କିଓରୋ ପ୍ଲସ୍‌ ହେଲ୍‌ଥ ଫାସିଲିଟି

ଭୁବନେଶ୍ୱର,୧୨।୮:ରାଜ୍ୟର ଏକ ପ୍ରମୁଖ ସ୍ବାସ୍ଥ୍ୟଭିତ୍ତିକ ସଂସ୍ଥା ଆପ୍‌ନି ଫାର୍ମାସୀ ପକ୍ଷରୁ ଗୁରୁବାର ସ୍ଥାନୀୟ ଲକ୍ଷ୍ମୀସାଗରଠାରେ ‘କିଓରୋ ପ୍ଲସ୍‌ ହେଲ୍‌ଥ ଫାସିଲିଟି’ର ଶୁଭାରମ୍ଭ କରାଯାଇଛି। ପ୍ରଥମ ଷ୍ଟୋରର ବ୍ୟାପକ ସଫଳତା ପରେ ରାଖୀ ପୂର୍ଣ୍ଣିମା ଅବସରରେ ସଂସ୍ଥାର ୨ୟ ଷ୍ଟୋରର ଶୁଭାରମ୍ଭ ହୋଇଯାଇଛି। ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଏମ୍‌ସିର ୪୩ ନମ୍ବର ୱାର୍ଡ କର୍ପୋରେଟର ଭରତ କୁମାର ଲେଙ୍କା, କିଓରୋ ପ୍ଲସ୍‌ (ଆପ୍‌ନି ଫାର୍ମାସୀ) ର ପ୍ରତିଷ୍ଠାତା ମଣିଶଙ୍କର ପଣ୍ଡା ଏବଂ ସହ ପ୍ରତିଷ୍ଠାତା ବିଜନ ଜେନାଙ୍କ ସମେତ କିଓରୋ ପ୍ଲସ୍‌ର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ବିଶେଷକରି ଏଠାରେ ସବୁ ବର୍ଗର ଔଷଧ ଉପରେ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର ସାଙ୍ଗକୁ ରୋଗୀଙ୍କୁ ଆବଶ୍ୟକ ଡାକ୍ତରୀ ପରାମର୍ଶ ଏବଂ ମେଡିକାଲ ସାମଗ୍ରୀର ହୋମ୍‌ ଡେଲିଭରିର ସୁବିଧା ମଧ୍ୟ ପ୍ରଦାନ କରାଯାଉଛି। ସେହିଭଳି ମେଡିକାଲ ସମ୍ବନ୍ଧୀୟ ଅନେକ ପ୍ରକାର ସୁବିଧା ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି। ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ସହରରେ ଏହାର ଷ୍ଟୋର ଖୋଲିବ ବୋଲି ମଣିଶଙ୍କର ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

‘ମୋ ମୁଣ୍ଡ କାଟିଦେଲେ ବି ଭାଜପାକୁ ଯିବିନି…’, ଟିଏମସି କନ୍ଦଳ ଭିତରେ ଗର୍ଜିଲେ ମହୁଆ, କରିଦେଲେ ବଡ଼ ଖୁଲାସା

କୋଲକାତା,୮।୭: ପଶ୍ଚିମବଙ୍ଗରେ ଗତ ୧୫ ବର୍ଷ ଧରି କ୍ଷମତାରେ ଥିବା ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (TMC) ବର୍ତ୍ତମାନ ଏକ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଛି।…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ରାଗିଗଲେ ଦିଦି! ନିଜ ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରିଲେ ମମତା ବାନାର୍ଜୀ, ଭିଡିଓ ଭାଇରାଲ୍

କୋଲକାତା,୮।୭: କୋଲକାତାରେ ଏକ ଦଳୀୟ ପ୍ରତିବାଦ ସମୟରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଜଣେ ତୃଣମୂଳ କଂଗ୍ରେସ (ଟିଏମସି) କର୍ମୀଙ୍କୁ ଚାପୁଡ଼ା ମାରିଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri