‘ସ୍ପିରିଟ୍’ରେ ମୁହାଁମୁହିଁ ହେବେ କୋରିଆନ୍ ଷ୍ଟାର୍ ଡନ୍ ଲି-ପ୍ରଭାସ: ଏପିକ୍ ଟକ୍କର ପାଇଁ ବଢ଼ିଲା ଉତ୍କଣ୍ଠା!

ମୁମ୍ବାଇ: ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ନିର୍ଦ୍ଦେଶିତ ତଥା ପ୍ରଭାସ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସ୍ପିରିଟ୍‌’କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। କୋରିଆନ୍ ଅଭିନେତା ଡନ୍ ଲି (Don Lee), ଯିଏ ମା ଡଙ୍ଗ-ସିଓକ୍ (Ma Dong-seok) ନାମରେ ମଧ୍ୟ ପରିଚିତ, ଏହି ପ୍ରୋଜେକ୍ଟରେ ସାମିଲ୍ ହୋଇଛନ୍ତି।

ଏକ କୋରିଆନ୍ ଏଣ୍ଟରଟେନମେଣ୍ଟ୍ ପୋର୍ଟାଲ୍ ରିପୋର୍ଟ ଅନୁଯାୟୀ, ଡନ୍ ଲି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ, ଯିଏକି ପ୍ରଭାସଙ୍କ ବିପକ୍ଷରେ ରହିବେ। ଏହା ଡନ୍ ଲିଙ୍କର ଭାରତୀୟ ସିନେମାରେ ପ୍ରଥମ ଅଭିନୟ ହେବ। ଏହି ଖବରକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବହୁଗୁଣିତ ହୋଇଛି। ଡନ୍ ଲି ଜଣେ ପ୍ରସିଦ୍ଧ କୋରିଆନ୍ ଷ୍ଟାର୍, ଯିଏକି ତାଙ୍କର ଦୃଢ଼ ଓ ଆକ୍ସନ୍ ଭୂମିକା ପାଇଁ ଜଣାଶୁଣା। ତାଙ୍କର ୨୦୧୬ର ଜମ୍ବି ଥ୍ରୀଲର୍ ଫିଲ୍ମ Train to Busan ତାଙ୍କୁ ଆନ୍ତର୍ଜାତୀୟ ସ୍ତରରେ ପରିଚୟ ଦେଇଥିଲା।

ଚଳଚ୍ଚିତ୍ରରେ ପ୍ରଭାସ ଜଣେ ପୂର୍ବତନ ଆଇପିଏସ୍ ଅଫିସର ଏବଂ ଏକାଡେମୀ ଟପ୍ପର ଭୂମିକାରେ ଅଛନ୍ତି, ଯିଏ ଆଚରଣଗତ ସମସ୍ୟା ଯୋଗୁଁ ଜେଲ୍‌ରେ ଥାଇ ପ୍ରକାଶ ରାଜ୍‌ଙ୍କ ତତ୍ତ୍ୱାବଧାନରେ ରୁହନ୍ତି। ଫିଲ୍ମର ଟ୍ରେଲର୍ ଭିଡିଓରେ ପ୍ରଭାସ କହୁଥିବା ଏକ ସଂଳାପ ବେଶ୍ ଚର୍ଚ୍ଚାରେ ଅଛି।”

‘ସ୍ପିରିଟ୍‌’ରେ ତ୍ରିପ୍ତି ଡିମ୍ରି ମୁଖ୍ୟ ନାୟିକା ଭାବେ ନଜର ଆସିବେ। ଏହା ବ୍ୟତୀତ ପ୍ରକାଶ ରାଜ୍, ବିବେକ ଓବରୟ ଏବଂ ବରିଷ୍ଠ ଅଭିନେତ୍ରୀ କାଞ୍ଚନା ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ‘ସ୍ପିରିଟ୍‌’ ହେଉଛି ପ୍ରଭାସ ଏବଂ ‘ବିବାଦୀୟ କମର୍ସିଆଲ୍ ନିର୍ଦ୍ଦେଶକ’ ଭାବେ ଜଣାଶୁଣା ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କର ପ୍ରଥମ ପ୍ରୋଜେକ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

ବିଜୟ ଦେବରକୋଣ୍ଡାଙ୍କ ପ୍ରେମ ଆଗରେ ହାରିଗଲେ ରୋନାଲ୍ଡୋ-ମେସି, ଫୁଟବଲ ଖେଳାଳିଙ୍କ ରେକର୍ଡ ଭାଙ୍ଗିଲେ ‘ବିରୋଶ’

ଚେନ୍ନାଇ,୭।୩: ୨୬ ଫେବୃଆରୀରେ ଉଦୟପୁରରେ ଅନୁଷ୍ଠିତ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ ଏକ ବିରାଟ କାର୍ଯ୍ୟକ୍ରମଠାରୁ କମ ନଥିଲା। ସେମାନଙ୍କ ବିବାହ ପୂର୍ବ କାର୍ଯ୍ୟକ୍ରମଠାରୁ…

୧୨ ମାର୍ଚ୍ଚରେ ଯୁଦ୍ଧକୁ ନେଇ ବଡ଼ ଘୋଷଣା କରିବେ ଟ୍ରମ୍ପ! ୩ୟ ବିଶ୍ୱଯୁଦ୍ଧ ନେଇ…

ଓ଼୍ବାଶିଂଟନ୍‌,୭।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ବର୍ଷ ୧୨ ଦିନିଆ ଯୁଦ୍ଧ ସମୟରେ “ବିନା ସର୍ତ୍ତରେ ଆତ୍ମସମର୍ପଣ” ବାକ୍ୟାଂଶ ପୋଷ୍ଟ କରିଥିଲେ, ଯାହା ମାତ୍ର ଛଅ…

ସହକାରୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ୭ ସ୍ଥାନରେ ଏକକାଳୀନ ଚଢ଼ାଉ

ଡେରାବିଶ, ୭/୩ (ବେବର୍ତ୍ତା ଅଜୟ ଦାସ): ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ଜଳ ସମ୍ପଦ ବିଭାଗ ଅଧିନ ଛତା ସବ ଡିଭିଜନର ସହକାରୀ…

୨ ଦିନ ପ୍ରବଳ ବର୍ଷିବ, ୪୦-ରୁ ୫୦ କିମି ବେଗରେ ବହିବ ପବନ: ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୭ା୩(ବନ୍ଦନା ସେଠୀ):ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଗ୍ରାଷ୍ମପ୍ରବାହ ଜାରି ରହିଛି। ସକାଳୁ ପ୍ରବଳ ଖରା ସହ ମଧ୍ୟାହ୍ନରୁ ଝାଞ୍ଜି ପବନ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ଇତିମଧ୍ୟରେ ପାରଦ…

ଯୁଦ୍ଧ ମଧ୍ୟରେ ଇରାନକୁ ସାହାଯ୍ୟ କଲା ଭାରତ: ଯୁଦ୍ଧଜାହାଜକୁ…

ତେହରାନ,୭।୩: ତେହରାନର ଅନୁରୋଧରେ ଭାରତ ଏକ ଇରାନୀ ଯୁଦ୍ଧଜାହାଜକୁ ଦକ୍ଷିଣ କୋଚି ବନ୍ଦରରେ ଡକିଂ କରିବାକୁ ଅନୁମତି ଦେଇଛି ଏବଂ ଜାହାଜର ୧୮୩ ସଦସ୍ୟ ବିଶିଷ୍ଟ କର୍ମଚାରୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri