ଫେସ୍‌ ସିଲ୍ଡ ବ୍ୟବହାର କରୁଥିଲେ ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ: ନଚେତ ହୋଇପାରେ କରୋନା

ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାର ପ୍ରତିରୋଧ ପାଇଁ ଔଷଧ ବାହାରି ନ ଥିବାରୁ ମାସ୍କ ଏବଂ ସାମାଜିକ ଦୂରତା ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି। ବିଶେଷକରି ନାକ, ଆଖି ଏବଂ ମୁହଁରୁ ଭୂତାଣୁ ଶରୀରକୁ ପ୍ରବେଶ କରିଥାଏ। ଫଳରେ ଘରୁ ବାହାରକୁ ବାହାରିବା ସମୟରେ ମାସ୍କ, ହାତରେ ଗ୍ଲୋବ୍ସ ଲଗାଇବାକୁ କୁହାଯାଇଛି। ହେଲେ ଅତ୍ୟନ୍ତ ଜନଗହଳିପୂର୍ଣ୍ଣ ସ୍ଥାନରେ ସର୍ଜିକାଲ ମାସ୍କ କାମ କରୁନାହିଁ। ଏଣୁ ଡାକ୍ତରମାନେ ଏନ୍‌-୯୫ ମାସ୍କ ବ୍ୟବହାର କରିବାକୁ କହୁଛନ୍ତି। ଏହାଛଡ଼ା ଜଣେ ଚାହିଁଲେ ଫେସ୍‌ ସିଲ୍ଡ ମଧ୍ୟ ବ୍ୟବହାର କରୁଛନ୍ତି।

ବିଶେଷଜ୍ଞଙ୍କ ମତରେ ଫେସ୍‌ ସିଲ୍ଡ ବ୍ୟବହାର କରିବା ଦ୍ୱାରା କରୋନା ଭୂତାଣୁଙ୍କ ସଂକ୍ରମଣରୁ ଅନେକାଂଶରେ ରକ୍ଷା ପାଇହେବ। ଆଜିକାଲି ବଜାରରେ ପୁର୍ନବ୍ୟବହାରଯୁକ୍ତ ଫେସ୍‌ ସିଲ୍ଡ ଉପଲବ୍ଧ ହେଉଛି। ଏହାଦ୍ୱାରା ସମ୍ପୂର୍ଣ୍ଣ ମୁହଁ ଘୋଡାଇ ହୋଇ ରହୁଛି। ହେଲେ ବ୍ୟବହାର କରିବା ପୂର୍ବରୁ ସିଲ୍ଡଟି ଯେପରି ସଂକ୍ରମିତ ନ ହୁଏ ତାହା ଧ୍ୟାନ ରଖିବାକୁ ପଡ଼ିବ।

ଫେସ ସିଲ୍ଡ ବ୍ୟବହାର ସମୟରେ ଏସବୁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ:
– ସିଲ୍ଡ ବାହାର କରିବା ସମୟରେ ହାତକୁ ସାନିଟାଇଜ୍‌ କରନ୍ତୁ ନଚେତ ସାବୁନରେ ଭଲ ଭାବେ ଧୋଇ ନିଅନ୍ତୁ।
– ଭାଙ୍ଗିଯାଇଥିବା ସିଲ୍ଡ ବ୍ୟବହାର କରନ୍ତୁ ନାହିଁ।
-ସିଲ୍ଡକୁ ସାନିଟାଇଜର ସାହାଯ୍ୟରେ ସଫା କରନ୍ତୁ ନାହିଁ। ଏହାଦ୍ୱାରା ସିଲ୍ଡ ଖରାପ ହେବାର ସମ୍ଭାବନା ଥାଏ।
-ସିଲ୍ଡ ଲଗାଇବା ପରେ ବାରମ୍ବାର ତାହାକୁ ଛୁଅଁନ୍ତୁ ନାହିଁ।

କେମିତି କରିବେ ସଫା:

ଯଦି ଫେସ୍‌ ସିଲ୍ଡର ବ୍ୟବହାର ଥରେ କରିଛନ୍ତି, ତେବେ ଘରକୁ ଫେରିବା ପରେ ଠିକ୍‌ ଭାବେ ତାକୁ ସଫା କରନ୍ତୁ। ଏଥିପାଇଁ ନନ୍‌-ବ୍ଲିଚ୍‌ ଓ୍ବାଇପ୍‌ ଅଥବା ଇପିଏ ଦ୍ୱାରା ସ୍ବିକୃତିପ୍ରାପ୍ତ ଡିସ୍‌ଇନ୍‌ଫେକ୍ଟେଡ୍ର ବ୍ୟବହାର କରନ୍ତୁ। ଏହାପୂର୍ବରୁ ହାତରେ ଗ୍ଲୋବ୍ସ ପିନ୍ଧିବାକୁ ଭୁଲିବେ ନାହିଁ।

ଗ୍ଲୋବ୍ସ ପିନ୍ଧିବା ପରେ ହାତରେ ହାତରେ ଓ୍ବାଇପ୍‌ ନିଅନ୍ତୁ। ସିଲ୍ଡର ସମ୍ମୁଖ ଅଂଶକୁ ପ୍ରଥମେ ସଫା କରନ୍ତୁ। ଏହାପରେ ଭିତର ଭାଗ ସଫା କରନ୍ତୁ। ବାକିଥିବା ଅଂଶକୁ ଧିରେ ଧିରେ ସଫା କରନ୍ତୁ। ପରେ ସଫା ସ୍ଥାନରେ ଖରାରେ ରଖିଦିଅନ୍ତୁ। ପିନ୍ଧିଥିବା ଗ୍ଲୋବ୍ସକୁ କାଢ଼ି ହାତକୁ ଭଲଭାବେ ସାବୁନରେ ଧୋଇ ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri