ସକାଳ ଜଳଖିଆରେ କ’ଣ ଖାଇବେ କ’ଣ ମନା ଜାଣିରଖନ୍ତୁ…

ବ୍ରେକ୍‌ଫାଷ୍ଟ ବା ସକାଳ ଜଳଖିଆରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏହା ଆମ ଶରୀର ପାଇଁ ବେଶ୍‌ ଉପକାରୀ। ପ୍ରତିଦିନ କେତେବେଳେ ବ୍ରେକ୍‌ଫାଷ୍ଟ କରିବେ ତାହା ନିର୍ଦ୍ଧାରଣ କରନ୍ତୁ। ସବୁବେଳେ ଯେମିତି ସେହି ସମୟରେ ହିଁ ବ୍ରେକ୍‌ଫାଷ୍ଟ କରିବେ, ସେଥିପ୍ରତି ଧ୍ୟାନ ଦିଅନ୍ତୁ। ବ୍ରେକ୍‌ଫାଷ୍ଟ ଖାଦ୍ୟ ତାଲିକାରେ ସବୁବେଳେ ହାଲ୍‌କା ଖାଦ୍ୟ ସାମିଲ କରନ୍ତୁ। କାରଣ ଏପରି ଖାଦ୍ୟ ସହଜରେ ହଜମ ହୋଇଥାଏ। ପ୍ରତିଦିନ ବ୍ରେକ୍‌ଫାଷ୍ଟରେ ତଟକା ଫଳମୂଳରୁ ପ୍ରସ୍ତୁତ ଜୁସ୍‌ ପିଅନ୍ତୁ। ସକାଳେ ଏପରି ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ, ଯେପରି ଦିନତମାମ ଆପଣଙ୍କୁ ଭାରାକ୍ରାନ୍ତ ଲାଗିବ। ଆଉ ଗୋଟିଏ କଥା ମନେ ରଖିବା ନିହାତି ଦରକାର। ସକାଳୁ କଦାପି ତେଲଜାତୀୟ ଏବଂ ଛଣାଛଣି ଖାଦ୍ୟ ଖାଆନ୍ତୁ ନାହିଁ। କାରଣ ଏହାର ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ। ସବୁବେଳେ ମନେ ରଖନ୍ତୁ ଯେ, ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ, ତେଣୁ ଏଥିରେ ଏପରି ଖାଦ୍ୟ ସାମିଲ କରନ୍ତୁ , ଯାହା ମନକୁ ଖୁସି ରଖିବା ସହ ମାନସିକତାକୁ ସକାରାତ୍ମକ ରଖିବାରେ ସାହାଯ୍ୟ କରିବ। ଯଦି ପ୍ରତିଦିନ ଆପଣ ବ୍ୟାୟାମ କରୁଛନ୍ତି ତେବେ କିଛି ସମୟ ପରେ ହିଁ ବ୍ରେକ୍‌ଫାଷ୍ଟ କରନ୍ତୁ। ପ୍ରତିଦିନ ବ୍ରେକ୍‌ଫାଷ୍ଟରେ ତଟକା ଫଳମୂଳ ଖାଆନ୍ତୁ। ଏହି ତାଲିକାରେ ଫାଷ୍ଟଫୁଡ଼୍‌ ଜାତୀୟ ଖାଦ୍ୟ ଆଦୌ ସାମିଲ କରନ୍ତୁ ନାହିଁ। ବ୍ରେକ୍‌ଫାଷ୍ଟରେ ତଟକା ଫଳମୂଳ ବ୍ୟତୀତ ବ୍ରେଡ, ବିସ୍କୁଟ ବି ଖାଇପାରିବେ। ଏହି ତାଲିକାରେ ସାଲାଡ୍‌ ସାମିଲ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ପ୍ରତିକ ଯାଦବଙ୍କ ବିସ୍ଫୋରକ ପୋଷ୍ଟ ପରେ ବି ଚୁପ ଅଛନ୍ତି ଅପର୍ଣ୍ଣା, ଇନଷ୍ଟ୍ରାଗ୍ରାମରେ ଭାଜପା ଅଧ୍ୟକ୍ଷଙ୍କୁ ଜଣାଇଲେ ଶୁଭେଚ୍ଛା

ଲକ୍ଷ୍ନୌ,୨୧।୧: ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବ ଏବଂ ତାଙ୍କ ପତ୍ନୀ, ଉତ୍ତର ପ୍ରଦେଶ ରାଜ୍ୟ ମହିଳା କମିଶନର ଉପାଧ୍ୟକ୍ଷ...

ଟ୍ରେନରେ ମୋବାଇଲ ହଜି ଯାଇଛି କି? ମିଳିବ ଏମିତି, ସରକାର କହିଲେ ଟ୍ରିକ୍‌

ନୂଆଦିଲ୍ଲୀ,୨୧।୧: ଯଦି ଟ୍ରେନରେ କିମ୍ୱା ଷ୍ଟେସନରେ ଯାତ୍ରା କରିବା ସମୟରେ ଆପଣଙ୍କର ମୋବାଇଲ ଫୋନ ହଜିଯାଏ କିମ୍ୱା ଚୋରି ହୋଇଯାଏ, ତେବେ ଏହାକୁ ଫେରି ପାଇବାର...

ଯୋଗୀ ସରକାରଙ୍କୁ ଅଲ୍ଟିମେଟମ: ୨୪ ଘଣ୍ଟା ମଧ୍ୟରେ…

ଲକ୍ଷ୍ନୌ,୨୧।୧: ଜ୍ୟୋର୍ତିପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ତାଙ୍କ ଓକିଲଙ୍କ ମାଧ୍ୟମରେ ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ନୋଟିସରେ ସ୍ପଷ୍ଟ...

ଏକାବେଳକେ ଆଖିବୁଜିଦେଲେ ଦୁଇ ସାଙ୍ଗ : ଘରକୁ ଫେରିବା ବେଳେ…

ପଡିଆ,୨୧।୧(ଭାସ୍କର ରାଓ): ମାଲକାନଗିରି ଜିଲା ପଡିଆ ସଦର ବ୍ଲକ କମାରଗୁଡା ନିକଟରେ ଦୁର୍ଘଟଣା ଘଟିଛି। ଦୁଇ ସାଙ୍ଗ ଏକ ବାଇକ୍‌ରେ ଯିବା ବେଳେ ଦୁର୍ଘଟଣାରେ ଉଭୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri