ପୂର୍ବ ଶତ୍ରୁତାରୁ ହତ୍ୟା କରିଥିଲେ କିନ୍ନର

ମଙ୍ଗୁଳି-ଜଗତପୁର,୧୯।୨(ଡି.ଏନ୍‌.ଏ.): କଟକ ଜିଲା ଜଗତପୁର ଥାନା ଅଧୀନ ଟ୍ରକ୍‌ ଟର୍ମିନାଲ ନିକଟ ଏକ ପରିତ୍ୟକ୍ତ ଘରୁ ଗତ ୭ ତାରିଖ ରାତିରେ ଜଣେ ମହିଳାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ପୋଲିସ ଜବତ କରିଥିଲା। ଏ ନେଇ ପରିବାର ପକ୍ଷରୁ କେହି ଦୁର୍ବୃତ୍ତ ବଳାତ୍କାର କରି ହତ୍ୟାକରିଛି ବୋଲି ଥାନାରେ ଅଭିଯୋଗ ହୋଇଥିଲା। ତେବେ ପୋଲିସ ଏକ ମାମଲା (ନଂ.୬୭/୨୩)ରୁଜୁକରି ତଦନ୍ତ ଚଳାଇଥିବା ବେଳେ ଶନିବାର ଏହାର ପର୍ଦ୍ଦାଫାଶ କରିଛି। ଉକ୍ତ ଘଟଣାରେ ସମ୍ପୃକ୍ତ ଜଣେ କିନ୍ନରଙ୍କୁ ପୋଲିସ ଶନିବାର ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଚୌଦ୍ୱାର ଥାନା ଅଧୀନ ଓଟିଏମ୍‌ ଦୁର୍ଗାବଜ଼ାର ମୁଣ୍ଡାସାହିର ସୁମନ୍ତ ଜେନା ଓରଫ୍‌ ପ୍ରିୟା। ତେବେ କିନ୍ନର ସୁମନ୍ତ ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ହତ୍ୟା କରିଥିବା ନେଇ ସ୍ବୀକାର କରିଛି ବୋଲି ଏକ ଖବରଦାତା ସମ୍ମିଳନୀରେ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ପ୍ରିୟାଙ୍କର ଦୀର୍ଘଦିନ ଧରି ମୃତା ମହିଳାଙ୍କ ସହ ବ୍ୟକ୍ତିଗତ କାରଣକୁ ନେଇ ଶତ୍ରୁତା ଲାଗିରହିଥିଲା। ଅନେକ ସମୟରେ ସେମାନଙ୍କ ମଧ୍ୟରେ ଝଗଡ଼ା ଲାଗିବା ସହ ମାର୍‌ପିଟ ହୋଇଛି। ହେଲେ ଘଟଣା ଦିନ ମଧ୍ୟରାତିରେ ଦୁହେଁ ଟ୍ରକ୍‌ ଟର୍ମିନାଲ ନିକଟରେ ଦେଖାହୋଇଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପାଟିତୁଣ୍ଡ ହୋଇଥିଲା। ଏପରି କି ମହିଳା ଜଣଙ୍କ ପ୍ରିୟାଙ୍କୁ ମାର୍‌ପିଟ କରିଥିଲା। ଫଳରେ ପ୍ରିୟା ରାଗି ଯାଇ ମହିଳାଙ୍କ ଶରୀରରେ ନଖରେ ଅନେକ ଜାଗାରେ ଆଘାତ କରିବା ସହିତ ତାଙ୍କ ପିନ୍ଧା ଲୁଗାରେ ତଣ୍ଟି ଚିପି ହତ୍ୟା କରିଥିଲା। ପରଦିନ ମହିଳାଙ୍କ ମୃତଦେହ ପଡ଼ିଥିବା ଖବରପାଇ ପୋଲିସ ପହଞ୍ଚତ୍ ଜବତ କରିଥିଲା। ପରେ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ପୋଲିସ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ଏପରି କି ତଦନ୍ତ ସମୟରେ ମଧ୍ୟ ଘଟଣାସ୍ଥଳରେ ପ୍ରିୟା ବାରମ୍ବାର ବୁଲୁଥିବା ପୋଲିସ ଦେଖିଥିଲା। ତେବେ ସନ୍ଦେହ ହେବାରୁ ଗତ ୧୬ ତାରିଖରେ ପ୍ରିୟାଙ୍କୁ ଜଗତପୁର ପୋଲିସ ଚୌଦ୍ୱାର ଅଞ୍ଚଳରୁ ଉଠାଇ ଆଣିଥିଲା। ଥାନାରେ ପଚରାଉଚରା ପରେ ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ହତ୍ୟା କରିଥିବା ନେଇ ପ୍ରିୟା ମାନିଥିଲେ। ଏହାପରେ ପ୍ରିୟା ସେଦିନ ରାତିରେ ପିନ୍ଧିଥିବା ଲୁଗାକୁ ପୋଲିସ ଜବତ କରିବା ସହ ଲୁଗାରେ ରକ୍ତର ଚିହ୍ନ ଥିବା ଦେଖିବାକୁ ପାଇଛି। ଲୁଗା ସହ ସେଦିନ ପିନ୍ଧିଥିବା ସମସ୍ତ ବସ୍ତ୍ର ଓ ଚପଲକୁ ପରୀକ୍ଷା କରିବାକୁ ଫୋରେନ୍‌ସିକ ଲ୍ୟାବ୍‌କୁ ପଠାଯାଇଛି। ଏହି ତଥ୍ୟକୁ ଆଧାର କରି ପ୍ରିୟାଙ୍କ ବିରୋଧରେ ୩୦୨ରେ ମକଦ୍ଦମା ରୁଜୁ କରିଛି। ପ୍ରିୟା ନାମରେ ପୂର୍ବରୁ ବହୁ ଚୋରି ଏବଂ ଆପରାଧିକ ମାମଲା ରହିଛି ବୋଲି ସମ୍ମିଳନୀରେ ଡିସିପି ମିଶ୍ର କହିଛନ୍ତି। ସମ୍ମିଳନୀରେ ଜୋନ୍‌ ୧ ଏସିପି ଅରୁଣ କୁମାର ସ୍ବାଇଁ ଏବଂ ଜଗତପୁର ଥାନା ଆଇଆଇସି ରବୀନ୍ଦ୍ର ନାଥ ମେହେର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri