Posted inଖେଳ

କୋଲକାତାକୁ ହରାଇଲା ଚେନ୍ନାଇ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ୬ ଉଇକେଟରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ୫ ଉଇକେଟ ହରାଇ ୧୭୨ ରନ କରିଥିବାବେଳେ ଚେନ୍ନାଇ ୨୦ ଓଭରରେ ୪ ଉଇକେଟ ହରାଇ ୧୭୮ ରନ ସଂଗ୍ରହ କରି ନେଇଛି। ଏହି ପରାଜୟ କୋଲକାତା ପ୍ଲେ-ଅଫ୍‌ ଆଶାରେ ବାଧା ସୃଷ୍ଟି କରିଛି। ଦଳ ୧୩ ମ୍ୟାଚରୁ ୧୨ ପଏଣ୍ଟ ପାଇ ଟେବୁଲର ୫ମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ପ୍ଲେ-ଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ି ସାରିଥିବା ଚେନ୍ନାଇ ବିଜୟୀ ହୋଇ ସମ୍ମାନର ସହ ପ୍ରତିଯୋଗିତା ଶେଷ କରିବା ଦିଗରେ ଅଗ୍ରସର ହୋଇଛି। ଚଳିତ ଲିଗ୍‌ରେ ପୂର୍ବରୁ ହୋଇଥିବା ଭେଟରେ କୋଲକାତା ୧୦ ରନରେ ବିଜୟୀ ହୋଇଥିଲା। ଏଠାରେ ବିଜୟୀ ହୋଇ ଚେନ୍ନାଇ ପୂର୍ବ ପରାଜୟର ମଧୁର ପ୍ରତିଶୋଧ ନେଇଛି।
ଦ୍ୱିତୀୟାର୍ଦ୍ଧରେ କାକର ପଡ଼ିବା ସମସ୍ୟାକୁ ଦୃଷ୍ଟିରେ ରଖି ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଶୁବମନ ଗିଲ୍‌ ଓ ନୀତୀଶ ରାଣା କୋଲକାତା ପକ୍ଷରୁ ଇନିଂସ ଓପନ କରିଥିଲେ। ଦୁହେଁ ପାଓ୍ବାରପ୍ଲେ ୬ ଓଭରରେ ୪୮ ରନ ସଂଗ୍ରହ କରି ଭଲ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ। ଓପନିଂ ଯୋଡ଼ିରେ ୪୪ ବଲ୍‌ରୁ ୫୩ ରନ ହୋଇଥିବାବେଳେ ଶୁବମନ ଆଉଟ ହୋଇଥିଲେ। ଇନିଂସର ପ୍ରଥମ ବଲ୍‌କୁ ଚୌକା ମାରି ଆକ୍ରମଣାତ୍ମକ ଆରମ୍ଭ କରିଥିବା ଶୁବମନ ୧୭ ବଲ୍‌ ଖେଳି ୪ ଚୌକା ସହାୟତାରେ ୨୬ ରନ ସଂଗ୍ରହ କରିଥିଲେ। ନୀତୀଶ ଧୈର୍ଯ୍ୟର ସହ ବ୍ୟାଟିଂ କରି ଇନିଂସକୁ ଆଗେଇ ନେଇଥିବାବେଳେ ଅପର ପଟରେ ସୁନୀଲ ନାରିନ(୭) ଓ ରିଙ୍କୁ ସିଂ(୧୧)ଙ୍କ ଶୀଘ୍ର ଉଇକେଟ ପତନ କୋଲକାତାର ଦ୍ରୁତ ରନ ହାରରେ ଅଙ୍କୁଶ ଲଗାଇଥିଲା। ଫଳରେ ୧୪.୨ ଓଭରରେ ଯାଇ ଦଳର ୧୦୦ ରନ ପୂରଣ ହୋଇଥିଲା। ଇତିମଧ୍ୟରେ ୪୪ ବଲ୍‌ରୁ ମୂଲ୍ୟବାନ ଅର୍ଦ୍ଧଶତକ ହାସଲ କରିଥିଲେ ନୀତୀଶ। ଏହାଥିଲା ଆଇପିଏଲରେ ତାଙ୍କର ୧୦ତମ ଏବଂ ଦଳ ପାଇଁ ଅତ୍ୟନ୍ତ ଉପଯୋଗୀ ଅର୍ଦ୍ଧଶତକ। ସେ ୬୧ ବଲ୍‌ରୁ ୧୦ ଚୌକା ଓ ୪ ଛକା ସହାୟତାରେ ୮୭ ରନ କରିଥିବାବେଳେ ଲୁନ୍‌ଗି ଏନ୍‌ଗିଡିଙ୍କ ଏକ ଅଫ୍‌କଟର ଖେଳିବାକୁ ଯାଇ ଲଙ୍ଗଅନ୍‌ରେ ସାମ୍‌ କୁରାନଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ଇଅନ ମୋର୍ଗାନ ୧୨ ବଲ୍‌ରୁ ୧୫(୨ ଚୌକା) ରନ କରିବାକୁ ସକ୍ଷମ ହୋଇଥିବାବେଳେ ବିଦାୟୀ ଅଧିନାୟକ ଦୀନେଶ କାର୍ତ୍ତିକ ୧୦ ବଲ୍‌ରୁ ୩ ଚୌକା ସହ ୨୧ ରନରେ ଅପରାଜିତ ରହିବାରୁ ନାଇଟ ରାଇଡର୍ସ ସ୍କୋର ୧୭୨/୫ରେ ପହଞ୍ଚତ୍ଥିଲା। ଚେନ୍ନାଇ ପକ୍ଷରୁ ଲୁନ୍‌ଗି ଏନ୍‌ଗିଡି ୨ଟି ଏବଂ ମିଚେଲ ସାଣ୍ଟନର, କର୍ନ ଶର୍ମା ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୧୭୩ ରନର ପିଛା କରିଥିବା ଚେନ୍ନାଇ ଓପନିଂ ଯୋଡ଼ିରେ ୪୫ ବଲ୍‌ରୁ ୫୦ ରନ କରିବାପରେ ଶେନ ଓ୍ବାଟସନଙ୍କ ଉଇକେଟ ହରାଇଥିଲା। କିଛିଦିନର ବ୍ରେକ୍‌ ପରେ ପ୍ରତ୍ୟାବର୍ତ୍ତନ କରିଥିବା ଏହି ଅଷ୍ଟ୍ରେଲୀୟ ଖେଳାଳି ଏଠାରେ ୧୯ ବଲ୍‌ରୁ ୧୪(୧ ଚୌକା, ୧ ଛକା) ରନ କରି ପାରିଥିଲେ। ଋତୁରାଜ କିନ୍ତୁ ଖେଳିଥିଲେ ସ୍ମରଣୀୟ ଇନିଂସ। ତାଙ୍କୁ ଉପଯୁକ୍ତ ସହଯୋଗ ଯୋଗାଇ ଦେଇଥିଲେ ଅମ୍ବାତି ରାୟୁଡ଼ୁ। ଉଭୟ ଦ୍ୱିତୀୟ ଉଇକେଟରେ ୬୮ ରନର ଭାଗୀଦାରି ଗଢ଼ି କୋଲକାତା ବୋଲରଙ୍କୁ ନିରାଶ କରିଥିଲେ। ଏହା ମଧ୍ୟରେ ପ୍ରତିଭା ସମ୍ପନ୍ନ ଗାଏକ୍ୱାଡ୍‌ ହାସଲ କରିଥିଲେ ଅର୍ଦ୍ଧଶତକ। ସେ ୩୭ ବଲ୍‌ରୁ ୫୦ ରନ ପୂରଣ କରିଥିଲେ। ଚଳିତ ଆଇପିଏଲରେ ଏହାଥିଲା ତାଙ୍କର କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ। ପୂର୍ବ ମ୍ୟାଚରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୬୫ ରନକରି ଅପରାଜିତ ରହିଥିଲେ। ରାୟୁଡ଼ୁ ପ୍ୟାଟ୍‌ କୁମିନ୍ସଙ୍କ ତୃତୀୟ ଓଭରରେ କ୍ରମାଗତ ୨ଟି ଚୌକା ମାରିବାପରେ ପରବର୍ତ୍ତୀ ବଲ୍‌କୁ ମିଡ୍‌ଅଫ୍‌ ଉପରେ ମାରିବା ଚକ୍କରରେ ସୁନୀଲ ନାରିନ୍‌ଙ୍କୁ କ୍ୟାଚ ଦେଇଥିଲେ। ୨୦ଟି ବଲ୍‌ ଖେଳିଥିବା ରାୟୁଡ଼ୁ ୫ ଚୌକା ଓ ୧ ଛକା ସହାୟତାରେ ୩୮ ରନ କରିଥିଲେ। ରାୟୁଡ଼ୁଙ୍କ ବିଦାୟପରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ମାତ୍ର ୧ ରନ କରି ଆଉଟ ହେବାରୁ ଚେନ୍ନାଇକୁ ଶକ୍ତ ଧକ୍କା ଲାଗିଥିଲା। କୋଲକାତା କ୍ରମେ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା। ସେଟ୍‌ ହୋଇ ଖେଳୁଥିବା ଯୁବ ବ୍ୟାଟ୍ସମ୍ୟାନ ଋତୁରାଜ ୫୩ ବଲ୍‌ରୁ ୭୨ (୬ ଚୌକା, ୨ ଛକା) ରନ କରିଥିବାବେଳେ କୁମିନ୍ସଙ୍କ ବଲ୍‌ରେ ପ୍ୟାଡଲ ଶଟ୍‌ ଖେଳିବାକୁ ଯାଇ କ୍ଲିନ୍‌ ବୋଲ୍ଡ ହୋଇ ଯାଇଥିଲେ। ଶେଷ ୨ ଓଭରରୁ ଚେନ୍ନାଇକୁ ୩୦ ରନ ଆବଶ୍ୟକ ହେଉଥିଲା। ଏହି ଓଭରରେ ରବୀନ୍ଦ୍ର ଜାଡେଜା ଓ ସାମ୍‌ କୁରାନ ୨୦ ରନ ନେଇ ଆଶା ସଞ୍ଚାର କରାଇଥିଲେ। ଶେଷ ୬ ବଲ୍‌ରୁ ୧୦ ରନ ଦରକାର ଥିଲା। କମଲେଶ୍‌ ନାଗରକୋଟିଙ୍କ ପ୍ରଥମ ବଲ୍‌ ଡଟ୍‌ ରହିଥିଲା। ଦ୍ୱିତୀୟ ବଲ୍‌ରୁ ସାମ୍‌ କୁରାନ ୨ ଓ ତୃତୀୟ ବଲ୍‌ରୁ ୧ ରନ ନେଇ ଦଳର ଚିନ୍ତା ବଢ଼ାଇ ଦେଇଥିଲେ। ୪ର୍ଥ ବଲ୍‌ରୁ କୌଣସି ରନ୍‌ ହୋଇ ନ ଥିଲା। ୫ମ ବଲ୍‌କୁ ଛକାରେ ପରିଣତ କରି ଜାଡେଜା ଉତ୍କଣ୍ଠାର ଅବସାନ ଘଟାଇଥିଲେ। ଶେଷ ବଲ୍‌କୁ ମଧ୍ୟ ସେ ଛକା ମାରି ମ୍ୟାଚର ପରିସମାପ୍ତି ଘଟାଇଥିଲେ। ଜାଡେଜା ୧୧ ବଲ୍‌ରୁ ୩୧(୨ ଚୌକା, ୩ ଛକା) ଓ କୁରାନ ୧୪ ବଲ୍‌ରୁ ୧୩ ରନକରି ଅପରାଜିତ ରହିଥିଲେ। କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଆକର୍ଷଣୀୟ ବୋଲିଂ କରି ୪ ଓଭର ସ୍ପେଲରେ ମାତ୍ର ୨୦ ରନ ଦେଇ ୨ଟି ଉଇକେଟ ନେଇଥିଲେ। ଅନ୍ୟ ୨ ଉଇକେଟ ପ୍ୟାଟ୍‌ କୁମିନ୍ସ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୧୭୨/୫ (ନୀତୀଶ-୮୭, ଶୁବମନ-୨୬, କାର୍ତ୍ତିକ-୨୧*, ଏନ୍‌ଗିଡି-୨/୩୪, ସାଣ୍ଟନର-୧/୩୦, କର୍ନ-୧/୩୫, ଜାଡେଜା-୧/୨୦)। ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଓଭରରେ ୧୭୮/୪ (ଋତୁରାଜ-୭୨, ରାୟୁଡ଼ୁ-୩୮, ଜାଡେଜା-, ୩୧*, ବରୁଣ-୨/୨୦, କୁମିନ୍ସ-୨/୩୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 ବିଶ୍ୱକପ ମଧ୍ୟରେ ବଡ଼ ସଙ୍କଟ, ଇସ୍ରାଏଲ-ଇରାନ ଯୁଦ୍ଧ ପାଇଁ ଫସିଗଲେ ଏହି ଟିମର ଖେଳାଳି

ନୂଆଦିଲ୍ଲୀ,୨।୩: ୨୦୨୬ ଟି୨୦ ବିଶ୍ୱକପ ସମୟରେ ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ଏବେ କ୍ରିକେଟ ଟିମ୍‌ଗୁଡ଼ିକର ଯାତ୍ରାକୁ ପ୍ରଭାବିତ କରୁଛି। ଦୁବାଇ ବିମାନବନ୍ଦର ଯୁଦ୍ଧ ଦ୍ୱାରା ପ୍ରଭାବିତ…

VIDEO: ଯାହାଙ୍କୁ ପ୍ଲେଇଂ XI ରୁ ବାଦ୍‌ ଦିଆଯାଇଥିଲା, ତାଙ୍କରି ସାମ୍ନାରେ ମୁଣ୍ଡ ନୁଆଁଇଲେ ସୂର୍ଯ୍ୟକୁମାର, ଖୋଲିଲେ କ୍ୟାପ

ନୂଆଦିଲ୍ଲୀ,୨।୩: ଭାରତୀୟ କ୍ରିକେଟ ଦଳ ଗର୍ବର ସହିତ ICC T20 ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛି। ଶେଷ ଚାରିଟିରେ ଦଳର ସଫଳତା ଜଣେ ଖେଳାଳିଙ୍କ ପାଇଁ, ଯାହାକୁ…

ସେମିଫାଇନାଲକୁ ନେଇ ପାକିସ୍ତାନ କହିଥିଲା ଏମିତି କଥା, ଏବେ କଡ଼ା ଜବାବ ଦେଲା ଇଣ୍ଡିଆ

ନୂଆଦିଲ୍ଲୀ,୨।୩: ICC T20 ବିଶ୍ୱକପ ୨୦୨୬ର ଶେଷ ସୁପର ୮ମ୍ୟାଚରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଏକ ହାଇ-ଭୋଲଟେଜ ପ୍ରତିଯୋଗିତା ଦେଖାଯାଇଥିଲା। କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା…

ଟିମ ଇଣ୍ଡିଆ ସହ ଏହି ୪ ଟିମ୍‌ଙ୍କ ସେମିଫାଇନାଲ ସ୍ଥାନ ପକ୍କା, ଜାଣନ୍ତୁ ମ୍ୟାଚର ସମ୍ପୂର୍ଣ୍ଣ ସିଡ୍ୟୁଲ

ନୂଆଦିଲ୍ଲୀ,୨।୩: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ର ଅନ୍ତିମ ସୁପର ୮ ମ୍ୟାଚରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ୫ ୱିକେଟରେ ପରାସ୍ତ କରିଛି। କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା…

୧୦ ବର୍ଷ ପରେ ପ୍ରତିଶୋଧ ନେଲା ଭାରତ: ମନେ ପଡ଼ିଗଲା…

କୋଲକାତା,୨।୩: ୧୦ ବର୍ଷ ପରେ ଟିମ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ୍‌ଠାରୁ ପ୍ରତିଶୋଧ ନେଇଛି। କ୍ରିକେଟରେ ଏପରି ମୁହୂର୍ତ୍ତ ବହୁତ କମ ଆସିଥାଏ ଯେତେବେଳେ ଭାଗ୍ୟ ଏବଂ କଠିନ ପରିଶ୍ରମ…

ଧୋନୀଙ୍କୁ ବଡ଼ ଝଟ୍‌କା: ମିଳିଲା ନୋଟିସ୍‌, ୧୫ ଦିନ ମଧ୍ୟରେ…

ରାଞ୍ଚି,୨।୩: ଝାଡ଼ଖଣ୍ଡ ରାଜ୍ୟ ଗୃହ ବୋର୍ଡ ରାଞ୍ଚିର ହାର୍ମୁ ଅଞ୍ଚଳରେ ତାଙ୍କ ବାସସ୍ଥାନ ପାଇଁ ଆବଣ୍ଟିତ ଜମିର ବାଣିଜି୍ୟକ ବ୍ୟବହାର ସମ୍ପର୍କରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର…

ସେମିଫାଇନାଲ୍‌ରେ ପହଞ୍ଚିବା ପରେ ବଡ଼ ବୟାନ୍‌ ଦେଲେ ସୂର୍ଯ୍ୟକୁମାର: କହୁ କହୁ କହିଦେଲେ…

କୋଲକାତା,୨।୩: ସଞ୍ଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଚଳିତ ଟି୨୦ କ୍ରିକେଟ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛି। ଇଡେନ ଗାର୍ଡେନ୍ସରେ ରବିବାର ଅନୁଷ୍ଠିତ ସୁପର-୮ ମ୍ୟାଚରେ…

IND vs WI Super-8 Live Score: ଭାରତ ଆଗରେ ୧୯୬ ରନ୍‌ର ବିଜୟ ଟାର୍ଗେଟ୍‌

କୋଲକାତା,୧।୩: କୋଲକାତାର ଐତିହାସିକ ଇଡେନ୍‌ ଗାର୍ଡେନ୍ସ ମଇଦାନରେ ରବିବାର ଖେଳାଯାଇଥିବା ଭାରତ ଏବଂ ୱେଷ୍ଟଇଣ୍ଡିଜ୍‌ ମ୍ୟାଚ୍‌ରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri