କିଏ ବଞ୍ଚାଇଲେ ସୈଫ ଅଲିଙ୍କ ଜୀବନ, ଆଉ କିଏ ତାଙ୍କୁ ପହଞ୍ଚାଇଲେ ହସ୍ପିଟାଲ ଜାଣନ୍ତୁ…

ମୁମ୍ବାଇ,୧୬।୧: ଗୁରୁବାର ଭୋର ପ୍ରାୟ ୩ଟା ୩୦ ସମୟରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରେ ଚୋର ପଶି ତାଙ୍କୁ ଛୁରୀରେ ଆକ୍ରମଣ କରିବା ପରେ ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ସମୟରେ, ଅଭିନେତା ସୈଫ ଏବଂ ଚୋରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସୂଚନା ଅନୁଯାୟୀ, ଆକ୍ରମଣ ପରେ ଅଭିନେତାଙ୍କ ବଡ଼ ପୁଅ ଆବ୍ରାହମ, ସୁରକ୍ଷା କର୍ମୀ ଏବଂ ତାଙ୍କ ଡ୍ରାଇଭର ତାଙ୍କୁ ହସ୍ପିଟାଲକୁ ନେଇଯାଇଥିଲେ।

ମୁମ୍ବାଇର ଯୁଗ୍ମ ସିପି ଲ’ ଆଣ୍ଡ ଅର୍ଡରର ନିଶ୍ଚିତ କରିଛନ୍ତି ଏବଂ କହିଛନ୍ତି ଯେ ଘଟଣା ପରେ ସୈଫଙ୍କୁ ଚିକିତ୍ସା ପାଇଁ ଲୀଳାବତୀ ନିଆଯାଇଥିଲା ଏବଂ ଏହା ପରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ ବ୍ୟବହାର କରାଯାଉଛି। ପୋଲିସ ଦାବି କରୁଛି ଯେ ଅଭିଯୁକ୍ତ ସୈଫଙ୍କ ଘରେ କାମ କରୁଥିବା ଚାକରାଣୀଙ୍କୁ ଭେଟିବାକୁ ଆସିଥାଇପାରେ। ସୂତ୍ର ଅନୁସାରେ, ଅଭିଯୁକ୍ତ ଜଣକ ଚାକରାଣୀଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା।

ଏହି ଆକ୍ରମଣର ତଦନ୍ତ ପାଇଁ ମୁମ୍ବାଇ ପୋଲିସ ୭ଟି ଦଳ ଗଠନ କରିଛି। ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରୁଛି ଏବଂ ସୈଫଙ୍କ ଘରର ସହାୟକଙ୍କୁ ମଧ୍ୟ ପଚରାଉଚରା କରୁଛି। ଡାକ୍ତରମାନେ ନିଶ୍ଚିତ କରିଛନ୍ତି ଯେ ସୈଫଙ୍କ ଶରୀରରେ ଛଅ ଥର ଛୁରୀ ଭୁଷିଛି, ଯେଉଁଥିରୁ ଦୁଇଟି କ୍ଷତ ବହୁତ ଗଭୀର। ସୈଫଙ୍କ ଟିମ୍‌ ଏକ ବିବୃତ୍ତି ଜାରି କରି କହିଥିଲେ, ‘ସୈଫ ଅଲ୍ଲୀ ଖାନଙ୍କ ଘରେ ଚୋରି କରିବାକୁ ଚେଷ୍ଟା ହୋଇଥିଲା। ତାଙ୍କର ହସ୍ପିଟାଲରେ ଅସ୍ତ୍ରୋପଚାର ଚାଲିଛି। ଆମେ ଗଣମାଧ୍ୟମ ଏବଂ ପ୍ରଶଂସକମାନଙ୍କୁ ଧର୍ଯ୍ୟ ରଖିବାକୁ ଅନୁରୋଧ କରୁଛୁ। ଏହା ଏକ ପୋଲିସ ମାମଲା।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ...

ଆମେରିକାରେ ବେଆଇନ ଅନୁପ୍ରବେଶ: ୩୦ ଭାରତୀୟ ଗିରଫ

ନ୍ୟୁୟର୍କ,୨୫ା୧୨: ଆମେରିକାରେ ବେଆଇନ ଭାବେ ଅନୁପ୍ରବେଶ କରିବା ଅଭିଯୋଗରେ ସେଠାକାର ସୀମା ପାଟ୍ରୋଲ ଏଜେଣ୍ଟମାନେ ୩୦ ଭାରତୀୟ ନାଗରିକଙ୍କୁ ଗିରଫ କରିଛନ୍ତି। ଗିରଫ ଭାରତୀୟମାନେ କମର୍ସିଆଲ...

‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’କୁ ଅନୁମୋଦନ

ଭୁବନେଶ୍ୱର,୨୫।୧୨(ରବିନାରାୟଣ ଜେନା): ରାଜ୍ୟର ବରପୁତ୍ରମାନଙ୍କୁ କିଭଳି ସବୁବେଳେ ସମ୍ମାନ ମିଳିବ ସେନେଇ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ...

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri