ଭୁବନେଶ୍ୱର,୧୯ା୧: ଆସନ୍ତା ୨୧ ତାରିଖଠାରୁ ଆରମ୍ଭ ହେବ ଓଡ଼ିଶାର କୃଷି ମହାକୁମ୍ଭ କୃଷି ଓଡ଼ିଶା-୨୦୨୬। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ଉଦ୍ଯାପନୀରେ ରାଜ୍ୟପାଳ କେ.ହରିବାବୁ କମ୍ଭମପତି ଯୋଗ ଦେବେ। ଏନେଇ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି।
ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଏହି କୃଷି ମହାକୁମ୍ଭ ଆୟୋଜନ କରାଯିବ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ କୃଷି ଓଡ଼ିଶାରେ ଚଳିତ ବର୍ଷର ଥିମ୍ ରହିଛି ‘ଅନ୍ତର୍ଭୁକ୍ତିକରଣ ମାଧ୍ୟମରେ ସହନଶୀଳ କୃଷି’। ଏଥିରେ ରାଜ୍ୟର ୮୧୬୪ ମତ୍ସ୍ୟଚାଷୀ ଓ ପ୍ରାଣୀପାଳକ ଯୋଗ ଦେବେ। ପ୍ରତ୍ୟେକ ଉପଖଣ୍ଡରୁ ୬ ଜଣ, ମୋଟ୍ ୩୪୮ ଜଣ ସମ୍ବର୍ଦ୍ଧିତ ହେବା ସହ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ୨୦ ଅଧିକାରୀ ମଧ୍ୟ ସମ୍ମାନିତ ହେବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।