ପୂର୍ବ ଶତ୍ରୁତାରୁ ହତ୍ୟା କରିଥିଲେ କିନ୍ନର

ମଙ୍ଗୁଳି-ଜଗତପୁର,୧୯।୨(ଡି.ଏନ୍‌.ଏ.): କଟକ ଜିଲା ଜଗତପୁର ଥାନା ଅଧୀନ ଟ୍ରକ୍‌ ଟର୍ମିନାଲ ନିକଟ ଏକ ପରିତ୍ୟକ୍ତ ଘରୁ ଗତ ୭ ତାରିଖ ରାତିରେ ଜଣେ ମହିଳାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ପୋଲିସ ଜବତ କରିଥିଲା। ଏ ନେଇ ପରିବାର ପକ୍ଷରୁ କେହି ଦୁର୍ବୃତ୍ତ ବଳାତ୍କାର କରି ହତ୍ୟାକରିଛି ବୋଲି ଥାନାରେ ଅଭିଯୋଗ ହୋଇଥିଲା। ତେବେ ପୋଲିସ ଏକ ମାମଲା (ନଂ.୬୭/୨୩)ରୁଜୁକରି ତଦନ୍ତ ଚଳାଇଥିବା ବେଳେ ଶନିବାର ଏହାର ପର୍ଦ୍ଦାଫାଶ କରିଛି। ଉକ୍ତ ଘଟଣାରେ ସମ୍ପୃକ୍ତ ଜଣେ କିନ୍ନରଙ୍କୁ ପୋଲିସ ଶନିବାର ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଚୌଦ୍ୱାର ଥାନା ଅଧୀନ ଓଟିଏମ୍‌ ଦୁର୍ଗାବଜ଼ାର ମୁଣ୍ଡାସାହିର ସୁମନ୍ତ ଜେନା ଓରଫ୍‌ ପ୍ରିୟା। ତେବେ କିନ୍ନର ସୁମନ୍ତ ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ହତ୍ୟା କରିଥିବା ନେଇ ସ୍ବୀକାର କରିଛି ବୋଲି ଏକ ଖବରଦାତା ସମ୍ମିଳନୀରେ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ପ୍ରିୟାଙ୍କର ଦୀର୍ଘଦିନ ଧରି ମୃତା ମହିଳାଙ୍କ ସହ ବ୍ୟକ୍ତିଗତ କାରଣକୁ ନେଇ ଶତ୍ରୁତା ଲାଗିରହିଥିଲା। ଅନେକ ସମୟରେ ସେମାନଙ୍କ ମଧ୍ୟରେ ଝଗଡ଼ା ଲାଗିବା ସହ ମାର୍‌ପିଟ ହୋଇଛି। ହେଲେ ଘଟଣା ଦିନ ମଧ୍ୟରାତିରେ ଦୁହେଁ ଟ୍ରକ୍‌ ଟର୍ମିନାଲ ନିକଟରେ ଦେଖାହୋଇଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପାଟିତୁଣ୍ଡ ହୋଇଥିଲା। ଏପରି କି ମହିଳା ଜଣଙ୍କ ପ୍ରିୟାଙ୍କୁ ମାର୍‌ପିଟ କରିଥିଲା। ଫଳରେ ପ୍ରିୟା ରାଗି ଯାଇ ମହିଳାଙ୍କ ଶରୀରରେ ନଖରେ ଅନେକ ଜାଗାରେ ଆଘାତ କରିବା ସହିତ ତାଙ୍କ ପିନ୍ଧା ଲୁଗାରେ ତଣ୍ଟି ଚିପି ହତ୍ୟା କରିଥିଲା। ପରଦିନ ମହିଳାଙ୍କ ମୃତଦେହ ପଡ଼ିଥିବା ଖବରପାଇ ପୋଲିସ ପହଞ୍ଚତ୍ ଜବତ କରିଥିଲା। ପରେ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ପୋଲିସ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ଏପରି କି ତଦନ୍ତ ସମୟରେ ମଧ୍ୟ ଘଟଣାସ୍ଥଳରେ ପ୍ରିୟା ବାରମ୍ବାର ବୁଲୁଥିବା ପୋଲିସ ଦେଖିଥିଲା। ତେବେ ସନ୍ଦେହ ହେବାରୁ ଗତ ୧୬ ତାରିଖରେ ପ୍ରିୟାଙ୍କୁ ଜଗତପୁର ପୋଲିସ ଚୌଦ୍ୱାର ଅଞ୍ଚଳରୁ ଉଠାଇ ଆଣିଥିଲା। ଥାନାରେ ପଚରାଉଚରା ପରେ ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ହତ୍ୟା କରିଥିବା ନେଇ ପ୍ରିୟା ମାନିଥିଲେ। ଏହାପରେ ପ୍ରିୟା ସେଦିନ ରାତିରେ ପିନ୍ଧିଥିବା ଲୁଗାକୁ ପୋଲିସ ଜବତ କରିବା ସହ ଲୁଗାରେ ରକ୍ତର ଚିହ୍ନ ଥିବା ଦେଖିବାକୁ ପାଇଛି। ଲୁଗା ସହ ସେଦିନ ପିନ୍ଧିଥିବା ସମସ୍ତ ବସ୍ତ୍ର ଓ ଚପଲକୁ ପରୀକ୍ଷା କରିବାକୁ ଫୋରେନ୍‌ସିକ ଲ୍ୟାବ୍‌କୁ ପଠାଯାଇଛି। ଏହି ତଥ୍ୟକୁ ଆଧାର କରି ପ୍ରିୟାଙ୍କ ବିରୋଧରେ ୩୦୨ରେ ମକଦ୍ଦମା ରୁଜୁ କରିଛି। ପ୍ରିୟା ନାମରେ ପୂର୍ବରୁ ବହୁ ଚୋରି ଏବଂ ଆପରାଧିକ ମାମଲା ରହିଛି ବୋଲି ସମ୍ମିଳନୀରେ ଡିସିପି ମିଶ୍ର କହିଛନ୍ତି। ସମ୍ମିଳନୀରେ ଜୋନ୍‌ ୧ ଏସିପି ଅରୁଣ କୁମାର ସ୍ବାଇଁ ଏବଂ ଜଗତପୁର ଥାନା ଆଇଆଇସି ରବୀନ୍ଦ୍ର ନାଥ ମେହେର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri