ଭୁବନେଶ୍ୱର,୧୧।୩: ବିଜେଡି ଏମ୍ପି ପ୍ରାର୍ଥୀ ତଥା ସୁର ରାଉତ ରାୟଙ୍କ ପୁଅ ମନ୍ମମଥ ନିକଟରେ ବିବାହ କରିଛନ୍ତି। ତେବେ ସେ ତାଙ୍କ ପତ୍ନୀଙ୍କୁ ନେଇ ବିଜେଡି ସୁପ୍ରିମୋଙ୍କ ପାଖକୁ ଯାଇଥିଲେ। ଶେଠାରେ ସେ ତାଙ୍କ ଆଶୀର୍ବଦ ବିକ୍ଷା କରିଥିଲେ। ବିବାହ କର୍ମ ସାରି ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରି ନବୀନଙ୍କୁ ଦେଖା କରି ଆଶୀର୍ବଦ ନେବାକୁ ସେମାନେ ଯାଇଥିଲେ ବୋଲି କହିଛନ୍ତି। ତେବେ ଏହି ଅବସରରେ ତାଙ୍କ ପତ୍ନି ରୋଜାଲିନ୍ କହିଥିଲେ, ମୁଁ କେବେ ତାଙ୍କୁ ଦେଖା କରିବି ବୋଲି ଭାବି ନଥିଲି । ସ୍ବାମୀଙ୍କ ପାଇଁ ଦେଖାକଲି ଖୁବ୍ ଖୁସି ଅଛି। ସବୁବେଳେ ଟିଭିରେ ଦେଖୁଥିଲି, ଆଜି ନିଜ ଆଖିରେ ଦେଖିଲି। ଛୋଟବେଳୁ ନବୀନ ସାରଙ୍କୁ ସମ୍ମାନ କରେ। ଆଗକୁ ଦେଖା ବେବାର ସୁଯୋଗ ମିଳିବ।
ମୁମ୍ବାଇର ଏକ ବ୍ୟାଙ୍କରେ ଚାକିରି କରୁଥିବା ରୋଜାଲିନ ପଟ୍ଟନାୟକଙ୍କୁ ସାତ ଜନ୍ମର ସାଥୀ କରିଛନ୍ତି ବିଜେଡି ନେତା । ଉଭୟ ପ୍ରେମ ବିବାହ କରିଛନ୍ତି । ମନ୍ମମଥ ନିଜ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେବା ପରେ ଏହା ତାଙ୍କର ଦ୍ୱିତୀୟ ବିବାହ ।


