
ଭୁବନେଶ୍ୱର,୨୧।୧: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ ବା ନାଲ୍କୋ ପକ୍ଷରୁ ସୋମବାର ଏକ ସ୍ବତନ୍ତ୍ର ବୈଠକର ଆୟୋଜନ କରାଯାଇଥିଲା। ଏପରିକି ଭୁବନେଶ୍ୱରସ୍ଥିତ ନାଲ୍କୋ ଭବନଠାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଜି. କିଶନ ରେଡ୍ଡୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖଣି ଏବଂ କୋଇଲା ଶିଳ୍ପ ସହିତ ଜଡ଼ିତ ବିଭିନ୍ନ ସରକାରୀ ଓ ଘରୋଇ କ୍ଷେତ୍ର ଏବଂ ଶିଳ୍ପ ସଂଘର ଅଂଶୀଦାରମାନଙ୍କ ସହିତ ଏକ ପାରସ୍ପରିକ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଖଣି ମନ୍ତ୍ରଣାଳୟର ସଚିବ ଭି.ଏଲ.କାନ୍ଥା ରାଓଙ୍କ ସମେତ ବରିଷ୍ଠ ଅଧିକାରୀ ଏବଂ ନାଲ୍କୋ ଓ ଅଂଶୀଦାରମାନଙ୍କର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଜି. କିଶନ ରେଡ୍ଡୀ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି।