ବୋରିଗୁମ୍ମା,୨୫।୨(ବିଜୟ ନାରାୟଣ ସାହୁ): ପ୍ରେମ ପାଇଁ ଜଣେ ନାବାଳିକା ତାଙ୍କ ପ୍ରେମିକ ସହ ମିଶି ମା’ ଓ ନାବାଳକ ଭାଇଙ୍କୁ ହତ୍ୟାକାଣ୍ଡ ମାମଲାରେ ପୋଲିସର ବଡ଼ ଖୁଲାସା । ପ୍ରେମରେ କଣ୍ଟା ସାଜିବାରୁ ମା’ ଓ ନାବାଳକ ଭାଇଙ୍କୁ ହଣ୍ଡା କରାଯାଇଥିବା ନେଇ କୁହାଯାଇଛି । ପ୍ରେସ୍ମିଟ୍ରେ ସ୍ପଷ୍ଟ କଲେ କୋରାପୁଟ ଏସ୍ପି ରୋହିତ ବର୍ମା ।
ତେବେ ଏହି ହତ୍ୟାକାଣ୍ଡରେ ନାବାଳିକାଙ୍କୁ ତାଙ୍କ ପ୍ରେମିକ ସହ ଆଉ ୩ଜଣ ସାହାଯ୍ୟ କରିଥିଲେ । ପୋଲିସ ଏହି ଘଟଣାରେ ମୋଟ ୪ଜଣଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ମାରଣାସ୍ତ୍ର ଓ ସ୍କୁଟର ଜବତ କରିଛି । ନାବାଳିକା ଝିଅକୁ ସୁଧାର ଗୃହକୁ ପଠାଇଲା ପୋଲିସ ।
ପୋଲିସ ଏସପିଙ୍କ କହିବା ଅନୁସାରେ, ଗତ ୧୮ ତାରିଖ ରାତିରେ ପ୍ରେମିକ ଓ ତାର ୩ ସହଯୋଗୀ ହତ୍ୟା କଲେ ।
ହତ୍ୟା ପରେ ୨ ମୃତଦେହକୁ ନେଇ କେନାଲରେ ଫିଙ୍ଗି ଦେଇଥିଲେ । ତେବେ ୨୧ରେ ମାଆ, ଭାଇ ନିଖୋଜ ନେଇ ଏତଲା କରିଥିଲେ ନାବାଳିକା ଝିଅ । ତଦନ୍ତ ପରେ ସମସ୍ତ ୫ ଅଭିଯୁକ୍ତଙ୍କୁ ଧରିବାରେ ଆମେ ସଫଳ ହୋଇଛୁ ବୋଲି ରୋହିତ ବର୍ମା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।