କୋରାପୁଟ ଜିଲାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ: ୮,୯୪୬ ନୂତନ ଭୋଟର

କୋରାପୁଟ,୭/୧(ଅମିତାଭ ବେହେରା)- କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୫କୁ ନେଇ ଏକ ଖବରଦାତା ସମ୍ମିଳନୀ କରାଯାଇ ଜିଲାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯାଇଛି। କୋରାପୁଟ ଜିଲାପାଳ ଭି.କୀର୍ତ୍ତିଭାସନ ଅଧ୍ୟକ୍ଷତା କରି ଚଳିତ ବର୍ଷ ଜାନୁଆରୀ ୫ ସୁଦ୍ଧା ଜିଲାରେ ୯ ଲକ୍ଷ ୮୯ ହଜାର ୫୪୭ ଭୋଟର ଥିବା ସୂଚନା ଦେଇଛନ୍ତି। ଜିଲାରେ ୪,୭୭,୩୬୯ ପୁରୁଷ,୫,୧୨,୦୯୦ ମହିଳା ଏବଂ ୮୮ କିନ୍ନର ଭୋଟର ରହିଛନ୍ତି। ତାଲିକାରେ ୮ ହଜାର ୯୪୭ ନୂତନ ଭୋଟର ରହିଛନ୍ତି। ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ୧,୭୬,୧୦୯ ଭୋଟର ଥିବା ବେଳେ ଏଥିରେ ୮୩, ୩୯୯ ପୁରୁଷ ଏବଂ ୯୨, ୬୮୮ ମହିଳା ଓ ୨୨ କିନ୍ନର ଭୋଟର ଅଛନ୍ତି। କୋଟପାଡ଼ରେ ୨,୧୧, ୨୯୦ ଭୋଟର ଥିବା ବେଳେ ୧,୨,୩୬୯ ପୁରୁଷ,୧,୮,୯୧୧ ମହିଳା ଏବଂ ୧୦ କିନ୍ନର ଭୋଟର ଅଛନ୍ତି। ଜୟପୁର ନିର୍ବାଚନ ମଣ୍ଡଳୀରେ ୨, ୧୬, ୬୪୭ ଭୋଟରଙ୍କ ମଧ୍ୟରୁ ୧, ୪,୫୯୪ ପୁରୁଷ,୧, ୧୨ ହଜାର ୧୬ ମହିଳା ଏବଂ ୩୭ ଜଣ କିନ୍ନର ଭୋଟର ରହିଛନ୍ତି। କୋରାପୁଟ ନିର୍ବାଚନ ମଣ୍ଡଳୀରେ ୧,୯୫,୧୭୫ ଭୋଟର ଥିବା ବେଳେ ଏଥିରେ ୯୫,୦୪୮ ପୁରୁଷ,୧ ଲକ୍ଷ ୧୧୫ ମହିଳା ଏବଂ ୧୨ କିନ୍ନର ଭୋଟର ଅଛନ୍ତି। ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ୧,୯୦,୩୨୬ ଭୋଟର ଥିବା ବେଳେ ଏଥିରେ ୯୧,୯୫୯ ପୁରୁଷ, ୯୮,୩୬୦ ମହିଳା ଏବଂ ୭ କିନ୍ନର ଭୋଟର ଅଛନ୍ତି। ୧୭,୨୬୪ ଯୁବ ଓ ୧୬,୧୫୪ ଜଣ ଭିନ୍ନକ୍ଷମ ଭୋଟର ରହିଛନ୍ତି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଆଲୋକମଣି ସେଠୀ ଓ ଲଗ୍ନଜିତ ରାଉତ, କୋରାପୁଟ ଉପଜିଲାପାଳ ବେଣୁଧର ଶବର, ଜିଲା ନିର୍ବାଚନ ଅଧିକାରୀ ଦେବେନ୍ଦ୍ର କୁମାର ରାଉତ,ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ବରାଜ୍ୟ ଶୀସା, ଜିଲା ନିର୍ବାଚନ କାର୍ଯ୍ୟାଳୟର ଅନୁପମ ମହାରଣା, କୃଷ୍ଣଚନ୍ଦ୍ର ପ୍ରଧାନ, ଜି. ସନ୍ତୋଷ କୁମାର ରାଓ ଏବଂ ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ନବୀନ ଗୀତ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ ଯାତ୍ରା ପାର୍ଟି ପରିଚାଳକ

ଚାନ୍ଦବାଲି,୨୨ା୧(ଅଶୋକ ପଣ୍ଡା): ୧୯ ତାରିଖ ମକର ମେଳା ସମୟରେ ଭଦ୍ରକ ଜିଲା ଧାମରା ଗଙ୍ଗା ମାତା ପଡ଼ିଆରେ ଯାତ୍ରା ସ୍ବର୍ଣ୍ଣମହଲ ନିଜର ଅପେରା ଶୋ’ କରିବା...

ଗାଡ଼ିମୋଟର ଯାଞ୍ଚ: କଟିଲା ୩୨ ଚାଲାଣ, ୨ ଲକ୍ଷ ୬୦ ହଜାର ଟଙ୍କା ଜରିମାନା

ଦାରିଙ୍ଗବାଡ଼ି,୨୨ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଆଞ୍ଚଳିକ ପରିବହନ ବିଭାଗ ଓ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ମିଳିତ ଭାବେ ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଗାଡ଼ିମୋଟର ଯାଞ୍ଚ...

ବିଭିନ୍ନ ଦାବି ନେଇ ଗର୍ଜିଲା ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଛତ୍ରପୁର,୨୨।୧(ସନ୍ତୋଷ ପାଢ଼ୀ): ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ଗଞ୍ଜାମ ଜିଲା କମିଟି ପକ୍ଷରୁ ବିଭିନ୍ନ ଦାବି ଗୁଡିକର ସମାଧାନ ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ...

ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ଜଙ୍ଗଲରୁ ଯୁବତୀ ଉଦ୍ଧାର ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କୁ ଧରି ସିନ୍‌ ରିକ୍ରିଏଶନ କଲା ପୋଲିସ

ବରଗଡ଼,୨୨ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସିଥିବା ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।...

ଦୁଇ ହାତୀଦାନ୍ତ ଜବତ, ୪ ଅଭିଯୁକ୍ତ ଅଟକ

ବାରିପଦା,୨୨ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଜଙ୍ଗଲରେ ହାତୀମାନେ ଅସୁରକ୍ଷିତ ହୋଇପଡ଼ିଲେଣି। ଶିକାରୀମାନେ ଜଙ୍ଗଲ ଭିତରେ ପଶି ହାତୀଙ୍କୁ ମାରି ସେମାନଙ୍କ ଦାନ୍ତ ଚୋରାଚାଲାଣ କରୁଛନ୍ତି। ବୁଧବାର ଧରାପଡ଼ିଛନ୍ତି...

ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ବଣାଇଁ,୨୨ା୧(ପ୍ରଦୀପ ତ୍ରିପାଠୀ): ବିଗତ ୧୯୧୩ ଅର୍ଥାତ୍‌ ସ୍ବାଧୀନତାର ୩୫ ବର୍ଷ ପୂର୍ବରୁ ସ୍ଥାପିତ ଝିର୍ଡ଼ାପାଲୀ ପ୍ରାଥମିକ ବିଦ୍ୟାଳୟରେ ଅଚଳାବସ୍ଥା ନେଇ ବୁଧବାର ଗ୍ରାମବାସୀ ଓ ଅଭିଭାବକ...

ଡିଜିଟାଲ ସ୍କିଲିଂ ଉପରେ ସଚେତନତା କାର୍ଯ୍ୟକ୍ରମ: ଯୋଗଦେଲେ ୪୫୦ ଛାତ୍ରୀଛାତ୍ର

ଅନୁଗୋଳ,୨୨।୧(ମାନସ ବିଶ୍ୱାଳ): ଅନୁଗୋଳର ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଡିଜିଟାଲ ସ୍କିଲିଂ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ୪୫୦ରୁ ଅଧିକ ୟୁଜି ଓ...

ସାଇଧାରା-ଚନ୍ଦନଧାରା ଜଳପ୍ରପାତର ହେବ ପର୍ଯ୍ୟଟନ ବିକାଶ

ଝରିଗାଁ,୨୨।୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ରହିଛି ଚାରି ଗୋଟି ଜଳପ୍ରପାତ। ସେଗୁଡିକ ହେଲା ଝରିଗାଁ ପଞ୍ଚାୟତ ଅନ୍ତର୍ଗତ ଗୋସେଇଁ ଧାରା ଜଳପ୍ରପାତ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri