Posted inଜାତୀୟ

କୋଲକାତା ବଳାତ୍କାର ମାମଲା: ଅଭିଯୁକ୍ତ କହିଲେ ମହିଳା ଡାକ୍ତରଙ୍କ ରକ୍ତ ଦେଖି…

କୋଲକାତା,୨ା୯: କୋଲକାତା ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଞ୍ଜୟ ରାୟ ଦିନକୁ ଦିନ ନୂଆ ନୂଆ କଥା କହୁଛନ୍ତି। ସେ ତାଙ୍କ ଓକିଲ କବିତା ସାର୍କଙ୍କୁ କହିଛନ୍ତି, ମୁଁ ମହିଳା ଡାକ୍ତରଙ୍କୁ ହତ୍ୟା କରି ନାହିଁ। ତାଙ୍କର ରକ୍ତଭିଜା ଶରୀର ଦେଖି ମୁଁ ଦୌଡ଼ି ପଳାଇଥିଲି।

ପଲିଗ୍ରାଫ୍‌ ଟେଷ୍ଟ୍‌ ସମୟରେ ସଞ୍ଜୟଙ୍କୁ ୧୦ଟି ପ୍ରଶ୍ନ ପଚରାଯାଇଥିଲା, ଯେଉଁଥିରେ ସେ ମହିଳା ଡାକ୍ତରଙ୍କୁ ହତ୍ୟା କରିବା ପରେ କ’ଣ କରିଥିଲେ ବୋଲି ମଧ୍ୟ ପ୍ରଶ୍ନ କରାଯାଇଥିଲା। ସେ ସିବିଆଇ ଅଧିକାରୀମାନଙ୍କୁ କହିଥିଲେ ଯେ, ପ୍ରଶ୍ନଟି ଭୁଲ୍‌ ଥିଲା କାରଣ ସେ ତାଙ୍କୁ (ଟ୍ରେନିଂ ଡାକ୍ତର) ହତ୍ୟା କରିନାହାନ୍ତି।

ପଲିଗ୍ରାଫ୍‌ ପରୀକ୍ଷାରେ ସଞ୍ଜୟ ଦୃଢ଼ତାର ସହ କହିଛନ୍ତି ଯେ, ଡାକ୍ତରଖାନାର ସେମିନାର ହଲ୍‌ରେ ଟ୍ରେନି ମହିଳା ଡାକ୍ତର ଜଣକ ଚେତାଶୂନ୍ୟ ହୋଇପଡ଼ିଥିଲେ। ସଞ୍ଜୟ କହିଛନ୍ତି, ସେ ଏହି ଟ୍ରେନି ମହିଳା ଡାକ୍ତରଙ୍କୁ ଅଗଷ୍ଟ ୯ରେ ସେମିନାର ହଲ୍‌ରେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଦେଖିଥିଲେ। ଏହା ପରେ ସେ ଭୟଭୀତ ହୋଇ କୋଠରୀରୁ ଦୌଡ଼ି ପଳାଇଥିଲେ।

ସଞ୍ଜୟ ଓକିଲ କହିଛନ୍ତି, ଯଦି ସେହି କୋଠରୀରେ କେହି ପ୍ରବେଶ କରିବା ଏତେ ସହଜ ହୋଇଥାନ୍ତା ତେବେ ସଞ୍ଜୟଙ୍କ ବ୍ୟତୀତ ଅନ୍ୟ କେହି ମଧ୍ୟ ସେଠାକୁ ଯାଇପାରିଥାନ୍ତି। ସଞ୍ଜୟ ଏହା ମଧ୍ୟ କହିଛନ୍ତି ଯେ, ସେ ପୀଡ଼ିତାଙ୍କୁ ଜାଣି ନାହାନ୍ତି ଏବଂ ତାଙ୍କୁ ଫସାଇ ଦିଆଯାଇଛି। ଯେତେବେଳେ ସେ ନିର୍ଦ୍ଦୋଷ ବୋଲି ପୋଲିସକୁ କାହିଁକି ଜଣାଇ ନାହାନ୍ତି ବୋଲି ପଚରାଯିବାରୁ ସଞ୍ଜୟ କହିଛନ୍ତି, ତାଙ୍କ କଥାକୁ କେହି ବିଶ୍ୱାସ କରିବେ ନାହିଁ ବୋଲି ସେ ଭୟ କରୁଛନ୍ତି।

ସୂଚନାଯୋଗ୍ୟ, ଗତ ମାସରେ କୋଲକାତାର ଆର୍‌ଜି କର ହସ୍ପିଟାଲରେ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ତାଙ୍କ ଶରୀରରେ ଯୌନ ନିର୍ଯାତନା ଏବଂ ୨୫ଟି ବାହ୍ୟ-ଆଭ୍ୟନ୍ତରୀଣ ଆଘାତ ଦେଖିବାକୁ ମିଳିଥିଲା। ପ୍ରାରମ୍ଭିକ ଅନୁସନ୍ଧାନରେ ଅଭିଯୁକ୍ତ ସଞ୍ଜୟଙ୍କୁ ଅନେକ ପ୍ରମାଣ ଆଧାରରେ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?