Posted inଖେଳ

୩୧ ଲକ୍ଷ ଟଙ୍କା ସହାୟତା କରି ବାଳକଙ୍କ ଜୀବନ ବଞ୍ଚାଇଲେ

ନୂଆଦିଲ୍ଲୀ,୨୨।୨: ଟିମ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଏକ ମହାନ କାମ କରିଛନ୍ତି। ଏକ ବିରଳ ରୋଗରେ ଆକ୍ରାନ୍ତ ଥିବା ୧୧ ବର୍ଷୀୟ ବାଳକ ବରଦର ଅସ୍ତ୍ରୋପଚାର ପାଇଁ ରାହୁଲ ସହାୟତାର ହାତ ବଢ଼ାଇଛନ୍ତି। ବରଦ ଅପ୍ଲାଷ୍ଟିକ ଏନିମିଆ ଭଳି ବିରଳ ରୋଗରେ ଆକ୍ରାନ୍ତ ଥିଲେ। ଏହାର ଚିକିତ୍ସା ଲାଗି ତୁରନ୍ତ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ (ବିଏମଟି)ର ଆବଶ୍ୟକ ଥିଲା। କିନ୍ତୁ ପରିବାର ପାଖରେ ସର୍ଜରୀ ପାଇଁ ଆବଶ୍ୟକ ୩୫ ଲକ୍ଷ ଟଙ୍କା ନ ଥିଲା। ଆଉ ଯେତେବେଳେ ରାହୁଲଙ୍କ କାନରେ ଏକଥା ପଡ଼ିଥିଲା ସେ ତୁରନ୍ତ ସର୍ଜରୀ ପାଇଁ ସହାୟତା କରିବାକୁ ଆଗେଇ ଆସିଥିଲେ।

ଗତବର୍ଷ ଡିସେମ୍ବରରେ ବରଦଙ୍କ ମାତା-ପିତା ଏକ ଏନଜିଓ ଜରିଆରେ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ପାଇଁ ଆବଶ୍ୟକ ୩୫ ଲକ୍ଷ ଟଙ୍କା ଫଣ୍ଡ ସଂଗ୍ରହ କରିବା ଆରମ୍ଭ କରିଥିଲେ। ପଞ୍ଚମ ଶ୍ରେଣୀରେ ପୁଥିବା ବରଦ ଗତବର୍ଷ ସେପ୍ଟେମ୍ବରରୁ ମୁମ୍ବାଇର ଜସଲୋକ ହସ୍ପିଟାଲରେ ଚିକିତ୍ସିତ ହୋଇ ଆସୁଥିଲେ। ବରଦଙ୍କ ରକ୍ତରେ ପ୍ଲେଟଲେଟର ସ୍ତର ବହୁତ କମ ଥିଲା। ଏହି କାରଣରୁ ତାଙ୍କର ଇମ୍ୟୁନିଟୀ ମଧ୍ୟ ହ୍ରାସ ପାଉଥିଲା ଏବଂ ସାଧାରଣ ଜ୍ୱର ଠିକ ହେବାକୁ ମାସେ ଲାଗିଯାଉଥିଲା। ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ଦ୍ୱାରା ଏହାର ସ୍ଥାୟୀ ଉପଚାର ହୋଇପାରିବ। ଏହା ପରେ ପରିବାର ମଧ୍ୟବର୍ଗୀୟ ପରିବାର ହୋଇଥିବାରୁ ସେମାନଙ୍କୁ ସର୍ଜରୀ ପାଇଁ ଅର୍ଥ ସଂଗ୍ରହ କରିବାରେ ସମସ୍ୟା ହୋଇଥିଲା। ଯେତେବେଳେ ରାହୁଲ ଏହି ପିଲାଟି ବିଷୟରେ ଜାଣିବାକୁ ପାଇଲେ, ତୁରନ୍ତ ସହାୟତାର ହାତ ବଢ଼ାଇଥିଲେ। ରାହୁଲଙ୍କ ସହାୟତା ପରେ ବରଦଙ୍କ ସର୍ଜରୀ ମଧ୍ୟ ସଫଳ ହୋଇଛି। ଏବେ ବରଦ ସୁସ୍ଥ ହେଉଛନ୍ତି।

ଏନେଇ ରାହୁଲ ଖୁସିବ୍ୟକ୍ତ କରିବା ସହ ବରଦ ସୁସ୍ଥ ହୋଇ ନିଜର କ୍ରିକେଟର ହେବାର ସ୍ବପ୍ନକୁ ସାକାର କରନ୍ତୁ ବୋଲି କହିଛନ୍ତି। ସେହିଭଳି ରାହୁଲଙ୍କ ଏହି ମହାନ କାମ ପାଇଁ ବରଦଙ୍କ ମା’ ସ୍ବପ୍ନା ବହୁତ ଖୁସି ହୋଇଛନ୍ତି। ସେ ରାହୁଲଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି। ତାଙ୍କର ଏହି ସହାୟତାକୁ ସେ ଓ ତାଙ୍କ ପରିବାର କେବେବି ଭୁଲିପାରିବେ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri