Posted inଜାତୀୟ

ଜାଣନ୍ତୁ ରାମ ମନ୍ଦିର ପ୍ରତିଷ୍ଠାରେ ଭାରତରୁ କିଏ ଅଧିକ ଟଙ୍କା କରିଛନ୍ତି ଦାନ

ଅଯୋଧ୍ୟା,୮ା୧: ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଆଉ ମାତ୍ର କିଛି ଦିନ ବାକି ଅଛି। ଭାରତ ତଥା ବିଦେଶରୁ ରାମ ଭକ୍ତମାନେ ଭଗବାନ ଶ୍ରୀ ରାମଙ୍କ ମହାନ ମନ୍ଦିର ପାଇଁ ଖୋଲା ହୃଦୟରେ ଦାନ କରିଛନ୍ତି। ଯେତେବେଳେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା, ସେତେବେଳେ କେହି ନିଶ୍ଚିତ ହୋଇ ନ ଥିଲେ ଯେ, ରାମଙ୍କ ଭକ୍ତମାନେ ଏତେ ଦାନ କରିବେ। ମନ୍ଦିରର ପ୍ରଥମ ମହଲା କେବଳ ସୁଧ ଟଙ୍କା ସହିତ ସମ୍ପୂର୍ଣ୍ଣ ହେବ। ରାମଙ୍କର ଅନେକ ଭକ୍ତ ଅଛନ୍ତି ଯେଉଁମାନେ ଅଯୋଧ୍ୟାରେ ରାମ ମନ୍ଦିରକୁ ଦାନ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରାମ ମନ୍ଦିର ୫୦୦୦ କୋଟିରୁ ଅଧିକ ମୂଲ୍ୟର ଦାନ ଗ୍ରହଣ କରିଛି। ଏପର୍ଯ୍ୟନ୍ତ ମନ୍ଦିରର ଉତ୍ସର୍ଗୀକୃତ ପାଣ୍ଠି ଆକାଉଣ୍ଟକୁ ୩୨୦୦ କୋଟି ଟଙ୍କା ଆସିଛି।

ଶ୍ରୀ ରାମ ଜନ୍ମଭୂମି ତୀଥର୍ର୍କ୍ଷେତ୍ର ଟ୍ରଷ୍ଟର ଓ୍ବେବ୍‌ସାଇଟ୍‌ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଅଯୋଧ୍ୟାରେ ନିର୍ମିତ ମହାନ ରାମ ମନ୍ଦିର ପାଇଁ ଆଧ୍ୟାତ୍ମିକ ଗୁରୁ ତଥା କାହାଣୀକାର ମୋରାରି ବାପୁ ଏପର୍ଯ୍ୟନ୍ତ ସର୍ବାଧିକ ଟଙ୍କା ଦାନ ଦେଇଛନ୍ତି। ମୋରାରି ବାପୁ ରାମ ମନ୍ଦିର ପାଇଁ ୧୧.୩ କୋଟି ଟଙ୍କା ଦାନ କରିଛନ୍ତି। ଏଥିସହ ଆମେରିକା, କାନାଡା ଏବଂ ଯୁକ୍ତରାଷ୍ଟ୍ରରେ ଥିବା ତାଙ୍କ ଅନୁଗାମୀମାନେ ପୃଥକ୍‌ ଭାବରେ ୮ କୋଟି ଟଙ୍କା ଦାନ କରିଛନ୍ତି। ଏଥି ସହିତ ଗୁଜରାଟର ହୀରା ବ୍ୟବସାୟୀ ଗୋବିନ୍ଦଭାଇ ଢୋଲକିଆ ରାମ ମନ୍ଦିର ନିର୍ମାଣ ପାଇଁ ୧୧ କୋଟି ଟଙ୍କା ଦାନ କରିଛନ୍ତି। ଗୋବିନ୍ଦଭାଇ ଢୋଲକିଆ ହୀରା କମ୍ପାନୀ ଶ୍ରୀରାମକୃଷ୍ଣ ଏକ୍ସପର୍ଟ୍‌ସର ମାଲିକ ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri