Posted inଖେଳ

କିଙ୍ଗ୍‌ କୋହଲିଙ୍କ ବଡ଼ ଉପଲବ୍ଧି, ସଚିନ-ଦ୍ରାବିଡ଼-ଗାଙ୍ଗୁଲିଙ୍କ ପରି…

ନୂଆଦିଲ୍ଲୀ,୨।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ନ୍ୟୁଜିଲାଣ୍ଡ ବିପକ୍ଷ ଗ୍ରୁପ୍‌ ଷ୍ଟେଜ୍‌ ମୁକାବିଲାରେ ମଇଦାନକୁ ଓହ୍ଲାଇ ଇତିହାସ ରଚିଛନ୍ତି ବିରାଟ କୋହଲି। ସେ ଦିନିକିଆରେ ୩୦୦ ମ୍ୟାଚ୍‌ ଖେଳିଥିବା ଖେଳାଳି ପାଲଟିଛନ୍ତି। ଏହି ମାମଲାରେ ସେ ୭ମ ଭାରତୀୟ। ତାଙ୍କ ପୂର୍ବରୁ ୬ ଭାରତୀୟ ଖେଳାଳି ୩୦୦ ଅଥବା ଅଧିକ ଦିନିକିଆ ଖେଳିବାର ରେକର୍ଡ କରିଛନ୍ତି।

କୋହଲି ୩୦୦ ODI ମ୍ୟାଚ୍‌ର ୨୮୮ ଇନିଂସରେ ୧୪,୦୮୫ ରନ କରିଛନ୍ତି। ବିରାଟ କୋହଲି ଏହି ଫର୍ମାଟରେ ସର୍ବାଧିକ ଶତକ (୫୧) ମାରିଥିବା ବ୍ୟାଟ୍ସମ୍ୟାନ। ସେ ୭୩ଟି ଅର୍ଦ୍ଧଶତକ ମଧ୍ୟ ମାରିଛନ୍ତି। ତାଙ୍କର ହାରାହାରି ରନରେଟ୍‌ ୫୮.୨ ରହିଛି। ଟିମ ଇଣ୍ଡିଆର ଏହି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ODIରେ ୧୩୧୮ ଚୌକା ଏବଂ ୧୫୨ ଛକା ମାରିଛନ୍ତି।

ସଚିନ ତେନ୍ଦୁଲକରଙ୍କ ନାମରେ ଏକଦିବସୀୟ କ୍ରିକେଟରେ ସର୍ବାଧିକ ରନ (୧୮୪୨୬) ରେକର୍ଡ ଅଛି। ଏହା ପରେ ପୂର୍ବତନ ଶ୍ରୀଲଙ୍କା ଉଇକେଟକିପର ବ୍ୟାଟ୍ସମ୍ୟାନ କୁମାର ସାଙ୍ଗାକାରାଙ୍କ ନାମ ଆସୁଛି। ଯିଏ ୪୦୪ ମ୍ୟାଚ୍‌ରେ ୨୫ ଶତକ ମାଧ୍ୟମରେ ୧୪୨୩୪ ରନ କରିଥିଲେ। କୋହଲି ୧୪୦୮୫ ରନ ସହିତ ତୃତୀୟ ସ୍ଥାନରେ ଅଛନ୍ତି। ବିରାଟଙ୍କୁ ସାଙ୍ଗକାରାଙ୍କ ରେକର୍ଡ ଭାଙ୍ଗିବା ପାଇଁ ୧୪୯ ରନ ଆବଶ୍ୟକ।

ସଚିନ ତେନ୍ଦୁଲକର କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ସର୍ବାଧିକ ଦିନିକିଆ ଖେଳିଥିବା ଖେଳାଳି। ସେ ୪୬୩ଟି ଦିନିକିଆ ମ୍ୟାଚ୍‌ ଖେଳି ୧୮,୪୨୬ ରନ କରିଥିଲେ। ସଚିନ ୪୯ଟି ଶତକ ମାରିଥିଲେ। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୩୪୭ଟି ଦିନିକିଆ ଖେଳିଥିଲେ। ଏହି ଫର୍ମାଟରେ ସେ ୯ଟି ଶତକ ସହାୟତାରେ ୧୦୫୯୯ ରନ କରିଥିଲେ।
ଭାରତ ପାଇଁ ସର୍ବାଧିକ ଏକଦିବସୀୟ ମ୍ୟାଚ ଖେଳିବାରେ ରାହୁଲ ଦ୍ରାବିଡ ତୃତୀୟ ଖେଳାଳି। ସେ ୩୪୦ ମ୍ୟାଚ୍‌ରୁ ୧୨ ଶତକ ସହାୟତାରେ ୧୦,୭୬୮ ରନ କରିଥିଲେ, ଯେତେବେଳେ ଭାରତୀୟ ଦଳର ନେତୃତ୍ୱ ନେଇଥିବା ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ୩୩୪ ଦିନିକିଆ ମ୍ୟାଚ୍‌ରୁ ୭ ଶତକ ସହାୟତାରେ ୯୩୭୮ ରନ କରିଥିଲେ। ଭାରତ ପାଇଁ ସର୍ବାଧିକ ଏକଦିବସୀୟ ମ୍ୟାଚ ଖେଳିବାରେ ସୌରଭ ଗାଙ୍ଗୁଲି ପଞ୍ଚମ ଖେଳାଳି। ସୌରଭ ଗାଙ୍ଗୁଲି ୩୦୮ ମ୍ୟାଚ ଖେଳି ୨୨ ଶତକ ସହିତ ୧୧୨୨୧ ରନ କରିଥିଲେ। ଯୁବରାଜ ସିଂହ ଷଷ୍ଠ ନମ୍ବରରେ ଅଛନ୍ତି। ଯୁବରାଜ ୩୦୧ଟି ମ୍ୟାଚ ଖେଳିଥିଲେ। ୧୪ ଶତକ ସହାୟତାରେ ଯୁବରାଜ ୮୬୦୯ ରନ କରିଥିଲେ। ଏବେ, ଆଉ ଦୁଇଟି ଦିନିକିଆ ଖେଳି କୋହଲି ଭାରତ ପାଇଁ ସର୍ବାଧିକ ଦିନିକିଆ ଖେଳିବାରେ ଷଷ୍ଠ ଖେଳାଳି ହୋଇଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri