୩ ଲକ୍ଷ ଟଙ୍କିଆ ଚା’ରୁ ଆରମ୍ଭ ହୁଏ ନୀତା ଅମ୍ବାନୀଙ୍କ ଦିନ: ଜାଣନ୍ତୁ….

ଭାରତର ସବୁଠାରୁ ଧନୀ ତଥା ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ। ମୁକେଶଙ୍କ ସ୍ତ୍ରୀ ନୀତା ନିଜର ରାଜକୀୟ ଜୀବନଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସାମାଜିକ କଲ୍ୟାଣ କାର୍ଯ୍ୟ ପାଇଁ ସେ ସାରା ବିଶ୍ୱରେ ପରିଚିତ। ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ସାଙ୍ଗକୁ ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାରମ୍ୟାନ୍‌ ହେଉଛନ୍ତି ନୀତା। କରୋନା ମହାମାରୀ ସମୟରେ ସାମାଜିକ ସେବା ପାଇଁ ଆମେରିକାର ପ୍ରସିଦ୍ଧ ଲାଇଫ୍‌ଷ୍ଟାଇଲ ମାଗାଜିନ୍‌ ‘ଟାଉନ୍‌ ଆଣ୍ଡ୍‌ କଣ୍ଟ୍ରି’ ରେ ବିଶ୍ୱର ଶ୍ରେଷ୍ଠ ୨୦ ମହିଳା ତାଲିକାରେ ସେ ସ୍ଥାନ ପାଇଥିଲେ। ଏହି ସମ୍ମାନ ପାଇଥିବା ସେ ହେଉଛନ୍ତି ଭାରତର ପ୍ରଥମ ମହିଳା। ନୀତାଙ୍କ ଜୀବନଶୈଳୀ ବହୁତ ବିଳାସପୂର୍ଣ୍ଣ।

ଚା’ ପିଇବାକୁ ଭଲ ପାଉଥିବା ନୀତାଙ୍କ ଚା’ ମଧ୍ୟ ସବୁଠାରୁ ସ୍ବତନ୍ତ୍ର। ସେ ପିଉଥିବା ଚା’ର ମୂଲ୍ୟ ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରତିଦିନ ୩ ଲକ୍ଷ ଟଙ୍କିଆ ଚା’ ସେ ପିଇଥାନ୍ତି। ବିଶ୍ୱାସ ହେଉ ନ ଥିଲେ ମଧ୍ୟ ଏହା ସତ।
ଜାପାନର ସର୍ବପୁରାତନ ତଥା ମହଙ୍ଗା କ୍ରୋକେରୀ ବ୍ରାଣ୍ଡ ନୋରିଟେକ କପ୍‌ରେ ସେ ଚା’ ପିଇଥାନ୍ତି। ଏହି କ୍ରୋକେରୀ ସେଟ୍‌ ୫୦ ପିସ୍‌ରେ ଆସିଥାଏ। ଯାହାର ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା। ଫଳରେ ଗୋଟିଏ କପ୍‌ର ମୂଲ୍ୟ ୩ ଲକ୍ଷ ଟଙ୍କା। ଏହି କପ୍‌ରେ ସୁନାର ବର୍ଡର ଲାଗିଛି। ଫଳରେ ନୀତାଙ୍କ ଚା’ର ମୂଲ୍ୟ ୩ ଲକ୍ଷ ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ଏମିତି ଦୁଃଖଭରା ବାର୍ତ୍ତା ଲେଖିଲେ ଏହି ବ୍ୟକ୍ତି, ସହାୟତା ପାଇଁ ଆଗେଇ ଆସିଲେ ଲକ୍ଷାଧିକ ଲୋକ

କରୋନା ଭୂତାଣୁ ଯୋଗୁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇଛନ୍ତି। ଅନେକ ଲୋକ ଦୀର୍ଘମାସ ଧରି ବେକାର ଅଛନ୍ତି ଏବଂ ନୂତନ ଚାକିରିର...

ରାଖୀ ପୂର୍ଣ୍ଣିମାରେ ଭଉଣୀକୁ କିଡ୍‌ନୀ ଦେଲେ ଭାଇ

ନୂଆଦିଲ୍ଲୀ, ୨୩ା୮: ରାଖୀ ପୂର୍ଣ୍ଣିମାରେ ଭଉଣୀକୁ ଉପହାରରେ ନୂଆ ଜୀବନ ଦେଇଛନ୍ତି ଭାଇ। କିଡ୍‌ନୀଜନିତ ରୋଗରେ ପୀଡ଼ିତ ଭଉଣୀକୁ ତାଙ୍କ ସାନଭାଇ ନିଜର ଏକ କିଡ୍‌ନୀ...

ସ୍ବର ନିୟନ୍ତ୍ରିତ ଏଆଇ ସାଇକେଲ

ଚାଇନା: ଚାଇନାର ଶିଙ୍ଗୁଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) ସାଇକେଲ ପ୍ରସ୍ତୁତ କରିଛନ୍ତି। ଏହି ସାଇକେଲ ସ୍ବର ଦ୍ୱାରା ନିୟନ୍ତ୍ରଣ ହୋଇପାରୁଛି। ଚାଳକ ମାଇକ୍ରୋଫୋନ...

ପ୍ୟାକେଜ ନେଇ ବିଚାର କରୁଛନ୍ତି ସରକାର

ନୂଆଦିଲ୍ଲୀ, ୬।୪: କରୋନା ଯୋଗୁ ବିଗିଡିଥିବା ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଫେରାଇ ଆଣିବା ଲାଗି ସରକାର ଯୋଜନା କରୁଛନ୍ତି। ଏଥି ଲାଗି ଏକ ଅର୍ଥନୈତିକ ପ୍ୟାକେଜ...

ଇ-ଶ୍ରମ ପୋର୍ଟାଲରେ ସାମିଲ ହେବେ ରେଲୱେ ଗୋଦାମ ଶ୍ରମିକ

ନୂଆଦିଲ୍ଲୀ,୩୧।୧: ବର୍ତ୍ତମାନ ରେଲୱେ ଗୋଦାମରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଇ-ଶ୍ରମ ପୋର୍ଟାଲରେ ନାମ ପଞ୍ଜୀକରଣ କରିପାରିବେ ବୋଲି ଶ୍ରମମନ୍ତ୍ରଣାଳୟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ଏଥିରେ ସେମାନଙ୍କୁ...

ଅନେକରେ ଏକ ବାସୁଦେବ: ଲୋକକଳା ଭିତରେ ହଜିଯିବାକୁ ଚାହାନ୍ତି

ସେ ଭଲପାଆନ୍ତି ଲୋକକଳାକୁ। ଆଉ ତାରି ଭିତରେ ହିଁ ହଜିଯିବାକୁ ଚାହାନ୍ତି। ସେଥିପାଇଁ ପିଲାଟିଦିନରୁ ତାଙ୍କର ପୁରାଣଗୀତ, ଢଗଢମାଳି ଶୁଣିବାଠାରୁ ଆରମ୍ଭକରି ଗାଁରେ ଆୟୋଜିତ ଗୀତିନାଟ୍ୟରେ...

ମିନିମମ୍‌ ବାଲାନ୍ସ ନିୟମ ବାଦ୍‌ ଦେଲା ଏସ୍‌ବିଆଇ

ନୂଆଦିଲ୍ଲୀ,୧୨ା୩: ଦେଶର ପ୍ରମୁଖ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ଏହାର ମିନିମମ୍‌ ବାଲାନ୍ସ ନିୟମକୁ ବୁଧବାର ବାଦ ଦିଆଯାଇଛି। ଏହା ଫଳରେ ଏସ୍‌ବିଆଇରେ ଆକାଉଣ୍ଟ...

ସ୍ତ୍ରୀଙ୍କୁ କରୋନା ହୋଇଥିବା ଶୁଣି ଜୀବନ ହାରିଲେ ସ୍ବାମୀ

ମୁଜାଫରପୁର, ୧୧।୮: ସ୍ତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଶୁଣିବା ପରେ ହାର୍ଟଆଟାର୍କରେ ପ୍ରାଣ ହରାଇଛନ୍ତି ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାରର ଆନନ୍ଦପୁର...

Advertisement
Archives

Model This Week