Posted inଜାତୀୟ

କୋଲକାତା ମାମଲା: କଲେଜ ପରିସରରେ ପୀଡ଼ିତା ଡାକ୍ତରଙ୍କ ଷ୍ଟାଚ୍ୟୁକୁ ନେଇ ବଢିଲା ଉତ୍ତେଜନା

କୋଲକାତା,୩।୧୦: ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ନିର୍ମମ ହତ୍ୟା ଯୋଗୁଁ ସାରା ଦେଶରେ ପ୍ରସିଦ୍ଧ କୋଲକାତାର ଆରଜି କର ମେଡିକାଲ କଲେଜରେ ଏବେ ଏକ ନୂଆ ବିବାଦ ଦେଖାଦେଇଛି। ଏହି ଘଟଣା ପରେ ଦୀର୍ଘ ଦିନ ଧରି ଏହାକୁ ବିରୋଧ କରୁଥିବା ଡାକ୍ତରୀ ଛାତ୍ରମାନେ କଲେଜ ପରିସରରେ ପୀଡିତାଙ୍କ ସ୍ମୃତିରେ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି। ଏହି ପ୍ରତିମୂର୍ତ୍ତିର ନାମ ‘Cry of the Hours’ ବା ‘କାନ୍ଦିବାର ଘଣ୍ଟା’ ରଖାଯାଇଛି। ଅର୍ଥାତ୍‌ ଘଟଣା ସମୟରେ ପୀଡିତାଙ୍କ ସହିତ କ’ଣ ହୋଇଥାଇପାରେ । ସେ କିପରି ଚିତ୍କାର କରିଥିବେ।
ଏହି ଷ୍ଟାଚ୍ୟୁ ସପକ୍ଷରେ ଓ ବିପକ୍ଷରେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହୋଇଛି। କେତେଜଣ ୟୁଜର ଏହାକୁ ଅପମାନଜନକ ଏବଂ ବିବ୍ରତ କଲାଭଳି ବୋଲି କହୁଛନ୍ତି। ଜଣେ ୟୁଜର ଲେଖିଛନ୍ତି- ମୁଁ ଚାହୁଁଛି ଏହି ପ୍ରତିମୂର୍ତ୍ତିକୁ ଯଥାଶୀଘ୍ର ହଟାଯାଉ। ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଏହା ବହୁତ ଭୟଙ୍କର। ଏହା ବ୍ୟଥିତ କରୁଛି।

ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ ଏହା ଅତ୍ୟନ୍ତ ସମ୍ବେଦନଶୀଳ। ଏହି ପ୍ରତିମୂର୍ତ୍ତିକୁ ହଟାଇବା ଉଚିତ୍‌। ଅନ୍ୟ ଜଣେ ଲେଖିଛନ୍ତି ଯେ ଜଣେ ବଳାତ୍କାର ପୀଡିତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ଉଚିତ ନୁହେଁ।
ତ୍ରୁଣମୂଳ କଂଗ୍ରେସ ନେତା କୃଣାଳ ଘୋଷ ମଧ୍ୟ ଏହି ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଏହା ମଧ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ବିରୁଦ୍ଧ ବୋଲି ସେ ଲେଖିଛନ୍ତି। ପୀଡିତାଙ୍କ ନାମ ଏବଂ ପରିଚୟ ପ୍ରକାଶ କରାଯିବା ଉଚିତ ନୁହେଁ।
ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ କୌଣସି ଦାୟିତ୍ୱବାନ ବ୍ୟକ୍ତି ଏହା କରିପାରିବେ ନାହିଁ। କଳା ନାମରେ ମଧ୍ୟ ଏହା କରାଯାଇପାରିବ ନାହିଁ। ନ୍ୟାୟ ପାଇଁ ବିରୋଧ ଜାରି ରହିଛି। କିନ୍ତୁ, ଏହି ପ୍ରତିମୂର୍ତ୍ତି ଠିକ ନୁହେଁ । ଏଥିରେ ଚିତ୍କାର କରୁଥିବା ଝିଅର ଚେହେରା ସୃଷ୍ଟି ହୋଇଛି।
ତେବେ ଆରଜି କର ମେଡିକାଲ କଲେଜର ଡାକ୍ତର ଦେବଦତ୍ତ କହିଛନ୍ତି ଯେ ସେମାନେ କୌଣସି ନିୟମ ଭାଙ୍ଗି ନାହାଁନ୍ତି। ଏହା ଏକ ପ୍ରତୀକାତ୍ମକ ଷ୍ଟାଚ୍ୟୁ। ଏହି ପ୍ରତିମୂର୍ତ୍ତି ମାଧ୍ୟମରେ ଆମେ କୌଣସି ଝିଅର ଦୁଃଖ ବିଷୟରେ କହୁ ନାହୁଁ। ସେହି ରାତିରେ କ’ଣ ଘଟିଛି ଏବଂ ଟ୍ରେନି ଡାକ୍ତରଙ୍କ ସହ କ’ଣ ଘଟିଛି ସେ ବିଷୟରେ ଆମେ ସରକାର ଏବଂ ପ୍ରଶାସନକୁ ସ୍ମରଣ କରାଇବାକୁ ଚାହୁଁଛୁ।
ଏହି ସମୟରେ ଜୁନିଅର ଡାକ୍ତରମାନେ ଆରଜି କର ଘଟଣାରେ ପୁଣି ଥରେ ଧର୍ମଘଟ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେମାନେ କହିଛନ୍ତି ଯେ ସେପ୍ଟେମ୍ବର ମଧ୍ୟଭାଗରେ ସରକାର ପ୍ରତିଶ୍ରୁତି ଦେଇଥିବା ଦିଗରେ କୌଣସି କାର୍ଯ୍ୟ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri