Posted inଖେଳ

୩୧ ଲକ୍ଷ ଟଙ୍କା ସହାୟତା କରି ବାଳକଙ୍କ ଜୀବନ ବଞ୍ଚାଇଲେ

ନୂଆଦିଲ୍ଲୀ,୨୨।୨: ଟିମ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଏକ ମହାନ କାମ କରିଛନ୍ତି। ଏକ ବିରଳ ରୋଗରେ ଆକ୍ରାନ୍ତ ଥିବା ୧୧ ବର୍ଷୀୟ ବାଳକ ବରଦର ଅସ୍ତ୍ରୋପଚାର ପାଇଁ ରାହୁଲ ସହାୟତାର ହାତ ବଢ଼ାଇଛନ୍ତି। ବରଦ ଅପ୍ଲାଷ୍ଟିକ ଏନିମିଆ ଭଳି ବିରଳ ରୋଗରେ ଆକ୍ରାନ୍ତ ଥିଲେ। ଏହାର ଚିକିତ୍ସା ଲାଗି ତୁରନ୍ତ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ (ବିଏମଟି)ର ଆବଶ୍ୟକ ଥିଲା। କିନ୍ତୁ ପରିବାର ପାଖରେ ସର୍ଜରୀ ପାଇଁ ଆବଶ୍ୟକ ୩୫ ଲକ୍ଷ ଟଙ୍କା ନ ଥିଲା। ଆଉ ଯେତେବେଳେ ରାହୁଲଙ୍କ କାନରେ ଏକଥା ପଡ଼ିଥିଲା ସେ ତୁରନ୍ତ ସର୍ଜରୀ ପାଇଁ ସହାୟତା କରିବାକୁ ଆଗେଇ ଆସିଥିଲେ।

ଗତବର୍ଷ ଡିସେମ୍ବରରେ ବରଦଙ୍କ ମାତା-ପିତା ଏକ ଏନଜିଓ ଜରିଆରେ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ପାଇଁ ଆବଶ୍ୟକ ୩୫ ଲକ୍ଷ ଟଙ୍କା ଫଣ୍ଡ ସଂଗ୍ରହ କରିବା ଆରମ୍ଭ କରିଥିଲେ। ପଞ୍ଚମ ଶ୍ରେଣୀରେ ପୁଥିବା ବରଦ ଗତବର୍ଷ ସେପ୍ଟେମ୍ବରରୁ ମୁମ୍ବାଇର ଜସଲୋକ ହସ୍ପିଟାଲରେ ଚିକିତ୍ସିତ ହୋଇ ଆସୁଥିଲେ। ବରଦଙ୍କ ରକ୍ତରେ ପ୍ଲେଟଲେଟର ସ୍ତର ବହୁତ କମ ଥିଲା। ଏହି କାରଣରୁ ତାଙ୍କର ଇମ୍ୟୁନିଟୀ ମଧ୍ୟ ହ୍ରାସ ପାଉଥିଲା ଏବଂ ସାଧାରଣ ଜ୍ୱର ଠିକ ହେବାକୁ ମାସେ ଲାଗିଯାଉଥିଲା। ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ଦ୍ୱାରା ଏହାର ସ୍ଥାୟୀ ଉପଚାର ହୋଇପାରିବ। ଏହା ପରେ ପରିବାର ମଧ୍ୟବର୍ଗୀୟ ପରିବାର ହୋଇଥିବାରୁ ସେମାନଙ୍କୁ ସର୍ଜରୀ ପାଇଁ ଅର୍ଥ ସଂଗ୍ରହ କରିବାରେ ସମସ୍ୟା ହୋଇଥିଲା। ଯେତେବେଳେ ରାହୁଲ ଏହି ପିଲାଟି ବିଷୟରେ ଜାଣିବାକୁ ପାଇଲେ, ତୁରନ୍ତ ସହାୟତାର ହାତ ବଢ଼ାଇଥିଲେ। ରାହୁଲଙ୍କ ସହାୟତା ପରେ ବରଦଙ୍କ ସର୍ଜରୀ ମଧ୍ୟ ସଫଳ ହୋଇଛି। ଏବେ ବରଦ ସୁସ୍ଥ ହେଉଛନ୍ତି।

ଏନେଇ ରାହୁଲ ଖୁସିବ୍ୟକ୍ତ କରିବା ସହ ବରଦ ସୁସ୍ଥ ହୋଇ ନିଜର କ୍ରିକେଟର ହେବାର ସ୍ବପ୍ନକୁ ସାକାର କରନ୍ତୁ ବୋଲି କହିଛନ୍ତି। ସେହିଭଳି ରାହୁଲଙ୍କ ଏହି ମହାନ କାମ ପାଇଁ ବରଦଙ୍କ ମା’ ସ୍ବପ୍ନା ବହୁତ ଖୁସି ହୋଇଛନ୍ତି। ସେ ରାହୁଲଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି। ତାଙ୍କର ଏହି ସହାୟତାକୁ ସେ ଓ ତାଙ୍କ ପରିବାର କେବେବି ଭୁଲିପାରିବେ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri