ଫେସ୍‌ ସିଲ୍ଡ ବ୍ୟବହାର କରୁଥିଲେ ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ: ନଚେତ ହୋଇପାରେ କରୋନା

ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାର ପ୍ରତିରୋଧ ପାଇଁ ଔଷଧ ବାହାରି ନ ଥିବାରୁ ମାସ୍କ ଏବଂ ସାମାଜିକ ଦୂରତା ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି। ବିଶେଷକରି ନାକ, ଆଖି ଏବଂ ମୁହଁରୁ ଭୂତାଣୁ ଶରୀରକୁ ପ୍ରବେଶ କରିଥାଏ। ଫଳରେ ଘରୁ ବାହାରକୁ ବାହାରିବା ସମୟରେ ମାସ୍କ, ହାତରେ ଗ୍ଲୋବ୍ସ ଲଗାଇବାକୁ କୁହାଯାଇଛି। ହେଲେ ଅତ୍ୟନ୍ତ ଜନଗହଳିପୂର୍ଣ୍ଣ ସ୍ଥାନରେ ସର୍ଜିକାଲ ମାସ୍କ କାମ କରୁନାହିଁ। ଏଣୁ ଡାକ୍ତରମାନେ ଏନ୍‌-୯୫ ମାସ୍କ ବ୍ୟବହାର କରିବାକୁ କହୁଛନ୍ତି। ଏହାଛଡ଼ା ଜଣେ ଚାହିଁଲେ ଫେସ୍‌ ସିଲ୍ଡ ମଧ୍ୟ ବ୍ୟବହାର କରୁଛନ୍ତି।

ବିଶେଷଜ୍ଞଙ୍କ ମତରେ ଫେସ୍‌ ସିଲ୍ଡ ବ୍ୟବହାର କରିବା ଦ୍ୱାରା କରୋନା ଭୂତାଣୁଙ୍କ ସଂକ୍ରମଣରୁ ଅନେକାଂଶରେ ରକ୍ଷା ପାଇହେବ। ଆଜିକାଲି ବଜାରରେ ପୁର୍ନବ୍ୟବହାରଯୁକ୍ତ ଫେସ୍‌ ସିଲ୍ଡ ଉପଲବ୍ଧ ହେଉଛି। ଏହାଦ୍ୱାରା ସମ୍ପୂର୍ଣ୍ଣ ମୁହଁ ଘୋଡାଇ ହୋଇ ରହୁଛି। ହେଲେ ବ୍ୟବହାର କରିବା ପୂର୍ବରୁ ସିଲ୍ଡଟି ଯେପରି ସଂକ୍ରମିତ ନ ହୁଏ ତାହା ଧ୍ୟାନ ରଖିବାକୁ ପଡ଼ିବ।

ଫେସ ସିଲ୍ଡ ବ୍ୟବହାର ସମୟରେ ଏସବୁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ:
– ସିଲ୍ଡ ବାହାର କରିବା ସମୟରେ ହାତକୁ ସାନିଟାଇଜ୍‌ କରନ୍ତୁ ନଚେତ ସାବୁନରେ ଭଲ ଭାବେ ଧୋଇ ନିଅନ୍ତୁ।
– ଭାଙ୍ଗିଯାଇଥିବା ସିଲ୍ଡ ବ୍ୟବହାର କରନ୍ତୁ ନାହିଁ।
-ସିଲ୍ଡକୁ ସାନିଟାଇଜର ସାହାଯ୍ୟରେ ସଫା କରନ୍ତୁ ନାହିଁ। ଏହାଦ୍ୱାରା ସିଲ୍ଡ ଖରାପ ହେବାର ସମ୍ଭାବନା ଥାଏ।
-ସିଲ୍ଡ ଲଗାଇବା ପରେ ବାରମ୍ବାର ତାହାକୁ ଛୁଅଁନ୍ତୁ ନାହିଁ।

କେମିତି କରିବେ ସଫା:

ଯଦି ଫେସ୍‌ ସିଲ୍ଡର ବ୍ୟବହାର ଥରେ କରିଛନ୍ତି, ତେବେ ଘରକୁ ଫେରିବା ପରେ ଠିକ୍‌ ଭାବେ ତାକୁ ସଫା କରନ୍ତୁ। ଏଥିପାଇଁ ନନ୍‌-ବ୍ଲିଚ୍‌ ଓ୍ବାଇପ୍‌ ଅଥବା ଇପିଏ ଦ୍ୱାରା ସ୍ବିକୃତିପ୍ରାପ୍ତ ଡିସ୍‌ଇନ୍‌ଫେକ୍ଟେଡ୍ର ବ୍ୟବହାର କରନ୍ତୁ। ଏହାପୂର୍ବରୁ ହାତରେ ଗ୍ଲୋବ୍ସ ପିନ୍ଧିବାକୁ ଭୁଲିବେ ନାହିଁ।

ଗ୍ଲୋବ୍ସ ପିନ୍ଧିବା ପରେ ହାତରେ ହାତରେ ଓ୍ବାଇପ୍‌ ନିଅନ୍ତୁ। ସିଲ୍ଡର ସମ୍ମୁଖ ଅଂଶକୁ ପ୍ରଥମେ ସଫା କରନ୍ତୁ। ଏହାପରେ ଭିତର ଭାଗ ସଫା କରନ୍ତୁ। ବାକିଥିବା ଅଂଶକୁ ଧିରେ ଧିରେ ସଫା କରନ୍ତୁ। ପରେ ସଫା ସ୍ଥାନରେ ଖରାରେ ରଖିଦିଅନ୍ତୁ। ପିନ୍ଧିଥିବା ଗ୍ଲୋବ୍ସକୁ କାଢ଼ି ହାତକୁ ଭଲଭାବେ ସାବୁନରେ ଧୋଇ ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ସୁପର ଲିଗ୍‌ର ତାରିଖ ଘୋଷଣା କଲା PCB, ୨୦୨୭ରେ ପୁଣି IPL-PSL ଲଢ଼େଇ

ନୂଆଦିଲ୍ଲୀ,୮।୧୦: ୨୦୨୭ରେ ପୁଣିଥରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଏବଂ ପାକିସ୍ତାନ ସୁପର ଲିଗ୍ (PSL) ମଧ୍ୟରେ ସିଧାସଳଖ ଟକ୍କର ଦେଖିବାକୁ ମିଳିବ । ପାକିସ୍ତାନ କ୍ରିକେଟ୍…

ସରକାରୀ ବସ୍‌ କାଚ ଭାଙ୍ଗିଲେ, ସାପ୍ତାହିକ ହାଟ ବି ବନ୍ଦ କଲେ ବିକ୍ଷୋଭକାରୀ

ଛତ୍ରପୁର,୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଇଣ୍ଡିଆ ବ୍ଲକ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦରେ ମଧ୍ୟ ଦେଖାଯାଇଛି। ସିପିଆଇର…

ଅଭିଜିତ ଦୀପକେଙ୍କ ଚାଞ୍ଚଲ୍ୟକର ଦାବି

ନୂଆଦିଲ୍ଲୀ,୮।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ‘ଆକ୍ରମକ କକରୋଚ ଜନତା ପାର୍ଟି’ (CJP) ଆସନ୍ତା ଅକ୍ଟୋବର ୧୦ରେ ଜନ୍ତର ମନ୍ତର ଅଭିମୁଖେ ଶୋଭାଯାତ୍ରା…

କଂଗ୍ରେସର ବନ୍ଦ ଡାକରାରେ ଅଟକି ରହିଛି ଗାଡ଼ିମୋଟର, ଯାତ୍ରୀ ହନ୍ତସନ୍ତ

ପଟ୍ଟାଙ୍ଗି,୮ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ କଂଗ୍ରେସର ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଦଳର ବ୍ଲକ ସଭାପତି ଅର୍ଜୁନ ବାଙ୍କା…

ବହୁତ ବଡ଼ ‘ଦାନବୀର’ ଥିଲେ ନାନା ପାଟେକର, ନିଜ ରୋଜଗାରର ଏକ ବଡ଼ ଅଂଶ ଦାନ କରୁଥିଲେ ଅଭିନେତା, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ,୮।୧୦: ବଲିଉଡ ଚଳଚ୍ଚିତ୍ର ଜଗତ ପାଇଁ ଗୁରୁବାର ସକାଳ ଏକ ଅତ୍ୟନ୍ତ ଦୁଃଖଦ ଖବର ନେଇ ଆସିଥିଲା। ପ୍ରଖ୍ୟାତ ଅଭିନେତା ନାନା ପାଟେକର ଗୁରୁବାର ସକାଳେ ଗୋଆସ୍ଥିତ…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

କଳାହାଣ୍ଡିରେ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଜାତୀୟ ରାଜପଥ ଅବରୋଧ କରି ବିକ୍ଷୋଭକାରୀ…

ଭବାନୀପାଟଣା,୮ା୧୦(ଉତ୍ତମ କୁମାର ଦାଶ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପ୍ରଭାବ କଳାହାଣ୍ଡି ଜିଲାରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ…

ମୃତ୍ୟୁ ପୂର୍ବରୁ ବନ୍ଧୁଙ୍କୁ ଏହି ଶେଷ ମେସେଜ କରିଥିଲେ ନାନା ପାଟେକର, ନିଜର ଯନ୍ତ୍ରଣା ପ୍ରକାଶ କରି…

ମୁମ୍ବାଇ: ଭାରତୀୟ ସିନେ ଜଗତର ଭେଟେରାନ ଅଭିନେତା ନିଜର ଦମଦାର ଅଭିନୟ, ଅନନ୍ୟ ଡାଏଲଗ୍‌ କହିବା ଶୈଳୀରେ ବେଶ୍‌ ପରିଚିତ ଥିବା ନାନା ପାଟେକରଙ୍କ ବୁଧବାର ବିଳମ୍ବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?