କୋଣାର୍କ ଏନ୍‌ଏସି ବର୍ଜ୍ୟବସ୍ତୁ ପ୍ରକଳ୍ପ କାର୍ଯ୍ୟ ନିମ୍ନମାନର

କୋଣାର୍କ,୧୬।୧୧(ଜ୍ୟୋତିରାଜ ମହାନ୍ତି)କୋଣାର୍କ ଏନ୍‌ଏସି ୧୧ନଂ. ୱାର୍ଡ ନଳକଣ ଗ୍ରାମ ନିକଟସ୍ଥ ବେରୁହଁ ମୌଜାର ପ୍ଲଟ ନଂ-୨୦୦୮, ମୋଟ ଏରିଆ ୧ ଏକର ୫୦ ଡିସିମିଲ ସରକାରୀ ଜମିରେ କୋଣାର୍କ ଏନ୍‌ଏସି ପକ୍ଷରୁ ପ୍ରାୟ ୨ କୋଟି ୮୯ ଲକ୍ଷ ଟଙ୍କା ବ୍ୟୟରେ ୨୦୨୦ ମସିହାରୁ ଠିକାଦାର ନିଯୁକ୍ତ କରାଯାଇ ବର୍ଜ୍ୟବସ୍ତୁ ପ୍ରକଳ୍ପ କାର୍ଯ୍ୟ ଚାଲୁଛି। ମାତ୍ର ଦୀର୍ଘ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଠିକାଦାର ଉକ୍ତ ପ୍ରକଳ୍ପରୁ ଅଧିକ ମୁନାଫା ପାଇବା ଲକ୍ଷ୍ୟରେ ଅଧିକାଂଶ ସମୟ ରାତ୍ରି ସମୟରେ ଅତି ନିମ୍ନମାନର ସାମଗ୍ରୀରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ବିଶେଷ ଭାବେ ଏହି ବର୍ଜ୍ୟବସ୍ତୁ ପ୍ରକଳ୍ପର ବିଭିନ୍ନ କାର୍ଯ୍ୟରେ ସ୍ଥାନୀୟ ଲୁଣି ବାଲି ବ୍ୟବହାର କରାଯାଉଥିବା ଦେଖାଯାଉଛି। ସରକାରୀ ନୀତି ଅନୁଯାୟୀ, ଠିକାଦାର କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କାର୍ଯ୍ୟର ସମସ୍ତ ବିବରଣୀ ଥିବା ସୂଚନା ଫଳକ ଲଗାଯିବା କଥା। ମାତ୍ର ଏଠି ବିନା ସୂଚନା ଫଳକରେ ମନମୁଖି କାର୍ଯ୍ୟ ଚାଲୁ ରହିଛି। କୋଣାର୍କ ଏନ୍‌ଏସିର କୌଣସି ଅଧିକାରୀ ଏହି କାର୍ଯ୍ୟ ଅନୁଧ୍ୟାନ କରୁ ନାହାନ୍ତି। ନିମ୍ନମାନର କାର୍ଯ୍ୟକୁ ନେଇ ୧୧ନଂ. ୱାର୍ଡ କାଉନସିଲର ବିଭିନ୍ନ ସମୟରେ ତାଗିଦା କରିବା ସତ୍ତ୍ୱେ ଠିକାଦାର କୌଣସି କର୍ଣ୍ଣପାତ ନ କରି ମନମୁଖି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଏନେଇ ବୁଧବାର ଅପରାହ୍ନରେ ନଳକଣ ଗ୍ରାମବାସୀ ପ୍ରକଳ୍ପ ସ୍ଥାନକୁ ଯାଇ ଠିକାଦାର କାର୍ଯ୍ୟକୁ ଜୋରଦାର ବିରୋଧ କରି କାର୍ଯ୍ୟ ବନ୍ଦ କରିଥିଲେ। ଏ ଦିଗରେ ଜିଲାପାଳଙ୍କ ପକ୍ଷରୁ ଏହି ପ୍ରକଳ୍ପର କାର୍ଯ୍ୟକୁ ଭିଜିଲାନ୍ସ ତଦନ୍ତ କରାଯିବା ସହିତ ଏହି ପ୍ରକଳ୍ପର ସମସ୍ତ କାର୍ଯ୍ୟର ମାନ ପରୀକ୍ଷା କରାଯିବା ନିମନ୍ତେ ନିର୍ଦ୍ଦେଶ ଦେବାକୁ ସାଧାରଣରେ ଦାବି ହୋଇଛି। ସୂଚନାଥାଉକି, କୋଣାର୍କ ଏନ୍‌ଏସିକୁ ଏକ ସ୍ବଚ୍ଛ ସହରର ମାନ୍ୟତା ଦେବା ଲାଗି ପୂର୍ବତନ ପୁରୀ ଜିଲାପାଳ ବଲୱନ୍ତ ସିଂଙ୍କ ଅକ୍ଳାନ୍ତ ଉଦ୍ୟମରେ ଏହି ବର୍ଜ୍ୟବସ୍ତୁ ପ୍ରକଳ୍ପ କାର୍ଯ୍ୟଗୁଡ଼ିକ ଆରମ୍ଭ ହୋଇଥିଲା। ସୂଚନା ମୁତାବକ, ଏବେ କୋଣାର୍କ ଏନ୍‌ଏସିର ୧୩ଟି ୱାର୍ଡର ପ୍ରତି ଘରୁ ଅଳିଆ ସଂଗ୍ରହ କରାଯାଉଛି। ସଂଗୃହୀତ ଅଳିଆରୁ ବର୍ଜ୍ୟବସ୍ତୁ ପରିଚାଳନା ଯୋଜନାରେ ଜୈବିକ ସାର ପ୍ରସ୍ତୁତ କରାଯିବାର ଲକ୍ଷ୍ୟ ରହିଛି। ଏପରିକି ବର୍ଜ୍ୟବସ୍ତୁ ପରିଚାଳନାରେ ପ୍ରସ୍ତୁତ ଜୈବିକ ସାର ଉପଯୋଗ କରାଯାଇ ସ୍ମାର୍ଟ ପାର୍କ ନିର୍ମାଣର ଲକ୍ଷ୍ୟ ରହିଛି। କୋଣାର୍କରେ ସଂଗର୍ଟୀତ ବର୍ଜ୍ୟବସ୍ତୁକୁ ସୁରକ୍ଷିତ ଭାବେ ରଖିବା ପାଇଁ ଆବଶ୍ୟକ ବର୍ଜ୍ୟବସ୍ତୁ ପରିଚାଳନା ପ୍ଳାଣ୍ଟ ଓ ସ୍ମାର୍ଟ ପାର୍କ ପାଇଁ ପ୍ରଶାସନ ପକ୍ଷରୁ ଏକାଧିକ ସରକାରୀ ଜମି ଚୟନ କରାଯାଇ କାର୍ଯ୍ୟ ଚାଲୁରହିଛି। ଏ ସମ୍ପର୍କରେ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଜଗଦୀଶ ନାୟକଙ୍କୁ ପଚାରିବାରେ, ସେ ଏ ସମ୍ପର୍କରେ ଠିକାଦାରଙ୍କୁ ତାଗିଦା କରିଛନ୍ତି। ଯଦି କାର୍ଯ୍ୟ ନିମ୍ନମାନର ହେଉଥାଏ, ତେବେ ତାହାର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

‘ଆପଣ ଦ୍ବିତୀୟ ଥର ଧୋକା ଦେଇପାରିବେନି’…ଟ୍ରମ୍ପଙ୍କୁ ଗାଳି କରି ହାତ ଛାଡିଦେଲା ସ୍ପେନ

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ କରି ଆମେରିକା ସାହାଯ୍ୟ ପାଇଁ ୟୁରୋପକୁ ଚାହିଁ ରହିଛି । ତଥାପି, ଏହି ଅଞ୍ଚଳର ଚାରିଟି ରାଷ୍ଟ୍ର ସ୍ପଷ୍ଟ ଭାବରେ ସ୍ପଷ୍ଟ କରିଛନ୍ତି…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri