ମୁମ୍ବାଇ: ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ନିର୍ଦ୍ଦେଶିତ ତଥା ପ୍ରଭାସ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସ୍ପିରିଟ୍’କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। କୋରିଆନ୍ ଅଭିନେତା ଡନ୍ ଲି (Don Lee), ଯିଏ ମା ଡଙ୍ଗ-ସିଓକ୍ (Ma Dong-seok) ନାମରେ ମଧ୍ୟ ପରିଚିତ, ଏହି ପ୍ରୋଜେକ୍ଟରେ ସାମିଲ୍ ହୋଇଛନ୍ତି।
ଏକ କୋରିଆନ୍ ଏଣ୍ଟରଟେନମେଣ୍ଟ୍ ପୋର୍ଟାଲ୍ ରିପୋର୍ଟ ଅନୁଯାୟୀ, ଡନ୍ ଲି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ, ଯିଏକି ପ୍ରଭାସଙ୍କ ବିପକ୍ଷରେ ରହିବେ। ଏହା ଡନ୍ ଲିଙ୍କର ଭାରତୀୟ ସିନେମାରେ ପ୍ରଥମ ଅଭିନୟ ହେବ। ଏହି ଖବରକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବହୁଗୁଣିତ ହୋଇଛି। ଡନ୍ ଲି ଜଣେ ପ୍ରସିଦ୍ଧ କୋରିଆନ୍ ଷ୍ଟାର୍, ଯିଏକି ତାଙ୍କର ଦୃଢ଼ ଓ ଆକ୍ସନ୍ ଭୂମିକା ପାଇଁ ଜଣାଶୁଣା। ତାଙ୍କର ୨୦୧୬ର ଜମ୍ବି ଥ୍ରୀଲର୍ ଫିଲ୍ମ Train to Busan ତାଙ୍କୁ ଆନ୍ତର୍ଜାତୀୟ ସ୍ତରରେ ପରିଚୟ ଦେଇଥିଲା।
ଚଳଚ୍ଚିତ୍ରରେ ପ୍ରଭାସ ଜଣେ ପୂର୍ବତନ ଆଇପିଏସ୍ ଅଫିସର ଏବଂ ଏକାଡେମୀ ଟପ୍ପର ଭୂମିକାରେ ଅଛନ୍ତି, ଯିଏ ଆଚରଣଗତ ସମସ୍ୟା ଯୋଗୁଁ ଜେଲ୍ରେ ଥାଇ ପ୍ରକାଶ ରାଜ୍ଙ୍କ ତତ୍ତ୍ୱାବଧାନରେ ରୁହନ୍ତି। ଫିଲ୍ମର ଟ୍ରେଲର୍ ଭିଡିଓରେ ପ୍ରଭାସ କହୁଥିବା ଏକ ସଂଳାପ ବେଶ୍ ଚର୍ଚ୍ଚାରେ ଅଛି।”
‘ସ୍ପିରିଟ୍’ରେ ତ୍ରିପ୍ତି ଡିମ୍ରି ମୁଖ୍ୟ ନାୟିକା ଭାବେ ନଜର ଆସିବେ। ଏହା ବ୍ୟତୀତ ପ୍ରକାଶ ରାଜ୍, ବିବେକ ଓବରୟ ଏବଂ ବରିଷ୍ଠ ଅଭିନେତ୍ରୀ କାଞ୍ଚନା ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ‘ସ୍ପିରିଟ୍’ ହେଉଛି ପ୍ରଭାସ ଏବଂ ‘ବିବାଦୀୟ କମର୍ସିଆଲ୍ ନିର୍ଦ୍ଦେଶକ’ ଭାବେ ଜଣାଶୁଣା ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କର ପ୍ରଥମ ପ୍ରୋଜେକ୍ଟ।


