Posted inଜାତୀୟ

କୋଲକାତା କାଣ୍ଡକୁ ନେଇ ମମତାଙ୍କ ଉପରେ କ୍ରୋଧ ପ୍ରକାଶ କରିଛି ଦୁର୍ଗାପୂଜା କମିଟି, ସରକାରୀ ଚାନ୍ଦା ନେବାକୁ କରିଦେଲା ମନା

କୋଲକାତା,୩୧।୮: କୋଲକାତା ଆର୍‌.ଜି କର ହସ୍ପିଟାଲ ମହିଳା ଟ୍ରେନି ଡାକ୍ତରଙ୍କ ବଳାତ୍କାର-ହତ୍ୟା ମାମଲାକୁ ନେଇ ସମଗ୍ର ଦେଶରେ ଉତ୍ତେଜନା ଦେଖାଦେଇଛି। ଏଥି ସହିତ, ରାଜ୍ୟର ମମତା ସରକାର ଏହି ପ୍ରସଙ୍ଗରେ ନେଇଥିବା ପଦକ୍ଷେପକୁ ନେଇ ଲୋକମାନେ କ୍ରୋଧିତ ଥିବା ଜଣାପଡିଛି। ପଶ୍ଚିମବଙ୍ଗରେ ଲୋକଙ୍କ କ୍ରୋଧର ପ୍ରଭାବ ଦେଖିବାକୁ ମିଳୁଛି। କମ୍ୟୁନିଟି ଦୁର୍ଗା ପୂଜା କମିଟି ଶୁକ୍ରବାର ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ବାର୍ଷିକ ଦୁର୍ଗା ପୂଜା ଦାନ ଗ୍ରହଣ କରିବାକୁ ମନା କରିଦେଇଛି। ଡାକ୍ତରଙ୍କ ପ୍ରତି ହୋଇଥିବା ନିଷ୍ଠୁରତାକୁ ବିରୋଧ କରି କମିଟି ଏହି ପଦକ୍ଷେପ ନେଇଛି।

କୋଲକାତାର ଦକ୍ଷିଣ ଉପକଣ୍ଠରେ ଥିବା ସଂଖ୍ୟାଲଘୁ ପ୍ରାଧାନ୍ୟ ଗାର୍ଡେନ ରିଚ ଅଞ୍ଚଳରେ କାର୍ଯ୍ୟ କରୁଥିବା ଏକ କମ୍ୟୁନିଟି କ୍ଲବ ମୁଡିଆଲି ଅମରା କା ଜନ ଏକ ବିବୃତ୍ତି ଜାରି କରି ଏ ବାବଦରେ ନିଷ୍ପତ୍ତି ନେଇଛନ୍ତି। ବିବୃତ୍ତିରେ କୁହାଯାଇଛି, ଆମେ ଚଳିତ ବର୍ଷ ରାଜ୍ୟ ସରକାର ଦେଇଥିବା ୮୫,୦୦୦ ଟଙ୍କା ଦାନକୁ ଗ୍ରହଣ କରୁନାହୁଁ। ଅଗଷ୍ଟ ୯ରେ ଆର୍‌.ଜି କର ହସ୍ପିଟାଲରେ ଘଟିଥିବା ମାମଲାରେ ଏହି ନିଷ୍ପତ୍ତି ନେଇଛୁ। ଆମେ ପୀଡିତାଙ୍କ ପାଇଁ ନ୍ୟାୟ ଚାହୁଁଛୁ।

ରାଜ୍ୟ ସରକାର ଦେଇଥିବା ସହାୟତା ପରିମାଣ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୧୫,୦୦୦ ଟଙ୍କା ଅଧିକ। ସଂଗଠନ କହିଛି ଯେ ଏହି ସହାୟତା ରାଶି ପ୍ରତ୍ୟାଖ୍ୟାନ କରିବା ବଳାତ୍କାର ଓ ହତ୍ୟା ଦୁଃଖଦ ଘଟଣାରେ ଶାନ୍ତିପୂର୍ଣ୍ଣ ବିରୋଧର ଏକ ମାଧ୍ୟମ। ଏହାପୂର୍ବରୁ ହୁଗଲି ଜିଲାର ଚାରୋଟି କ୍ଲବ ଦାନ ଗ୍ରହଣ କରିବାକୁ ମନା କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri