Posted inଖେଳ

ଦିନେ ମାଗି ଖାଇ କଟୁଥିଲା ଦିନ, ଏବେ କୋଟି କୋଟି ଟଙ୍କାର ମାଲିକ ଏହି କ୍ରିକେଟର୍‌

ଟିମ ଇଣ୍ଡିଆର ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟାଙ୍କୁ ଆଜି ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ମାର୍ଚ୍ଚ ୨୪, ୧୯୯୧ରେ ଗୁଜରାଟର ଅହମ୍ମଦାବାଦରେ ଜନ୍ମଗ୍ରହଣ କରିଥିଲେ। କ୍ରୁନାଲଙ୍କ ସାନଭାଇ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ତାଙ୍କ ଭଳି ଜଣେ ଉଜ୍ଜ୍ୱଳ କ୍ରିକେଟର। ତାଙ୍କର ସ୍ବର୍ଗତ ପିତା ହିମାଂଶୁ ପାଣ୍ଡ୍ୟା ଉଭୟ ଭାଇଙ୍କୁ କ୍ରିକେଟର କରିବାରେ ବହୁ ସଂଘର୍ଷର ସମ୍ମୁଖୀନ ହୋଇଥିଲେ।
କ୍ରୁନାଲ ତାଙ୍କ ଜୀବନରେ ଅନେକ ଆର୍ଥିକ ସଙ୍କଟ ଦେଖିଛନ୍ତି। ସେ ଉଧାର ନେଇ ଏକ ବ୍ୟାଟ କିଣି କ୍ରିକେଟ ଖେଳିଥିଲେ। ଏହା ସହିତ ସେ ପେଟ ଭରିବା ପାଇଁ ମ୍ୟାଗି ଖାଉଥିଲେ। କିନ୍ତୁ ଆଜି କ୍ରୁନାଲ ଜଣେ ସଫଳ କ୍ରିକେଟର। ଆଇପିଏଲରେ ଚମତ୍କାର ପ୍ରଦର୍ଶନ ମାଧ୍ୟମରେ କ୍ରୁନାଲ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ଆଇପିଏଲରେ କ୍ରୁନାଲ ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଲିଥିଲେ। ୨୦୧୬ରେ ମୁମ୍ବାଇ ପାଇଁ କ୍ରୁନାଲ ନିଜର ଆଇପିଏଲ ଡେବ୍ୟୁ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ବାମହାତୀ ବ୍ୟାଟ୍ସମ୍ୟାନ କ୍ରୁନାଲ ତିନିଟି ଚୌକା ସହାୟତାରେ ୧୧ ବଲରେ ଅପରାଜିତ ୨୦ ରନ ସଂଗ୍ରହ କରିଥିଲେ। ଏହା ପରେ ବୋଲିଂରେ ୪ ଓଭରରେ ମାତ୍ର ୨୦ ରନ ଦେଇ ଏକ ଉଇକେଟ ନେଇଥିଲେ। ମୁମ୍ବାଇ ପକ୍ଷରୁ ୮୪ଟି ଆଇପିଏଲ ମ୍ୟାଚ ଖେଳିଥିଲେ। ୧୧୪୩ ରନ ସ୍କୋର କରିବା ବ୍ୟତୀତ ସେ ୫୧ ଉଇକେଟ ନେଇଥିଲେ।
୪ ନଭେମ୍ବର ୨୦୧୮ରେ ଇଡେନ ଗାର୍ଡେନ୍ସରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ଟି -୨୦ପରେ ସେ ଗତ ବର୍ଷ ନିଜର ଦିନିକିଆ ଡେବ୍ୟୁ କରିବାର ସୁଯୋଗ ମଧ୍ୟ ପାଇଥିଲେ। କ୍ରୁନାଲ ଭାରତ ପାଇଁ ୧୯ ଟି -୨୦ ଏବଂ ୫ଟି ଦିନିକିଆ ମ୍ୟାଚ ଖେଳିଛନ୍ତି।
କ୍ରୁନାଲ ପାଣ୍ଡ୍ୟା ଆଇପିଏଲ ଚଳିତ ମୁମ୍ବାଇ ଇଣ୍ଡିଆନ୍ସର ଏକ ଅଂଶ ନାହଁାନ୍ତି। ଚଳିତ ସିଜିନରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ୮.୨୫ କୋଟିରେ କିଣିଛି। ତାଙ୍କର ମୂଳ ମୂଲ୍ୟ ୨ କୋଟି ଟଙ୍କା ଥିଲା। ୨୦୨୧ ମସିହାରେ ସେ ମୁମ୍ବାଇରୁ ୮.୮ କୋଟି ଟଙ୍କା ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri