‘ତେରେ ଇସ୍କ ମେଁ’ରେ ଧନୁଷଙ୍କ ବିପକ୍ଷରେ କ୍ରିତି

ମୁମ୍ବାଇ: ଅଭିନେତା ଧନୁଷ୍‌ଙ୍କ ଆଗାମୀ ଫିଲ୍ମ ‘ତେରେ ଇସ୍କ ମେଁ’ର ଦ୍ୱିତୀୟ ଟିଜର ମଙ୍ଗଳବାର ରିଲିଜ୍‌ ହୋଇଛି, ଯେଉଁଥିରେ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀଙ୍କ ଉପରୁ ପରଦା ଉଠିଛି। ପ୍ରଥମ ଟିଜରରେ କେବଳ ଅଭିନେତ୍ରୀଙ୍କ ଭଏସ୍‌ ଓଭର ଶୁଣିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ଧନୁଷ୍‌ଙ୍କ ବିପକ୍ଷରେ ଅଭିନେତ୍ରୀ କ୍ରିତି ସାନନ୍‌ ନଜରକୁ ଆସିବେ। ୨୦୧୩ରେ ରିଲିଜ୍‌ ହୋଇଥିବା ‘ରଂଝଣା’ ଫିଲ୍ମର ୧୨ ବର୍ଷ ପରେ ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ରାୟଙ୍କ ସହ ଧନୁଷ୍‌ଙ୍କ ଯୋଡ଼ିକୁ ପୁଣିଥରେ ଦେଖିବାକୁ ମିଳିବ। ପୂର୍ବରୁ ଏକ ଟିଜର ଦ୍ୱାରା ‘ତେରେ ଇସ୍କ ମେଁ’ ଫିଲ୍ମର ଘୋଷଣା କରାଯାଇଥିଲା, ଯାହା ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ତେବେ ଉକ୍ତ ଟିଜରରେ ଫିଲ୍ମର ମୁଖ୍ୟ ଅଭିନେତ୍ରୀଙ୍କ ଉପରୁ ପରଦା ଉଠାଯାଇ ନ ଥିଲା। ସେଥିରେ କେବଳ ଅଭିନେତ୍ରୀଙ୍କ ସ୍ବର ଶୁଣାଯାଇଥିଲା। ତେବେ ମଙ୍ଗଳବାର ଫିଲ୍ମର ଦ୍ୱିତୀୟ ଟିଜରକୁ ଧନୁଷ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିବା ସହ ଏଥିରେ କ୍ରିତିଙ୍କୁ ଟ୍ୟାଗ କରିଛନ୍ତି। ଏହି ଟିଜରରେ କ୍ରିତିଙ୍କୁ ଏକ ଦଙ୍ଗା ହୋଇଥିବା ଅଞ୍ଚଳରେ ଚାଲି ଚାଲି ଆଗକୁ ବଢ଼ୁଥିବାର ଦେଖିବାକୁ ମିଳିଛି। ସେ ନିଜର ପୁରୁଣା ସ୍ମୃତିକୁ ମନେପକାଇ ଚାଲିବାବେଳେ ନିଜ ଉପରେ ପେଟ୍ରୋଲ ଢାଳୁଛନ୍ତି। ଏହାପରେ ସେ ଏକ ସ୍ଥାନରେ ବସି ସିଗାରେଟ ଜଳାଉଛନ୍ତି। ଏହି ଦୃଶ୍ୟ ସହ ତେରେ ଇସ୍କ ମେଁ’ ଫିଲ୍ମର ଦ୍ୱିତୀୟ ଟିଜର ଶେଷ ହୋଇଛି। ଧନୁଷ୍‌ ତାଙ୍କ ପୋଷ୍ଟ’ର କ୍ୟାପ୍‌ଶନରେ ଲେଖିଛନ୍ତି, ”ନିଆଁର ପ୍ରକୋପ ମଧ୍ୟରେ ବି କିଛି ପ୍ରେମ କାହାଣୀ ବଢ଼ିବା ପାଇଁ ହୋଇଥାଏ। ଏହାର ପ୍ରମାଣ ହେଉଛନ୍ତି ଶଙ୍କର ଓ ମୁକ୍ତି। ଆସନ୍ତା ନଭେମ୍ବର ୨୮ରେ ‘ତେରେ ଇସ୍କ ମେଁ’ ମୁକ୍ତିଲାଭ କରିବ।“ ଫିଲ୍ମର ପ୍ରଥମ ଟିଜରରେ କ୍ରିତିଙ୍କର ଏକ ଭଏସ୍‌ ଓଭର ରହିଥିଲା ଯେଉଁଥିରେ ସେ କହିଥିଲେ, ”କେବଳ ପୁଅମାନେ ପ୍ରେମରେ ଜୀବନ ଦେଇଥାନ୍ତି କି। ପ୍ରେମ ପାଇଁ ଜୀବନ ଦେବାକୁ କିଛି ଝିଅଙ୍କର ମଧ୍ୟ ସାହସ ରହିଛି।“ ପ୍ରକାଶ ଯେ, ହିମାଂଶୁ ଶର୍ମାଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ଏ. ଆର୍‌. ରେହମାନ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ କିସମ ଜମି ଧାନ ଫସଲ ଜବତ ଘଟଣା: ନିଲାମ ବିରୋଧରେ ହାଇକୋର୍ଟଙ୍କ ରୋକ

ମହାକାଳପଡ଼ା,୫ା୨ (ପ୍ରତାପ ଚନ୍ଦ୍ର ସ୍ବାଇଁ)::କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ମୌଜା ୨୪ ଏକର ଗ୍ରାମ୍ୟ ଜଙ୍ଗଲ ଜମିରେ ସ୍ଥାନୀୟ ଅଞ୍ଚଳର ୨୦ରୁ ଅଧିକ ଚାଷୀ ଭାଗ…

ମିଳିନି ୪ମାସର ଭତ୍ତା, ଜିଲାପାଳଙ୍କୁ ଭେଟିଲେ ବୃଦ୍ଧାବୃଦ୍ଧ

ନୟାଗଡ଼,୫।୨(ଲୋକନାଥ ମିଶ୍ର): ୪ମାସ ଧରି ଭତ୍ତା ନ ପାଇବାରୁ ନୟାଗଡ଼ ବ୍ଲକ ବାଲୁଗଁା ଓ ଲାଠିପଡା ଗ୍ରାମର ବୃଦ୍ଧାବୃଦ୍ଧ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ।…

୬.୬.୬.୬.୬.୬.୬…ମାତ୍ର ୨୦ ବଲ୍‌ରେ ଚମତ୍କାର କଲେ ଇଶାନ

ନୂଆଦିଲ୍ଲୀ,୫।୨: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତ ୪ ଫେବୃଆରୀ ରାତିରେ ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଟିମ…

ଉଠିଲାଣି ୫୬ ଲକ୍ଷ, ପଡ଼ିରହିଛି ୭ ଲକ୍ଷ କୁଇଣ୍ଟାଲ

ଭବାନୀପାଟଣା,୫ା୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ଲାଗିରହିଛି। ଧାନ କିଣାକୁ ୨ ମାସରୁ ଊଦ୍ଧର୍‌ବ ସମୟ ବିତିଯାଇଥିଲେ ମଧ୍ୟ…

ଛାତିଥରା…ଦୁଇ ଗାଁରେ 162 ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୫।୨: ପଶ୍ଚିମ ନାଇଜେରିଆର ଦୁଇଟି ଗାଁରେ ଆକ୍ରମଣ କରି ସଶସ୍ତ୍ର ଆତଙ୍କବାଦୀମାନେ ଅତି କମରେ ୧୬୨ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବୁଧବାର ଦିନ ଜଣେ…

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

ମହାନଦୀ ଜଳ ବିବାଦ: ଓଡ଼ିଶା ଚାହୁଁଛି କେନ୍ଦ୍ର ମଧ୍ୟସ୍ଥତା

ଭୁବନେଶ୍ୱର,୫ା୨(ରବିନାରାୟଣ ଜେନା):ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହା ଟ୍ରିବ୍ୟୁନାଲ ମାଧ୍ୟମରେ ସମାଧାନ ହେବା ସମୟସାପେକ୍ଷ। ତେଣୁ ମଧ୍ୟସ୍ଥ ଜରିଆରେ…

ଜୀବନ ରକ୍ଷା କରିବ ‘ହାର୍ଟଗାର୍ଡ’ ମାସ୍କ, ହୃଦଘାତ ପୂର୍ବରୁ ବାଜିବ ଆଲାର୍ମ

କଟକ,୫।୨(କୁମାରଶ୍ରୀ): ମୁହଁରେ ବନ୍ଧା ଯାଇଥିବା ମାସ୍କ ଜୀବନ ରକ୍ଷା କରିପାରିବ। ସମ୍ପୃକ୍ତ ବ୍ୟକ୍ତିଙ୍କ ହୃଦ୍‌ଘାତ ହେବା ପୂର୍ବରୁ ବାଜିବ ଆଲାର୍ମ। ଶାରୀରିକ ଅସୁସ୍ଥତାକୁ ସୂଚାଇ ମାସ୍କ ଜରିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri