Posted inଖେଳ

ଆରସିବି-କେକେଆର ଅଧିନାୟକକୁ ନେଇ ସ୍ପଷ୍ଟ ହେଲା ଚିତ୍ର, ଏହି ଖେଳାଳିଙ୍କୁ ମିଳିବ ଦାୟିତ୍ୱ

ନୂଆଦିଲ୍ଲୀ,୧୩।୧୨: ଇଣ୍ଡିଆନ ପ୍ରିମିୟର ଲିଗ ଅର୍ଥାତ୍‌ ଆଇପିଏଲ ୨୦୨୫ର ୧୮ ତମ ସିଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି। ତଥାପି, ଏପରି ଅନେକ ଦଳ ଅଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ ସେମାନଙ୍କର ଅଧିନାୟକ ଘୋଷଣା କରିନାହାଁନ୍ତି । ଏହି ତାଲିକାରେ କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ମଧ୍ୟ ଅନ୍ତର୍ଭୁକ୍ତ। ଏହି ଦୁଇ ଦଳର ଅଧିନାୟକଙ୍କ ବିଷୟରେ ଏକ ବଡ ଅପଡେଟ୍‌ ଆସିଛି।

କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ କୋଲକାତା ନାଇଟ ରାଇଡର୍ସ ଆସନ୍ତା ସିଜନରେ ରିଙ୍କୁ ସିଂଙ୍କୁ ଅଧିନାୟକ କରିପାରେ। ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ତେବେ, ପରେ କେକେଆର ଅଧିନାୟକଙ୍କ ବିଷୟରେ କାହାଣୀ ବଦଳିଗଲା। ତା’ପରେ ଆଉ ଏକ ନୂଆ ଖବର ଆସିଲା କି ଏଥର ଅଜିଙ୍କ୍ୟ ରାହାଣେଙ୍କୁ ଅଧିନାୟକ କରାଯିବ। ବର୍ତ୍ତମାନ ଏକ ନୂତନ ରିପୋର୍ଟରେ ଏକ ନୂତନ ଦାବି କରାଯାଇଛି। ରିପୋର୍ଟ ଅନୁଯାୟୀ, ଭେଙ୍କଟେଶ ଆୟର୍‌ ଆଇପିଏଲ ୨୦୨୫ ରେ କୋଲକାତା ନାଇଟ ରାଇଡର୍ସର ଅଧିନାୟକ ହୋଇପାରନ୍ତି। ଏହି ଅଲରାଉଣ୍ଡରଙ୍କୁ କିଣିବା ପାଇଁ କେକେଆର୍‌ ନିଲାମରେ ବିପୁଳ ପରିମାଣର ଖର୍ଚ୍ଚ କରିଥିଲା । କେକେଆର୍‌ ଭେଙ୍କଟେଶ ଆୟରଙ୍କୁ ୨୩.୭୫ କୋଟିରେ କିଣିଛି।

ଆରସିବି ନିଲାମ ପୂର୍ବରୁ ଫାଫ ଡୁ ପ୍ଲେସିସ ରିଲିଜ୍‌ କରିଥିଲା, ସେତେବେଳେ ଏହା ସ୍ପଷ୍ଟ ହୋଇଗଲା ଯେ ବର୍ତ୍ତମାନ ଦଳ ଜଣେ ନୂଆ ଅଧିନାୟକଙ୍କ ସହ ଫିଲ୍ଡିଂ କରିବ। ତା’ପରେ କିଛି ଦିନ ପରେ ଖବର ଆସିଲା ଯେ ପୁଣି ଥରେ ବିରାଟ କୋହଲି ଆରସିବିର ଦାୟିତ୍ୱ ଗ୍ରହଣ କରିବେ। ତେବେ ବିରାଟ କିମ୍ବା ଫ୍ରାଞ୍ଚାଇଜ ଏ ବିଷୟରେ କିଛି କହି ନାହାଁନ୍ତି। ଏହି ସମୟରେ, ଅନ୍ୟ ଏକ ଖବର ଆସିଲା ଯେ ଏଥର ଆରସିବି ନିଲାମରେ କେ.ଏଲ ରାହୁଲଙ୍କୁ କିଣିବ ଏବଂ ତାଙ୍କୁ ଏହାର ଅଧିନାୟକ କରିବ। ଏହି ଦାବି ମଧ୍ୟ ସମ୍ପୂର୍ଣ୍ଣ ଭୁଲ ବୋଲି ପ୍ରମାଣିତ ହୋଇଛି । ବର୍ତ୍ତମାନ ଏକ ନୂତନ ଅପଡେଟ୍‌ ଆସିଛି। ରିପୋର୍ଟରେ କୁହାଯାଇଛି ଯେ, ଆରସିବି ଯୁବ ଖେଳାଳି ରଜତ ପାଟିଦାରଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିବ। ସୟଦ ମୁସ୍ତାକ ଅଲି ଟି -୨୦ ଟ୍ରଫିରେ ମଧ୍ୟପ୍ରଦେଶର ଅଧିନାୟକ ଅଛନ୍ତି ରଜତ ପାଟିଦାର।


Enter your email to get our daily news in your inbox.

All Right Reserved By Dharitri.Com

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri