Posted inଖେଳ

କୋହଲି, ଅକ୍ଷର ସମ୍ମାନ ରଖିଲେ, ଦକ୍ଷିଣ ଆଫ୍ରିକା ଆଗରେ ଟାର୍ଗେଟ ୧୭୭

ବାର୍ବାଡୋସ, ୨୯।୬: ଟି୨୦ କ୍ରିକେଟ ବିଶ୍ୱକପର ଫାଇନାଲରେ ନିଜର ଦମ୍‌ ଦେଖାଇଛନ୍ତି ବିରାଟ କୋହଲି। ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ସଫଳ ମୁକାବିଲା କରି ସେ ହାସଲ କରିଛନ୍ତି ଅର୍ଦ୍ଧଶତକ। ବିରାଟ ଓ ଅକ୍ଷର ପଟେଲଙ୍କ ପ୍ରଭାବୀ ବ୍ୟାଟିଂ ବଳରେ ଭାରତ ଶନିବାର ଅନୁଷ୍ଠିତ ମ୍ୟାଚରେ ୨୦ ଓଭରରେ ୭ ଉଇକେଟ ହରାଇ ୧୭୬ ରନ ସଂଗ୍ରହ କରିଛି।

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା। ପ୍ରଥମ ଓଭରରେ ଭାରତର ଆରମ୍ଭ ଭଲ ହୋଇଥିଲେ ହେଁ ଦ୍ୱିତୀୟ ଓଭରରେ ୨ ବଲ୍‌ ବ୍ୟବଧାନରେ ୨ଟି ଉଇକେଟ ନେଇ ଶକ୍ତ ଝଟ୍‌କା ଦେଇଥିଲେ ତାରକା ସ୍ପିନର କେଶବ ମହାରାଜ। ସେ ପ୍ରଥମ ଓଭରର ୪ର୍ଥ ବଲ୍‌ରେ ରୋହିତ (୯ ରନ) ଓ ୬ଷ୍ଠ ବଲ୍‌ରେ ରିଷଭ ପନ୍ତ(୦)ଙ୍କୁ ଆଉଟ କରିଥିଲେ।

ଟି୨୦ ସ୍ପେଶାଲିଷ୍ଟ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ମାତ୍ର ୩ ରନକରି ଆଉଟ ହେବା ଭାରତକୁ ବ୍ୟାକ୍‌ଫୁଟ୍‌ରେ ରଖିଥିଲା। ମାତ୍ର ୩୪ ରନରେ ଟପ୍‌ ଅର୍ଡରର ୩ ବ୍ୟାଟର ଆଉଟ ହେବାରୁ କୋହଲିଙ୍କ କାନ୍ଧକୁ ଆସିଥିଲା ବିରାଟ ଦାହିତ୍ୱ। ନିରାଶ କରି ନ ଥିଲେ କିଙ୍ଗ୍‌ କୋହଲି। ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରି ନ ପାରି ସମାଲୋଚିତ ହୋଇ ଆସୁଥିବା କୋହଲି ଠିକ୍‌ ସମୟରେ ଖେଳିଥିଲେ ସ୍ମରଣୀୟ ଇନିଂସ। ସେ ଓ ଅକ୍ଷର ପଟେଲ ୪ର୍ଥ ଉଇକେଟରେ ୭୨ ରନ ଯୋଗକରି ଇନିଂସ ସମ୍ଭାଳିଥିଲେ।

୩୧ ବଲ୍‌ରୁ ୧ ଚୌକା ଓ ୪ ଛକା ସହାୟତାରେ ୪୭ ରନକରି ଅକ୍ଷର ଦୁର୍ଭାଗ୍ୟଜନକଭାବେ ରନ୍‌ଆଉଟ ହେବାରୁ ଯୋଡ଼ି ଭାଙ୍ଗିଥିଲା। ପରିସ୍ଥିତି ଦୃଷ୍ଟିରୁ ଇନିଂସ ଆରମ୍ଭରେ ଧିମା ରହିଥିବା କୋହଲି ଶେଷଭାଗରେ ବିସ୍ଫୋରକ ବ୍ୟାଟିଂ କରି ଭାରତ ସ୍କୋରକୁ ୧୫୦ ଅତିକ୍ରମ କରାଇଥିଲେ। ୬୯ ବଲ୍‌ରୁ ୬ ଚୌକା ଓ ୨ ଛକା ସହାୟତାରେ ସେ ୭୬ ରନ ସ୍କୋର କରି ଭାରତର ସମ୍ମାନ ରଖିଥିଲେ। ଚଳିତ ଟୁର୍ନାମେଣ୍ଟରେ ଏହାଥିଲା ତାଙ୍କର ପ୍ରଥମ ଅର୍ଦ୍ଧଶତକ।

ଶିବମ୍‌ ଦୁବେ ଛୋଟ ଇନିଂସ ଖେଳିଥିଲେ ହେଁ ଭାରତ ପାଇଁ ତାହା ବେଶ୍‌ ଉପାଦେୟ ହୋଇଥିଲା। ସେ ୧୬ ବଲ୍‌ରୁ ୨୭ (୩ ଚୌକା, ୧ ଛକା) ରନ ସ୍କୋର କରିଥିଲେ। ଶେଷ ଓଭରରେ ଏନରିଚ୍‌ ନର୍ଜେ ଦୁବେ ଏବଂ ରବୀନ୍ଦ୍ର ଜାଡେଜା (୨)ଙ୍କ ଉଇକେଟ ନେବାରୁ ଭାରତ ସ୍କୋର ୧୭୬ ରନରେ ସୀମିତ ରହି ଯାଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ କେଶବ ମହାରାଜ ଓ ଏନରିଚ୍‌ ନର୍ଜେ ୨ଟି ଲେଖାଏ ଏବଂ ମାର୍କୋ ଜାନସେନ ଓ କାଗିଶୋ ରାବାଡ଼ା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri