Posted inଜାତୀୟ

କୋଲକାତା ବଳାତ୍କାର-ହତ୍ୟା ମାମଲା: ଅଭିଯୁକ୍ତ କହିଲା-‘ମୁଁ ନିର୍ଦ୍ଦୋଷ, ମୋର ପଲିଗ୍ରାଫ୍ ପରୀକ୍ଷା କର!’

କୋଲକାତା,୨୩।୮: କୋଲକାତାର ଆରଜି କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ୟୁ-ଟର୍ନ ମାରିଛନ୍ତି। ସଞ୍ଜୟଙ୍କ ଓକିଲ କବିତା ସାର୍କ କହିଛନ୍ତି ଯେ ସେ ଚାହୁଁଛନ୍ତି ଯେ ତାଙ୍କର ପଲିଗ୍ରାଫ୍ ପରୀକ୍ଷା କରାଯାଉ ଯାହା ଦ୍ୱାରା ସତ୍ୟ ପଦାକୁ ଆସିପାରିବ। ସେ କହିଛନ୍ତି ଯେ ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ଏହି ଘଟଣାର ତଦନ୍ତ କରୁଥିବା ସିବିଆଇକୁ ସେ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ, ଯାହାଫଳରେ ପ୍ରକୃତ ଅପରାଧୀ ଧରାଯିବ।

ସଞ୍ଜୟ ରୟଙ୍କ ଓକିଲ କବିତା ସାର୍କ ଗଣମାଧ୍ୟମକୁ କହିଛନ୍ତି ଯେ ପଲିଗ୍ରାଫ୍ ପରୀକ୍ଷା ପାଇଁ ସଞ୍ଜୟଙ୍କ ସମ୍ମତି ନିଆଯିବା ପରେ ମୁଁ ସେଠାରେ ଉପସ୍ଥିତ ଥିଲି। ସେ ପରୀକ୍ଷା ପାଇଁ ତାଙ୍କ ସମ୍ମତି ଦେଇଥିଲେ। ମୁଁ ବ୍ୟକ୍ତିଗତ ଭାବରେ ତାଙ୍କୁ ପଲିଗ୍ରାଫ୍ ପରୀକ୍ଷା କ’ଣ ବୁଝାଇଥିଲି। ଏହା ପରେ ସେ ରାଜି ହୋଇଥିଲେ। ତାଙ୍କ କହିବାନୁସାରେ, ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବାରୁ ସେ ବର୍ତ୍ତମାନ ଅନେକ ମାନସିକ ଚାପରେ ଅଛନ୍ତି।ସେ ଚାହୁଁଛନ୍ତି ଯେ ସତ୍ୟ ବାହାରକୁ ଆସୁ।

କବିତା ସାର୍କଙ୍କ ଅନୁଯାୟୀ ସଞ୍ଜୟ ରୟ କହିଛନ୍ତି ଯେ ସେ ଏହି ଅପରାଧରେ ଜଡିତ ନୁହଁନ୍ତି। ତେଣୁ ଯେକୌଣସି ପ୍ରକାର ପରୀକ୍ଷା ପାଇଁ ପ୍ରସ୍ତୁତ। ଏହି ଘଟଣାର ସମସ୍ତ ଅନୁସନ୍ଧାନରେ ସହଯୋଗ କରିବେ। ଜଣେ ମହିଳା ଡାକ୍ତରଙ୍କ ସହ ଅତ୍ୟାଚାର ଅଭିଯୋଗ ହୋଇଥିବା ସଞ୍ଜୟ ରୟଙ୍କ ୟୁ-ଟର୍ ଆଶ୍ଚର୍ଯ୍ୟଜନକ ଅଟେ। କାରଣ ଗିରଫ ପରେ ସେ ନିଜେ ନିଜ ଅପରାଧ ସ୍ୱୀକାର କରିଛନ୍ତି। ସେତେବେଳେ ପୋଲିସ ହେପାଜତରେ ପଚରାଉଚରା ବେଳେ ସେ କହିଥିଲେ, ‘ହଁ, ମୁଁ ଏକ ଅପରାଧ କରିଛି, ମୋତେ ଫାଶୀ ଦିଅ।’

ସିବିଆଇର ସ୍ୱତନ୍ତ୍ର କୋର୍ଟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ପଲିଗ୍ରାଫି ପରୀକ୍ଷାକୁ ଅନୁମୋଦନ କରିଛନ୍ତି। ଏହାପୂର୍ବରୁ ୪ ଜଣ ଟ୍ରେନିଂ ଡାକ୍ତର ଏବଂ ପୂର୍ବତନ କଲେଜ ପ୍ରିନ୍ସପାଲ ଡକ୍ଟର ସନ୍ଦୀପ ଘୋଷଙ୍କ ପଲିଗ୍ରାଫ୍ ପରୀକ୍ଷା ପାଇଁ ଅନୁମୋଦନ ମଧ୍ୟ ମିଳିଛି। ଏହା ସହିତ ସିଲଦାହର ସ୍ୱତନ୍ତ୍ର କୋର୍ଟ ଅଭିଯୁକ୍ତଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ କଡ଼ା ସମାଲୋଚନା: ମହିଳା ଆନ୍ଦୋଳନକାରୀଙ୍କ ଘରକୁ ଗୁଣ୍ଡା ପଠାଇ…

ନୂଆଦିଲ୍ଲୀ,୫।୮: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ର ଆନ୍ଦୋଳନ ସମୟରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି…

ପୁଅ ହେବ ତ ଏମିତି… ପାଲିଙ୍କିରେ ମାତା-ପିତାଙ୍କୁ ବସାଇ ୧୫ କିମି ପଦଯାତ୍ରା, ଝୁମରନାଥ ଧାମ ଦର୍ଶନ କରାଇଲେ

ଲକ୍ଷ୍ନୌ,୫।୮: ଉତ୍ତର ପ୍ରଦେଶର ଲଲିତପୁର ଜିଲାରୁ ସାମ୍ନାକୁ ଆସିଛି ଭକ୍ତି, ସେବା ଓ ସଂସ୍କାରର ଏକ ପ୍ରେରଣାଦାୟକ ଚିତ୍ର । ବାର କସ୍ବାର ମୋତିଖେଡ଼ା ଗ୍ରାମର ବାସିନ୍ଦା…

କ୍ଷମା ମାଗିଲେ ଜୁକରବର୍ଗ: ମୋଦି ସରକାରଙ୍କୁ କହିଲେ, ବହୁତ ଟଙ୍କା ମିଳିଥିଲା…

ନୂଆଦିଲ୍ଲୀ,୫।୮: ମାର୍କ ଜୁକରବର୍ଗ CSAM କଣ୍ଟେଣ୍ଟ, ଡିପଫେକ୍ କଣ୍ଟେଣ୍ଟ ଏବଂ ପ୍ଲାଟଫର୍ମ ପରିଚାଳନାରେ ହୋଇଥିବା ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସେମାନଙ୍କୁ ସ୍ପଷ୍ଟ କରାଯାଇଥିଲା ଯେ…

ସୁପ୍ରିମକୋର୍ଟ ଛାତ୍ରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହାନ୍ତି

ନୂଆଦିଲ୍ଲୀ,୫।୮: ଜଣେ ଆବେଦନକାରୀ କୌଣସି ରାଜନୈତିକ ସମାଧାନ ଆଧାରରେ ଛାତ୍ର ପ୍ରତିବାଦ ସମୟରେ ବିଶୃଙ୍ଖଳା ସମ୍ବନ୍ଧୀୟ ମାମଲା ପ୍ରତ୍ୟାହାର କରିବାକୁ ବିରୋଧ କରିଛନ୍ତି। ଆବେଦନରେ ଆୟୋଜକଙ୍କ ଉପରେ…

ଫିଲ୍ମ ନା ଆଉ କିଛି…କେଉଁଥିରୁ ଏତେଟଙ୍କା କମାନ୍ତି ଉଦୟନିଧି ଷ୍ଟାଲିନ୍‌? ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୫।୮: ତାମିଲନାଡୁ ରାଜନୀତିରେ ଆଜିକାଲି ପ୍ରବଳ ହଲଚଲ ଦେଖିବାକୁ ମିଳୁଛି। ତାଞ୍ଜାଭୁରରେ ଆୟୋଜିତ ଏକ ଜନସଭା ସମୟରେ ଅଭିନେତ୍ରୀ ତ୍ରିଷା କୃଷ୍ଣନଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ବକ୍ତବ୍ୟ…

ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁଣି ତ୍ରୁଟି; ‘ଅ’ ‘ଆ’ ବଦଳରେ ‘ଚ’ ରୁ ଆରମ୍ଭ ବର୍ଣ୍ଣମାଳା, ସରକାର କହିଲେ…

ଭୁବନେଶ୍ବର,୫।୮: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ତ୍ରୁଟି ସାମ୍ନାକୁ ଆସିଛି । ସଂଶୋଧନ ପରେ ତ୍ରୁଟିକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅ ଆ…

‘ମୁଁ ଏମକେ ଷ୍ଟାଲିନଙ୍କ ପୁଅ…,’କାହିଁକି ଏମିତି କହିଲେ ଉଦୟନିଧି? ଏବେ ବିଜୟଙ୍କୁ କଲେଣି ଟାର୍ଗେଟ

ଚେନ୍ନାଇ,୫।୮: ଅଭିନେତ୍ରୀ ତ୍ରିଶାଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହେବାର କିଛି ଘଣ୍ଟା ପରେ ଉଦୟନିଧି ଷ୍ଟାଲିନଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଥିଲା। ମୁକ୍ତି ପରେ…

କାରଣ ଖୋଜୁଛି ଦଳ? ପରାଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭାଜପାର ବଡ଼ ବୈଠକ

ପାଟନା,୫।୮: ବଡ଼ ପରାଜୟ ପରେ, ଭାଜପା ଆଜି (ବୁଧବାର) ପାଟନାସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସମେତ ନେତାମାନେ ବୈଠକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri