‘ତେରେ ଇସ୍କ ମେଁ’ରେ ଧନୁଷଙ୍କ ବିପକ୍ଷରେ କ୍ରିତି

ମୁମ୍ବାଇ: ଅଭିନେତା ଧନୁଷ୍‌ଙ୍କ ଆଗାମୀ ଫିଲ୍ମ ‘ତେରେ ଇସ୍କ ମେଁ’ର ଦ୍ୱିତୀୟ ଟିଜର ମଙ୍ଗଳବାର ରିଲିଜ୍‌ ହୋଇଛି, ଯେଉଁଥିରେ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀଙ୍କ ଉପରୁ ପରଦା ଉଠିଛି। ପ୍ରଥମ ଟିଜରରେ କେବଳ ଅଭିନେତ୍ରୀଙ୍କ ଭଏସ୍‌ ଓଭର ଶୁଣିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ଧନୁଷ୍‌ଙ୍କ ବିପକ୍ଷରେ ଅଭିନେତ୍ରୀ କ୍ରିତି ସାନନ୍‌ ନଜରକୁ ଆସିବେ। ୨୦୧୩ରେ ରିଲିଜ୍‌ ହୋଇଥିବା ‘ରଂଝଣା’ ଫିଲ୍ମର ୧୨ ବର୍ଷ ପରେ ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ରାୟଙ୍କ ସହ ଧନୁଷ୍‌ଙ୍କ ଯୋଡ଼ିକୁ ପୁଣିଥରେ ଦେଖିବାକୁ ମିଳିବ। ପୂର୍ବରୁ ଏକ ଟିଜର ଦ୍ୱାରା ‘ତେରେ ଇସ୍କ ମେଁ’ ଫିଲ୍ମର ଘୋଷଣା କରାଯାଇଥିଲା, ଯାହା ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ତେବେ ଉକ୍ତ ଟିଜରରେ ଫିଲ୍ମର ମୁଖ୍ୟ ଅଭିନେତ୍ରୀଙ୍କ ଉପରୁ ପରଦା ଉଠାଯାଇ ନ ଥିଲା। ସେଥିରେ କେବଳ ଅଭିନେତ୍ରୀଙ୍କ ସ୍ବର ଶୁଣାଯାଇଥିଲା। ତେବେ ମଙ୍ଗଳବାର ଫିଲ୍ମର ଦ୍ୱିତୀୟ ଟିଜରକୁ ଧନୁଷ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିବା ସହ ଏଥିରେ କ୍ରିତିଙ୍କୁ ଟ୍ୟାଗ କରିଛନ୍ତି। ଏହି ଟିଜରରେ କ୍ରିତିଙ୍କୁ ଏକ ଦଙ୍ଗା ହୋଇଥିବା ଅଞ୍ଚଳରେ ଚାଲି ଚାଲି ଆଗକୁ ବଢ଼ୁଥିବାର ଦେଖିବାକୁ ମିଳିଛି। ସେ ନିଜର ପୁରୁଣା ସ୍ମୃତିକୁ ମନେପକାଇ ଚାଲିବାବେଳେ ନିଜ ଉପରେ ପେଟ୍ରୋଲ ଢାଳୁଛନ୍ତି। ଏହାପରେ ସେ ଏକ ସ୍ଥାନରେ ବସି ସିଗାରେଟ ଜଳାଉଛନ୍ତି। ଏହି ଦୃଶ୍ୟ ସହ ତେରେ ଇସ୍କ ମେଁ’ ଫିଲ୍ମର ଦ୍ୱିତୀୟ ଟିଜର ଶେଷ ହୋଇଛି। ଧନୁଷ୍‌ ତାଙ୍କ ପୋଷ୍ଟ’ର କ୍ୟାପ୍‌ଶନରେ ଲେଖିଛନ୍ତି, ”ନିଆଁର ପ୍ରକୋପ ମଧ୍ୟରେ ବି କିଛି ପ୍ରେମ କାହାଣୀ ବଢ଼ିବା ପାଇଁ ହୋଇଥାଏ। ଏହାର ପ୍ରମାଣ ହେଉଛନ୍ତି ଶଙ୍କର ଓ ମୁକ୍ତି। ଆସନ୍ତା ନଭେମ୍ବର ୨୮ରେ ‘ତେରେ ଇସ୍କ ମେଁ’ ମୁକ୍ତିଲାଭ କରିବ।“ ଫିଲ୍ମର ପ୍ରଥମ ଟିଜରରେ କ୍ରିତିଙ୍କର ଏକ ଭଏସ୍‌ ଓଭର ରହିଥିଲା ଯେଉଁଥିରେ ସେ କହିଥିଲେ, ”କେବଳ ପୁଅମାନେ ପ୍ରେମରେ ଜୀବନ ଦେଇଥାନ୍ତି କି। ପ୍ରେମ ପାଇଁ ଜୀବନ ଦେବାକୁ କିଛି ଝିଅଙ୍କର ମଧ୍ୟ ସାହସ ରହିଛି।“ ପ୍ରକାଶ ଯେ, ହିମାଂଶୁ ଶର୍ମାଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ଏ. ଆର୍‌. ରେହମାନ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

ବୀମାଭୁକ୍ତ ହେବେ ଧନୁଯାତ୍ରା ଦର୍ଶକ, ଦୁର୍ଘଟଣାରେ କଳାକାରଙ୍କ ମୃତ୍ୟୁ ହେଲେ ମିଳିବ…

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧର୍ମ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ। ୨୦୨୬ ଜାନୁୟାରୀ ୩ ଯାଏ ଏହି ମହୋତ୍ସବ...

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri