟ ଦେଖିଛନ୍ତି। ସେ ଉଧାର ନେଇ ଏକ ବ୍ୟାଟ କିଣି କ୍ରିକେଟ ଖେଳିଥିଲେ। ଏହା ସହିତ ସେ ପେଟ ଭରିବା ପାଇଁ ମ୍ୟାଗି ଖାଉଥିଲେ। କିନ୍ତୁ ଆଜି କ୍ରୁନାଲ ଜଣେ ସଫଳ କ୍ରିକେଟର। ଆଇପିଏଲରେ ଚମତ୍କାର ପ୍ରଦର୍ଶନ ମାଧ୍ୟମରେ କ୍ରୁନାଲ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ଆଇପିଏଲରେ କ୍ରୁନାଲ ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଲିଥିଲେ। ୨୦୧୬ରେ ମୁମ୍ବାଇ ପାଇଁ କ୍ରୁନାଲ ନିଜର ଆଇପିଏଲ ଡେବ୍ୟୁ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ବାମହାତୀ ବ୍ୟାଟ୍ସମ୍ୟାନ କ୍ରୁନାଲ ତିନିଟି ଚୌକା ସହାୟତାରେ ୧୧ ବଲରେ ଅପରାଜିତ ୨୦ ରନ ସଂଗ୍ରହ କରିଥିଲେ। ଏହା ପରେ ବୋଲିଂରେ ୪ ଓଭରରେ ମାତ୍ର ୨୦ ରନ ଦେଇ ଏକ ଉଇକେଟ ନେଇଥିଲେ। ମୁମ୍ବାଇ ପକ୍ଷରୁ ୮୪ଟି ଆଇପିଏଲ ମ୍ୟାଚ ଖେଳିଥିଲେ। ୧୧୪୩ ରନ ସ୍କୋର କରିବା ବ୍ୟତୀତ ସେ ୫୧ ଉଇକେଟ ନେଇଥିଲେ।
୪ ନଭେମ୍ବର ୨୦୧୮ରେ ଇଡେନ ଗାର୍ଡେନ୍ସରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ଟି -୨୦ପରେ ସେ ଗତ ବର୍ଷ ନିଜର ଦିନିକିଆ ଡେବ୍ୟୁ କରିବାର ସୁଯୋଗ ମଧ୍ୟ ପାଇଥିଲେ। କ୍ରୁନାଲ ଭାରତ ପାଇଁ ୧୯ ଟି -୨୦ ଏବଂ ୫ଟି ଦିନିକିଆ ମ୍ୟାଚ ଖେଳିଛନ୍ତି।
କ୍ରୁନାଲ ପାଣ୍ଡ୍ୟା ଆଇପିଏଲ ଚଳିତ ମୁମ୍ବାଇ ଇଣ୍ଡିଆନ୍ସର ଏକ ଅଂଶ ନାହଁାନ୍ତି। ଚଳିତ ସିଜିନରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ୮.୨୫ କୋଟିରେ କିଣିଛି। ତାଙ୍କର ମୂଳ ମୂଲ୍ୟ ୨ କୋଟି ଟଙ୍କା ଥିଲା। ୨୦୨୧ ମସିହାରେ ସେ ମୁମ୍ବାଇରୁ ୮.୮ କୋଟି ଟଙ୍କା ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଥମୁନି ଦାଦନ ଦୁଖଃ: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର,୩ା୪(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ କୋଏମ୍ୱାଟୁରରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ବେହେରା(୪୫)।…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri