କୋଣାର୍କ ଏନ୍‌ଏସି ବର୍ଜ୍ୟବସ୍ତୁ ପ୍ରକଳ୍ପ କାର୍ଯ୍ୟ ନିମ୍ନମାନର

କୋଣାର୍କ,୧୬।୧୧(ଜ୍ୟୋତିରାଜ ମହାନ୍ତି)କୋଣାର୍କ ଏନ୍‌ଏସି ୧୧ନଂ. ୱାର୍ଡ ନଳକଣ ଗ୍ରାମ ନିକଟସ୍ଥ ବେରୁହଁ ମୌଜାର ପ୍ଲଟ ନଂ-୨୦୦୮, ମୋଟ ଏରିଆ ୧ ଏକର ୫୦ ଡିସିମିଲ ସରକାରୀ ଜମିରେ କୋଣାର୍କ ଏନ୍‌ଏସି ପକ୍ଷରୁ ପ୍ରାୟ ୨ କୋଟି ୮୯ ଲକ୍ଷ ଟଙ୍କା ବ୍ୟୟରେ ୨୦୨୦ ମସିହାରୁ ଠିକାଦାର ନିଯୁକ୍ତ କରାଯାଇ ବର୍ଜ୍ୟବସ୍ତୁ ପ୍ରକଳ୍ପ କାର୍ଯ୍ୟ ଚାଲୁଛି। ମାତ୍ର ଦୀର୍ଘ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଠିକାଦାର ଉକ୍ତ ପ୍ରକଳ୍ପରୁ ଅଧିକ ମୁନାଫା ପାଇବା ଲକ୍ଷ୍ୟରେ ଅଧିକାଂଶ ସମୟ ରାତ୍ରି ସମୟରେ ଅତି ନିମ୍ନମାନର ସାମଗ୍ରୀରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ବିଶେଷ ଭାବେ ଏହି ବର୍ଜ୍ୟବସ୍ତୁ ପ୍ରକଳ୍ପର ବିଭିନ୍ନ କାର୍ଯ୍ୟରେ ସ୍ଥାନୀୟ ଲୁଣି ବାଲି ବ୍ୟବହାର କରାଯାଉଥିବା ଦେଖାଯାଉଛି। ସରକାରୀ ନୀତି ଅନୁଯାୟୀ, ଠିକାଦାର କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କାର୍ଯ୍ୟର ସମସ୍ତ ବିବରଣୀ ଥିବା ସୂଚନା ଫଳକ ଲଗାଯିବା କଥା। ମାତ୍ର ଏଠି ବିନା ସୂଚନା ଫଳକରେ ମନମୁଖି କାର୍ଯ୍ୟ ଚାଲୁ ରହିଛି। କୋଣାର୍କ ଏନ୍‌ଏସିର କୌଣସି ଅଧିକାରୀ ଏହି କାର୍ଯ୍ୟ ଅନୁଧ୍ୟାନ କରୁ ନାହାନ୍ତି। ନିମ୍ନମାନର କାର୍ଯ୍ୟକୁ ନେଇ ୧୧ନଂ. ୱାର୍ଡ କାଉନସିଲର ବିଭିନ୍ନ ସମୟରେ ତାଗିଦା କରିବା ସତ୍ତ୍ୱେ ଠିକାଦାର କୌଣସି କର୍ଣ୍ଣପାତ ନ କରି ମନମୁଖି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଏନେଇ ବୁଧବାର ଅପରାହ୍ନରେ ନଳକଣ ଗ୍ରାମବାସୀ ପ୍ରକଳ୍ପ ସ୍ଥାନକୁ ଯାଇ ଠିକାଦାର କାର୍ଯ୍ୟକୁ ଜୋରଦାର ବିରୋଧ କରି କାର୍ଯ୍ୟ ବନ୍ଦ କରିଥିଲେ। ଏ ଦିଗରେ ଜିଲାପାଳଙ୍କ ପକ୍ଷରୁ ଏହି ପ୍ରକଳ୍ପର କାର୍ଯ୍ୟକୁ ଭିଜିଲାନ୍ସ ତଦନ୍ତ କରାଯିବା ସହିତ ଏହି ପ୍ରକଳ୍ପର ସମସ୍ତ କାର୍ଯ୍ୟର ମାନ ପରୀକ୍ଷା କରାଯିବା ନିମନ୍ତେ ନିର୍ଦ୍ଦେଶ ଦେବାକୁ ସାଧାରଣରେ ଦାବି ହୋଇଛି। ସୂଚନାଥାଉକି, କୋଣାର୍କ ଏନ୍‌ଏସିକୁ ଏକ ସ୍ବଚ୍ଛ ସହରର ମାନ୍ୟତା ଦେବା ଲାଗି ପୂର୍ବତନ ପୁରୀ ଜିଲାପାଳ ବଲୱନ୍ତ ସିଂଙ୍କ ଅକ୍ଳାନ୍ତ ଉଦ୍ୟମରେ ଏହି ବର୍ଜ୍ୟବସ୍ତୁ ପ୍ରକଳ୍ପ କାର୍ଯ୍ୟଗୁଡ଼ିକ ଆରମ୍ଭ ହୋଇଥିଲା। ସୂଚନା ମୁତାବକ, ଏବେ କୋଣାର୍କ ଏନ୍‌ଏସିର ୧୩ଟି ୱାର୍ଡର ପ୍ରତି ଘରୁ ଅଳିଆ ସଂଗ୍ରହ କରାଯାଉଛି। ସଂଗୃହୀତ ଅଳିଆରୁ ବର୍ଜ୍ୟବସ୍ତୁ ପରିଚାଳନା ଯୋଜନାରେ ଜୈବିକ ସାର ପ୍ରସ୍ତୁତ କରାଯିବାର ଲକ୍ଷ୍ୟ ରହିଛି। ଏପରିକି ବର୍ଜ୍ୟବସ୍ତୁ ପରିଚାଳନାରେ ପ୍ରସ୍ତୁତ ଜୈବିକ ସାର ଉପଯୋଗ କରାଯାଇ ସ୍ମାର୍ଟ ପାର୍କ ନିର୍ମାଣର ଲକ୍ଷ୍ୟ ରହିଛି। କୋଣାର୍କରେ ସଂଗର୍ଟୀତ ବର୍ଜ୍ୟବସ୍ତୁକୁ ସୁରକ୍ଷିତ ଭାବେ ରଖିବା ପାଇଁ ଆବଶ୍ୟକ ବର୍ଜ୍ୟବସ୍ତୁ ପରିଚାଳନା ପ୍ଳାଣ୍ଟ ଓ ସ୍ମାର୍ଟ ପାର୍କ ପାଇଁ ପ୍ରଶାସନ ପକ୍ଷରୁ ଏକାଧିକ ସରକାରୀ ଜମି ଚୟନ କରାଯାଇ କାର୍ଯ୍ୟ ଚାଲୁରହିଛି। ଏ ସମ୍ପର୍କରେ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଜଗଦୀଶ ନାୟକଙ୍କୁ ପଚାରିବାରେ, ସେ ଏ ସମ୍ପର୍କରେ ଠିକାଦାରଙ୍କୁ ତାଗିଦା କରିଛନ୍ତି। ଯଦି କାର୍ଯ୍ୟ ନିମ୍ନମାନର ହେଉଥାଏ, ତେବେ ତାହାର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri