‘ମଟ୍‌କା କିଙ୍ଗ୍‌’ରେ ଜଲୱା ଦେଖାଇବେ କୃତ୍ତିକା

ମୁମ୍ବାଇ: ଅଭିନେତା ବିଜୟ ବର୍ମା ତାଙ୍କର ଆଗାମୀ କ୍ରାଇମ ଡ୍ରାମା ୱେବ୍‌ ସିରିଜ୍‌ ‘ମଟ୍‌କା କିଙ୍ଗ୍‌’କୁ ନେଇ ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଏହାର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ୍‌ ହୋଇଛି। ତେବେ ଏହି ସିରିଜ୍‌କୁ ନେଇ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍‌ନାକୁ ଆସିଛି। ଅଭିନେତ୍ରୀ କୃତ୍ତିକା କାମ୍‌ରା ଏହି ସିରିଜ୍‌ରେ ବିଜୟଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ। ଗତବର୍ଷ ‘ବମ୍ବେ ମେରୀ ଜାନ୍‌’ ସିରିଜ୍‌ରେ ଜଣେ ଗ୍ୟାଙ୍ଗଷ୍ଟରର ଶକ୍ତିଶାଳୀ ଭୂମିକା ନିଭାଇବା ପରେ କୃତ୍ତିକା ନାଗରାଜ ମଞ୍ଜୁଲେଙ୍କ ନିର୍ଦ୍ଦେଶିତ ‘ମଟ୍‌କା କିଙ୍ଗ’ ସିରିଜ୍‌ରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ତେବେ ଏନେଇ କୃତ୍ତିକା ନିଜେ ବିଭିନ୍ନ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ପ୍ରକାଶ କରିଛନ୍ତି। ‘ମଟ୍‌କା କିଙ୍ଗ୍‌’ର ଏକ ଅଂଶ ହୋଇ ସେ ଅତ୍ୟନ୍ତ ଆନନ୍ଦିତ ଥିବା କୃତ୍ତିକା କହିଛନ୍ତି। ସେହିପରି ଏହି ସିରିଜ୍‌ର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବିଜୟ ବର୍ମାଙ୍କ କାର୍ଯ୍ୟର ସେ ଜଣେ ବଡ଼ ପ୍ରଶଂସକ ହୋଇଥିବା କହିଛନ୍ତି। ଏଥିରେ ତାଙ୍କ ଚରିତ୍ରକୁ ଜୀବନ୍ତ କରିବାକୁ ସେ ଅପେକ୍ଷା କରି ରହିଥିବା କୃତିକା କହିଛନ୍ତି।‘ମଟ୍‌କା କିଙ୍ଗ୍‌’ର କାହାଣୀ ଦେଶର ସାଂସ୍କୃତିକ ଇତିହାସକୁ ଦର୍ଶାଉଛି। ଅତୀତର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ପ୍ରେରଣା ନେଇ ପ୍ରସ୍ତୁତ କରାଯାଉଥିବା ଏହି ସିରିଜ୍‌ର ଅଂଶ ହେବା ତାଙ୍କ ପାଇଁ ଗୌରବର ବିଷୟ ହୋଇଥିବା ଅଭିନେତ୍ରୀ ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri