ବିଶ଼୍ବରେ ସବୁଠାରୁ ଅଧିକ ଦରମା, ଜାଣନ୍ତୁ କେତେ ଟଙ୍କା ?

ନୂଆଦିଲ୍ଲୀ, ୧୩।୬: ବିଶ଼୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଦରମା ପ୍ୟାକେଜ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତାଙ୍କର ପ୍ୟାକେଜ ଏତେ ଟଙ୍କାର ଥିଲା ଯେ ଆମେରିକୀୟ କୋର୍ଟଙ୍କୁ ମଧ୍ୟ ଏଥିରେ ରୋକ୍‌ ଲଗାଇବାକୁ ପଡ଼ିଥିଲା । ହେଲେ ୬ ବର୍ଷ ପରେ ସେ ପୁଣି ମାଟା ଅଙ୍କର ଦରମା ନେବାକୁ ଯାଉଛନ୍ତି। ବୈଦ୍ୟୁତିକ ଯାନ ଉତ୍ପାଦନକାରୀ କମ୍ପାନୀ ଟେସଲାର ସେୟାର ହୋଲ୍ଡର୍ସମାନେ ଏଲନ ମସ୍କଙ୍କର ବାର୍ଷିକ ପ୍ୟାକେଜ ୫୬ ବିଲିୟନ ଡ଼ଲାର୍‌ ଅର୍ଥାତ ପ୍ରାୟ ୪.୬୪ ଲକ୍ଷ କୋଟି ଟଙ୍କା ନେଇ ଅନୁମୋଦନ କରିଛନ୍ତି। ଆମେରିକାର କର୍ପୋରେଟ ଇତିହାସରେ ଜଣେ ସିଇଓଙ୍କ ପାଇଁ ଏହା ଏପର୍ଯ୍ୟନ୍ତ ସବୁଠାରୁ ବଡ ଦରମା ପ୍ୟାକେଜ ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ, ଏଲନ ମସ୍କ ନିଜେ ଟୱିଟ କରି ସେୟାର ହୋଲ୍ଡରମାନଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି। ବୁଧବାର ଅନୁଷ୍ଠିତ ବୈଠକରେ ସେୟାର ହୋଲ୍ଡରମାନେ ଏହି ପ୍ୟାକେଜକୁ ଅନୁମୋଦନ କରିଛନ୍ତି ଏବଂ ଗୁରୁବାର ଅନୁଷ୍ଠିତ ବୈଠକରେ ଏହା ଘୋଷଣା କରାଯିବ। ଯଦିଓ କମ୍ପାନୀର କିଛି ସେୟାର ହୋଲ୍ଡର ଏହାକୁ ବିରୋଧ କରିଛନ୍ତି । ୨୦୧୮ ମସିହାରେ ଏଲନ ମସ୍କଙ୍କୁ ଏହି ପ୍ୟାକେଜ ଦେବା ପାଇଁ ଏକ ପ୍ରସ୍ତାବ ଦିଆଯାଇଥିଲା।କିନ୍ତୁ କିଛି ସେୟାର ହୋଲ୍ଡରଙ୍କ ବିରୋଧ ପରେ ଡେଲାୱେର୍‌ କୋର୍ଟର ବିଚାରପତି ଏହା ଉପରେ ରୋକ୍‌ ଲଗାଇଥିଲେ । ତେବେ, ଏଥର ଅଧିକାଂଶ ସେୟାର ହୋଲ୍ଡର ସେମାନଙ୍କ ସମ୍ମତି ଦେଇଛନ୍ତି। ଏହି ପ୍ୟାକେଜର ମୂଲ୍ୟ ହେଉଛି ୫୬ ବିଲିୟନ ଡଲାର । କାରଣ ୨୦୧୮ରେ ଟେସଲାର ବଜାର ମୂଲ୍ୟ ୫୯.୧ ବିଲିୟନ ଡ଼ଲାର ଥିଲା । ଯାହା ଆଜି ୫୭୦ ବିଲିୟନ ଡ଼ଲାରରେ ପରିଣତ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ, ଯୁଦ୍ଧକୁ ଡେଇଁଲା ରୁଷିଆ!

ମସ୍କୋ,୭।୩: ଆମେରିକା-ଇସ୍ରାଏଲ ଯୁଦ୍ଧରେ ରୁଷିଆ ଇରାନକୁ ସହାୟତା କରୁଛି। ଦି ୱାଶିଂଟନ ପୋଷ୍ଟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ରୁଷିଆ ଇରାନକୁ ଆମେରିକୀୟ ସାମରିକ ଘାଟି…

ଭାରତକୁ ପଶିଲା ଇରାନୀ ଜାହାଜ, ଆମେରିକାରେ ବାଜିଲା ସାଇରନ!

ନୂଆଦିଲ୍‌ଲୀ,୭।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଖରାପ ହେଉଛି। ସମ୍ପ୍ରତି ଭାରତରୁ ଫେରୁଥିବା ଇରାନୀ ଜାହାଜ ISIS ଡେନା ଉପରେ ଆମେରିକା ଆକ୍ରମଣ କରିଥିଲା। ୮୭ ଜଣ ଇରାନୀ…

୧୨ ମାର୍ଚ୍ଚରେ ଯୁଦ୍ଧକୁ ନେଇ ବଡ଼ ଘୋଷଣା କରିବେ ଟ୍ରମ୍ପ! ୩ୟ ବିଶ୍ୱଯୁଦ୍ଧ ନେଇ…

ଓ଼୍ବାଶିଂଟନ୍‌,୭।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ବର୍ଷ ୧୨ ଦିନିଆ ଯୁଦ୍ଧ ସମୟରେ “ବିନା ସର୍ତ୍ତରେ ଆତ୍ମସମର୍ପଣ” ବାକ୍ୟାଂଶ ପୋଷ୍ଟ କରିଥିଲେ, ଯାହା ମାତ୍ର ଛଅ…

ଯୁଦ୍ଧ ମଧ୍ୟରେ ଇରାନକୁ ସାହାଯ୍ୟ କଲା ଭାରତ: ଯୁଦ୍ଧଜାହାଜକୁ…

ତେହରାନ,୭।୩: ତେହରାନର ଅନୁରୋଧରେ ଭାରତ ଏକ ଇରାନୀ ଯୁଦ୍ଧଜାହାଜକୁ ଦକ୍ଷିଣ କୋଚି ବନ୍ଦରରେ ଡକିଂ କରିବାକୁ ଅନୁମତି ଦେଇଛି ଏବଂ ଜାହାଜର ୧୮୩ ସଦସ୍ୟ ବିଶିଷ୍ଟ କର୍ମଚାରୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri