ଭୁବନେଶ୍ୱର,୧୪।୧୧: ନୂଆପଡାରେ ଭାଜପାର ବିପୁଳ ବିଜୟ ହୋଇଛି । ନୂଆପଡାର ଏହି ଐତିହାସିକ ବିଜୟରେ ଜୟ ଢୋଲକିଆ ବଡ଼ ମାର୍ଜିନରେ ବିଜୟ ହାସଲ କରିଛନ୍ତି। ତେବେ ଏହିକ୍ରମରେ କଂଗ୍ରେସ ଦ୍ୱିତୀୟ ଓ ବିଜେଡି ତୃତୀୟ ସ୍ଥାନରେ ରହିଛି। ଜୟଙ୍କ ସମ୍ପତ୍ତି ବାବଦରେ ଜାଣିବାକୁ ଲୋକମାନେ ଆଗ୍ରହ ପ୍ରକାଶ କରୁଛନ୍ତି । ଆସନ୍ତୁ ଜାଣିବା ଜୟଙ୍କ ସମ୍ପତ୍ତି ବାବଦରେ?
ମାଇଁ ନେତା’ ୱେବସାଇଟ ଅନୁସାରେ ଜୟ ଢୋଲକିଆଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ବାବଦରେ ଉଲ୍ଲେଖ ରହିଛି । ତଥ୍ୟ ଅନୁସାରେ ଜୟଙ୍କ ମୋଟ ସମ୍ପତ୍ତିର ପରିମାମ ୩ କୋଟି ଟଙ୍କା। ୨୦୨୪-୨୫ରେ ତାଙ୍କ ରୋଜଗାର ୧୫,୬୬,୦୮୦ ଥିଲା । ତାଙ୍କ ନାମରେ କ୍ୟାସ ବା ନଗଦ ୨,୫୩,୦୦୦ ଟଙ୍କା ଥିବା ବେଳେ ପତ୍ନୀଙ୍କ ନାମରେ ୨, ୧୨,୮୦୦ ଟଙ୍କା ଥିବା ନେଇ ଉଲ୍ଲେଖ ରହିଛି ।
ଜୟଙ୍କ ନାମରେ ନୂଆପଡା ସ୍ଥିତ ଏସବିଆଇ ବ୍ୟାଙ୍କରେ ୪୯ ହଜାର ୬୯୫ ଟଙ୍କା ଡିପୋଜିଟ ରହିଛି । ନୂଆପଡ଼ା ଏସବିଆଇରେ ୩ଟି ୩୨ ହଜାର ଲେଖାଏଁ ଷ୍ଟାଣ୍ଡାର୍ଡ ଫିକ୍ସ ଡିପୋଜିଟ ଓ ପିପିଏଫରେ ୩,୯୨,୮୫୧ ଟଙ୍କା ଜମା ରହିଛି । ଜୟଙ୍କ ନାମରେ କୌଣସି ବଣ୍ଡ କିମ୍ୱା କୌଣସି କମ୍ପାନୀରେ ସେୟାର ମଧ୍ୟ ନାହିଁ । ଏହା ଛଡା ତାଙ୍କ ନାମରେ ୭ ଲକ୍ଷ, ୪ ଲକ୍ଷ, ୧୭ ଲକ୍ଷର ଏଲଆଇସି ଓ ଅନ୍ୟାନ୍ୟ ଇନ୍ୟୁରାନ୍ସ ପଲିସି ଅଛି । ହେଲଥ ଇନ୍ୟୁରାନ୍ସ ଭାବେ ୪୫ ହଜାର ଟଙ୍କା ତାଙ୍କ ନାମରେ ରହିଛି । ସବୁଠୁ ବଡ଼ କଥା ଜୟଙ୍କ ନାମରେ କୌଣସି ପର୍ସନାଲ ଋଣ ନାହିଁ ।
ଜୟ ଢୋଲକିଆଙ୍କ ନାମରେ ୨୦୨୨ରେ କିଣାଯାଇଥିବା ୯ ଲକ୍ଷର କିଆ ଗାଡ଼ି ରହିଛି । ୮ ଲକ୍ଷ ଲେଖାଏଁ ୨ ଆମ୍ୱୁଲାନ୍ସ, ୨୦ ଲକ୍ଷର ଗୋଟିଏ ଇନୋଭା ରେଜିଷ୍ଟର ରହିଛି । ଗହଣା ଭାବରେ ଜୟଙ୍କ ପାଖରେ ବର୍ତ୍ତମାନ ୧୧୦ ଗ୍ରାମ(ଓଜନ ହିସାବରେ) ୧୧ ଲକ୍ଷ ଟଙ୍କାର ସୁନା ରହିଛି । ଢୋଲକିଆଙ୍କ ନାମରେ ସମୁଦାୟ ୭ ଲକ୍ଷର ଟଙ୍କାର ଚାଷ ଜମି ରହିଛି । ସୂଚନା ଅନୁସାରେ ତାଙ୍କର କୌଣସି କର୍ମସିଆଲ ବିଲ୍ଡିଂ କିମ୍ୱା ଅଣଚାଷ ଜମି ନାହିଁ । ଖରିଆର ରୋଡରେ ୧ କୋଟି ଟଙ୍କା ମୂଲ୍ୟର ବାସଭବନ ରହିଛି ।