୯୮ ଥର ରକ୍ତଦାନକରି ଚର୍ଚ୍ଚାରେ କିଶୋର: ଅନେକ ଲୋକଙ୍କ ଜୀବନ…

ନୂଆପଡ଼ା,୩ା୨ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ କୁଲିଆବନ୍ଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ କିଶୋର କୁମାର ପରିଡ଼ା ୯୮ ଥର ରକ୍ତଦାନକରି ଚର୍ଚ୍ଚାରେ ଅଛନ୍ତି। ସ୍ବେଚ୍ଛାକୃତ ରକ୍ତଦାନ କରି ସେ ଅନେକ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି। କରୋନା ସମୟରେ ମଧ୍ୟ ଖାତିର ନ କରି ୧୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ରକ୍ତଦାନ କରିଥିଲେ। ୧୯୭୫ ଜୁନ୍‌ ୧୦ରେ ସଦର ବ୍ଲକ ବୋଇରଭାଡି ପଞ୍ଚାୟତ ମାଗୁରପାଣି ଗଁାରେ ଜନ୍ମ ଗ୍ରହଣ କରିଥିବା କିଶୋର ଶିକ୍ଷକ ପ୍ରମୋଦ ଚନ୍ଦ୍ର ପରିଡ଼ା ଓ ଭାନୁମତୀ ପରିଡାଙ୍କ ସୁପୁତ୍ର । ୧୯୯୩ରେ ଯୁକ୍ତ ୩ ଅଧ୍ୟୟନ କରିବା ସମୟରେ ସେ ରକ୍ତଦାନ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଶେଷକରି ୨୦୨୫ରେ ସେ ମାଗୁରପାଣି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ।

ନୂଆପଡ଼ା ରକ୍ତଭଣ୍ଡାର ଅଧିକାରୀ ସ୍ବର୍ଗତ ଡା. ବାଙ୍କ ବିହାରୀ ନେଗୀଙ୍କ ମାର୍ଗଦର୍ଶନ ଓ ନୂଆପଡାର ଅଗ୍ରଣୀ ଯୁବ ଅନୁଷ୍ଠାନ ୟୁଥ୍‌ମାସ କ୍ଲବ ସଦସ୍ୟ ସରୋଜ କୁମାର ସାହୁ, ପ୍ରକାଶ କୁମାର ସାହୁ, ପ୍ରଦୀପ କୁମାର ରାଉତଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ରକ୍ତଦାନ ପରି ମହତ କାର୍ଯ୍ୟକୁ ନିଜ ଜୀବନର ମୂଳ ଲକ୍ଷ୍ୟ ଭାବେ ଗ୍ରହଣ କରିଥିଲେ। ବର୍ତ୍ତମାନ ସେ ନିଜକୁ କେବଳ ରକ୍ତଦାନରେ ସୀମିତ ନ ରଖି ଯୁବଗୋଷ୍ଠୀ ମଧ୍ୟରେ ସଚେତନତା ସୃଷ୍ଟି ଓ ରକ୍ତଦାନ ଶିବିର ଆୟୋଜନ କରିବାରେ ନିଜକୁ ସାମିଲ କରିଛନ୍ତି। କାହାଠାରୁ ରକ୍ତ ପାଇଁ ଫୋନ୍‌ କଲ୍‌ଟିଏ ପାଇଲା ମାତ୍ରେ ଧାଇଁ ଆସନ୍ତି ଜିଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାରକୁ। ୨୦୦୩ରେ ଜନରାଜ୍ୟ ଦିବସରେ ନିୟମିତ ରକ୍ତଦାତା ରୂପେ ତଥା ଅନ୍ତର୍ଜାତୀୟ ରକ୍ତଦାନ ଦିବସରେ ସେ ପୁରସ୍କୃତ ହୋଇଛନ୍ତି। ନେହେରୁ ଯୁବକେନ୍ଦ୍ର, ଜିଲା ସ୍ବାସ୍ଥ୍ୟ ବିଭାଗ, ଜିଲା ଶିକ୍ଷା ବିଭାଗ, ଜିଲା କ୍ରିକେଟ ସଂଘ, ୟୁଥ୍‌ମାସ କ୍ଲବ, ସାଧାରଣ ନାଗରିକ ମଞ୍ଚ, ଜିଲା ଯାଦବ ସମାଜ, ସାମ୍ବାଦିକ ସଂଘ, ମଦର ଟେରେସା ସେବା ସଂଗଠନ, ଷ୍ଟୁଡେଣ୍ଟ ରକ୍ତଦାତା ମହାସଂଘ, ବିଭିନ୍ନ ଧନୁଯାତ୍ରା କମିଟି ପକ୍ଷରୁ ଅନେକ ଥର ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ସମ୍ମାନିତ ହୋଇଛନ୍ତି। ୨୦୦୧ରୁ ସେ ଇଣ୍ଡିଆନ ରେଡ୍‌କ୍ରସ୍‌ ସୋସାଇଟିର ଆଜୀବନ ସଦସ୍ୟତା ଗ୍ରହଣ କରିଛନ୍ତି। ଏହାଛଡା ପ୍ରାକୃତିକ ବିପର୍ଯ୍ୟୟ ବେଳେ ବିପନ୍ନଙ୍କୁ ସହାୟତା କ୍ଷେତ୍ରରେ ତାଙ୍କର ଉଲେଖନୀୟ ଅବଦାନ ରହିଛି। ତତ୍କାଳୀନ ସୁନାବେଡା ଜଙ୍ଗଲ ଅଧିକାରୀ ସନ୍ତୋଷ ବନଛୋରଙ୍କ ଉଦ୍ୟମ କ୍ରମେ ଇକୋ କ୍ଲବ ଗଠନରେ ସେ ନିଜକୁ ସାମିଲ କରିଥିଲେ।

ବୃକ୍ଷରୋପଣ, ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ୨୦୦୪, ୨୦୦୫, ୨୦୧୮ରେ ପ୍ରକୃତିବନ୍ଧୁ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଶିକ୍ଷକ ଭାବେ ନିଜର କର୍ମମୟ ଜୀବନ ସହ ସମାଜସେବା ପ୍ରତି ପ୍ରତିବନ୍ଧତା ଆଜି ମଧ୍ୟ ଜାରି ରହିଛି। ସେ ଜଣେ ଆଦର୍ଶ ଶିକ୍ଷକ ସାଙ୍ଗକୁ ଉତ୍ତମ ରକ୍ତଦାତା ଭାବେ ସୁନାମ ଅର୍ଜନ କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜାହାଜ ଚଳାଚଳ ପକ୍ଷରୁ ବଡ଼ ସୂଚନା: ଆଉ ୨ ଭାରତୀୟ ଏଲ୍‌ପିଜି ବୋଝେଇ ଟ୍ୟାଙ୍କର ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ ଅତିକ୍ରମ କରିବ

ନୂଆଦିଲ୍ଲୀ,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ବିଶ୍ୱର ପ୍ରମୁଖ ତୈଳ ପରିବହନ ପଥ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ଇରାନ ଅବରୋଧ କରିଥିବା ବେଳେ ଭାରତରେ ତରଳୀକୃତ ପେଟ୍ରୋଲିୟମ ଗ୍ୟାସ୍‌(ଏଲ୍‌ପିଜି)…

ଗୁଜରାଟର କମ୍ପାନୀରେ କାମ କରୁଥିଲେ ଯୋଗେନ୍ଦ୍ର, ଡ୍ୟୁଟିରୁ ଫେରିବାବେଳେ ଘଟିଲା…

ଦିଗପହଣ୍ଡି,୨୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମର ଯୋଗେନ୍ଦ୍ର ପ୍ରଧାନ(୫୫)ଙ୍କ ଗୁଜରାଟର ପାଟଣା ସହରରେ ମୃତ୍ୟୁ ଘଟିଛି। ଶନିବାର ମଧ୍ୟାହ୍ନରେ ତାଙ୍କ ମୃତଦେହ…

କେନାଲରୁ ମିଳିଲା ଯୁବକଙ୍କ ମୃତଦେହ

କଲମପୁର,୨୧ା୩ (ଗଣେଶରାମ ବାଗ)- କଲମପୁର ଥାନା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ପାତ୍ରବସା ଘାଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତକ ହେଲେ ପାତ୍ରବସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri