ଲିଟିଲ ଏଞ୍ଜେଲ ପବ୍ଲିକ ସ୍କୁଲକୁ ହରାଇଲା କ୍ରୀଷ୍ଣା ବିକାଶ ସ୍କୁଲ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ):ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ବରଗଡ଼ ଜିଲା କ୍ରିକେଟ ଆସୋସିଏଶନ ପକ୍ଷରୁ ସ୍ଥାନୀୟ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଚାଲିଥିବା ଜିଲା ଆନ୍ତଃସ୍କୁଲ କ୍ରିକେଟ୍‌ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଛି। ଉକ୍ତ ପ୍ରତିଯୋଗିତାରେ ବରଗଡ଼ କ୍ରିଷ୍ଣା ବିକାଶ ସ୍କୁଲ ପ୍ରତିପକ୍ଷ ବରପାଲିର ଲିଟିଲ ଏଞ୍ଜେଲ ପବ୍ଲିକ ସ୍କୁଲକୁ ହରାଇ ଚାମ୍ପିୟନ ହୋଇଛି। ଲିଟିଲ୍‌ ଏଞ୍ଜେଲ ପବ୍ଲିକ ସ୍କୁଲ ଦଳ ଟସ୍‌ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଉକ୍ତ ଦଳ ୨୩.୧ ଓଭରରେ ମାତ୍ର ୭୧ରନ୍‌ ସଂଗ୍ରହ କରି ସମସ୍ତ ଉଇକେଟ୍‌ ହରାଇଥିଲା। ଦଳର ଆୟୁଷ ଅବସ୍ଥି ୧୪ରନ ସଂଗ୍ରହ କରିଥିବାବେଳେ ବାକି ଖେଳାଳିମାନେ ୨ଅଙ୍କକୁ ଛୁଇଁ ପାରି ନଥିଲେ। କ୍ରୀଷ୍ଣା ବିକାଶ ସ୍କୁଲର ପଙ୍କଜ ସାହୁ ୪ରନ୍‌ ବିନିମୟରେ ୩, ସାଇଶିସ୍‌ ମିଶ୍ର ୨୮ରନ ବିନିମୟରେ ୨, ଦେବାଶିଷ ପତି ୯ରନ୍‌ ବିନିମୟରେ ଗୋଟିଏ, ଅଭିଷେକ ସାହୁ ୧୭ରନ ବିନିମୟରେ ଗୋଟିଏ ଏବଂ ନିତ ପାତ୍ର କୌଣସି ରନ୍‌ ନ ଦେଇ ଗୋଟିଏ ଉଇକେଟ୍‌ ନେଇଥିଲେ।
ଜବାବ୍‌ରେ କ୍ରୀଷ୍ଣା ବିକାଶ ସ୍କୁଲ ୧୨.୨ ଓଭରରେ ୭ଉଇକେଟ୍‌ ହରାଇ ବିଜୟ ଲକ୍ଷ୍ୟ ପୂରଣ ସହିତ ଚାମ୍ପିୟନ ହୋଇଥିଲା। ବରପାଲି ଦଳର ସିଦ୍ଧାର୍ଥ ଖାଡ଼ାଙ୍ଗା ୨୩ରନ ବିନିମୟରେ ୨, ଅନ୍ବେଷ ମେହେର ୮ରନ ବିନିମୟରେ ୨ ଏବଂ ପ୍ରିୟମ ପ୍ରଧାନ ୪୦ରନ ବିନିମୟରେ ୨ଉଇକେଟ୍‌ ନେଇଥିଲେ। ଅମିୟ ଭୂଷଣ ସାହୁ ଏବଂ ଭରତ ଚେତନ ପଣ୍ଡା ମ୍ୟାଚ ପରିଚାଳନା କରିଥିଲେ। ମନୋଜ ପାତ୍ର, ଅଶୋକ ସାହୁ ସ୍କୋରର ଦାୟିତ୍ୱରେ ଥିଲେ।
ଜିଲା କ୍ରିକେଟ୍‌ ଆସୋସିଏଶନର ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନାରେ ଉଦ୍‌ଯାପନୀ ସମାରୋହ ହୋଇଥିଲା। ସଭାପତି ହରିହର ପ୍ରଧାନ, କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଦୀପ ନନ୍ଦ, ବରିଷ୍ଠ ସଦସ୍ୟ ରଜତ ଦାଶ, ସୌର୍ଯ୍ୟରଞ୍ଜନ ରାୟ, କ୍ରୀଷ୍ଣା ବିକାଶ ସ୍କୁଲର କ୍ରୀଡ଼ା ବିଭାଗ ମୁଖ୍ୟ ପିତାମ୍ବର ପ୍ରଧାନ, କ୍ରିକେଟ କୋଚ୍‌ ଅଶୋକ ସିଂ, ରୂପକ ପ୍ରଧାନ ପ୍ରମୁଖ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। କ୍ରୀଷ୍ଣା ବିକାଶ ସ୍କୁଲକୁ ଚାମ୍ପିୟନ ଏବଂ ଲିଟିଲ ଏଞ୍ଜେଲ ପବ୍ଲିକ ସ୍କୁଲକୁ ରନର୍ସ ଅପ୍‌ ଟ୍ରଫି ପ୍ରଦାନ କରାଯାଇଥିଲା। ସେହିପରି କ୍ରୀଷ୍ଣା ବିକାଶ ସ୍କୁଲର ପଙ୍କଜ ସାହୁଙ୍କୁ ଫାଇନାଲ ଏବଂ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି, ଲିଟିଲ ଏଞ୍ଜେଲ ପବ୍ଲିକ ସ୍କୁଲର ପ୍ରିୟମ ପ୍ରଧାନଙ୍କୁ ଶ୍ରେଷ୍ଠ ବୋଲର୍‌ ଏବଂ କ୍ରୀଷ୍ଣା ବିକାଶ ସ୍କୁଲର ସ୍ବରିତ୍‌ ଦାଶଙ୍କୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ତଥା ଶ୍ରେଷ୍ଠ ପ୍ରତିଭାବାନ ଖେଳାଳିଭାବେ ପୁରସ୍କୃତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri