Posted inUncategorized

କିରାଣିଙ୍କୁ ବସ୍‌ଉଠ୍‌ କଲେ ଏଡିଏମ୍‌, କର୍ମନିୟୋଜନ ଅଧିକାରିଣୀ

ଜଗତ୍‌ସିଂହପୁର ଅଫିସ, ୧୯।୪: ଜଗତ୍‌ସିଂହପୁର ଜିଲା କର୍ମ ନିୟୋଜନ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣି ରୁଦ୍ର ନାରାୟଣ ସାମନ୍ତଙ୍କୁ କର୍ମନିୟୋଜନ କାର୍ଯ୍ୟାଳୟ ଅଧିକାରିଣୀ (ଏମ୍ପ୍ଲଏମେଣ୍ଟ ଅଫିସର) ଅର୍ପିତା ପ୍ରିୟଦର୍ଶିନୀ ଓ ଅତିରିକ୍ତ ଜିଲାପାଳ(ଏଡିଏମ୍‌) ସଚ୍ଚିଦାନନ୍ଦ ସାହୁ ବସ୍‌ଉଠ୍‌ କରିଥିବା ନେଇ ସଙ୍ଗିନ ଅଭିଯୋଗ ହୋଇଛି। କିରାଣି ସାମନ୍ତ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହୋଇଥିବା ଦର୍ଶାଇ ଜିଲାପାଳଙ୍କ ନିକଟରେ ନ୍ୟାୟ ଭିକ୍ଷା କରିଛନ୍ତି। ଏଥିସହ ରାଜସ୍ବ ଅମଲା ସଂଘ ଓ ରାଜସ୍ବ ମିଳିତ ଅମଲା ମଞ୍ଚ ଜିଲା ଶାଖାର ସହାୟତା ଲୋଡ଼ିଛନ୍ତି। ଏହି ଘଟଣାରେ ରାଜସ୍ବ ଅମଲା ସଂଘ ଜିଲାପାଳ ପାରୁଲ ପଟାୱରୀଙ୍କ ହସ୍ତକ୍ଷେପ ଲୋଡ଼ି ସାମନ୍ତଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଥିବା ସଭାପତି ବିନୋଦ କୁମାର ରଥ ସୂଚନା ଦେଇଛନ୍ତି। ସେହିପରି ରାଜସ୍ବ ମିଳିତ ଅମଲା ମଞ୍ଚ ଜିଲା ଶାଖା ପକ୍ଷରୁ ମଧ୍ୟ ବୁଧବାର ଜିଲାପାଳଙ୍କୁ ପତ୍ର ମାଧ୍ୟମରେ ହସ୍ତକ୍ଷେପ ସହ ସାମନ୍ତଙ୍କୁ ନ୍ୟାୟ ଦେବା ପାଇଁ ଅନୁରୋଧ କରାଯିବ ବୋଲି ଅଧ୍ୟକ୍ଷ ବୈଷ୍ଣବ ଚରଣ ଦାସ କହିଛନ୍ତି। ଏହି ପ୍ରସଙ୍ଗକୁ ନେଇ ସାରା ଜିଲାରେ ଆଲୋଚନା ଜୋର ଧରିଛି। ଅପରପକ୍ଷରେ ଏଡିଏମ୍‌ ସାହୁ କହିଛନ୍ତି ଜିଲା କର୍ମ ନିୟୋଜନ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କିରାଣି ସାମନ୍ତ ଇ-ଅଫିସ୍‌ରେ ଫାଇଲ ଠିକ୍‌ ଭାବେ କାମ କରିପାରୁ ନ ଥିବା ସମ୍ପର୍କରେ କର୍ମନିୟୋଜନ ଅଧିକାରିଣୀ ପ୍ରିୟଦର୍ଶିନୀ ଅଭିଯୋଗ କରିଥିଲେ। ଜଣେ ଡିଲିଂ ଆସିଷ୍ଟାଣ୍ଟ ଭାବେ ୫ ବର୍ଷ କାମ କଲା ପରେ କିଛି ଜାଣି ନ ପାରିବା ଘଟଣାରେ ସେ ଅସନ୍ତୋଷ ପ୍ରକାଶ କରିବା ସହ ତାଗିଦା କରିଥିବା କହିଛନ୍ତି। ସେହିପରି କର୍ମ ନିୟୋଜନ ଅଧିକାରିଣୀ ପ୍ରିୟଦର୍ଶିନୀ ମଧ୍ୟ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BCCI ଆଗରେ ଏମିତି ଡିମାଣ୍ଡ ରଖିଲେ ଅଜିତ ଅଗରକର: ହେବ କି ପୂରଣ

ନୂଆଦିଲ୍ଲୀ,୧୯।୩: ଟି୨୦ ବିଶ୍ୱକପରେ ଭାରତର ବିଜୟ ପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବିସିସିଆଇ ସାମ୍ନାରେ ଏକ ଡିମାଣ୍ଡ ରଖିଛନ୍ତି। ଅଗରକର ୨୦୨୭ ଏକଦିବସୀୟ ବିଶ୍ୱକପ ପର୍ଯ୍ୟନ୍ତ…

କାରଣ କହି ଭାଜପା ଛାଡିଲେ ଜୀବନ ପ୍ରଦୀପ ଦାଶ

ଭୁବନେଶ୍ୱର,୧୩।୧୧: ଭାଜପା ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ଭାଜପାରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରେସମିଟ୍‌ କରି…

ରସୁଲଗଡ଼ରେ ଚାଞ୍ଚଲ୍ୟ: ୟୁଟ୍ୟୁବ ବ୍ଲଗରଙ୍କୁ ଜିଜିପି କଲୋନୀରେ ହତ୍ୟା 

ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ…

୫ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଟପିଲା

ଭୁବନେଶ୍ୱର, ୨୨।୨ (ବନ୍ଦନା ସେଠୀ) : ରାଜ୍ୟରେ ଦିନ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ…

ବିଷାକ୍ତ ଶିଳ୍ପର ଯାତ୍ରା

ମାନବ ସଭ୍ୟତାର ସବୁଠାରୁ ବଡ଼ ଦୁଃଖଦ ଘଟଣା ମଧ୍ୟରୁ ଗୋଟିଏ ହେଉଛି, ଯେତେବେଳେ ଶିଳ୍ପ ଏବଂ ଲାଭ ପାଇଁ ଭୋକ ବୃଦ୍ଧି ପାଇଛି, ସେତେବେଳେ ପ୍ରଥମେ ମାନବ…

ବିଜେଡି କାହାକୁ କରିବ ରାଜ୍ୟ ସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା

ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ…

ଭାରତ-ପାକିସ୍ତାନ ମହାମୁକାବିଲାକୁ ନେଇ ଆସିଲା ବଡ଼ ଅପଡେଟ୍‌: ୨୪ ଘଣ୍ଟା ଭିତରେ…

ନୂଆଦିଲ୍ଲୀ,୯।୨: ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି। କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲାକୁ ନେଇ ଏବେ ବି ଅନିଶ୍ଚିତତା ରହିଛି। ପରିସ୍ଥିତି ସ୍ପଷ୍ଟ କରିବା ପାଇଁ…

ସାମ୍ନାକୁ ଆସିଲା ସୁଇସାଇଡ ନୋଟ: ଆତ୍ମହତ୍ୟା କରିବା ପୂର୍ବରୁ ବାପାଙ୍କୁ ଏମିତି କଥା ଲେଖିଥିଲେ ୩ ଭଉଣୀ

ଗାଜିଆବାଦ,୪।୨: ଉତ୍ତର ପ୍ରଦେଶର ଗାଜିଆବାଦର ଟିଲା ମୋଡ ପୋଲିସ ଷ୍ଟେଶନ ଅଞ୍ଚଳର ଭାରତ ସିଟି ସୋସାଇଟିରେ ଏକ ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ତିନି ଭଉଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri