୮୦ ବର୍ଷ ବୟସରେ ଖଡିଆଳ ରାଜାଙ୍କ ପରଲୋକ, ସୁନ୍ଦର ନଦୀ ଘାଟରେ ଶେଷକୃତ୍ୟ ସମ୍ପନ୍ନ

ଖଡ଼ିଆଳ,୪।୧(ସୁଜିତ କୁମାର ପ୍ରଧାନ): ନୂଆପଡା ଜିଲା ଖଡିଆଳ ରାଜା ଜିତାମିତ୍ର ପ୍ରସାଦ ସିଂ ଦେଓଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଛି । ରବିବାର ସକାଳରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ବେଳେ ୧ ଟା ୩୫ ସମୟରେ ତାଙ୍କର ପରଲୋକ ହୋଇ ଯାଇଛି । ୨୯ ଅଗଷ୍ଟ ୧୯୪୬ ରେ ଜନ୍ମଗ୍ରହଣ କରିଥିବା ବେଳେ ୪ ଜାନୁଆରୀ ୨୦୨୬ (୮୦) ବର୍ଷ ବୟସରେ ପରଲୋକ ଘଟିଛି। ପ୍ରାଥମିକ ଶିକ୍ଷା Stents Start କଟକରେ ଗ୍ରହଣ କରିଥିବା ବେଳେ ଉଚ୍ଚ ଶିକ୍ଷା ରେଭେନ୍ସା କଲେଜ କଟକରେ କରିଥିଲେ । ସ୍ବର୍ଗତ ରାଜା ଅନୁପ ସିଂ ଦେଓଙ୍କ ମୃତ୍ୟୁ ପରେ ୨୦୦୪ ମସିହାରେ ଖଡ଼ିଆଳ ରାଜା ଭାବରେ ଜିତାମିତ୍ର ସିଂ ଦେଓଙ୍କ ରାଜ୍ୟାଭିଷେକ ହୋଇଥିଲା।

ସ୍ବର୍ଗତ ରାଜା ଜିତାମିତ୍ର ସିଂ ଦେଓ ଦୁଇଟି ଡକ୍ଟରେଟ୍ ପାଇଥିବା ବେଳେ ସମ୍ବଲପୁର ବିଶ୍ବ ବିଦ୍ୟାଳୟ ଓ ସଂସ୍କୃତ ବିଶ୍ବ ବିଦ୍ୟାଳୟ ତିରୁପତିରୁ ସମ୍ମାନ ଜନକ ଡକ୍ଟରେଟ୍ ପାଇଛନ୍ତି । ତାଙ୍କ ଦ୍ବାରା ୧୯ ଖଣ୍ଡ ଇତିହାସ ଏବଂ ପତ୍ନତାତ୍ୱିକ ବିଷୟ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲିଖିତ ବିଭିନ୍ନ ପୁସ୍ତକ ଭାରତ ତଥା ବିଦେଶର ଅନେକ ବିଶ୍ବ ବିଦ୍ୟାଳୟର ପାଠ୍ୟ ପୁସ୍ତକ ଭାବରେ ବ୍ୟବହାର ହୋଇଅଛି । ସେ ଜଣେ ପ୍ରତିଷ୍ଠିତ ଗବେଶକ ରୂପେ ପରିଚିତ ଥିଲେ । ନୂଆପଡ଼ା ଜିଲ୍ଲାର ଅନେକ ଐତିହାସିକ ସ୍ଥଳୀର ଉଦଦ୍ଭାବନ କରିଛନ୍ତି । ପ୍ରି ସିଟରି ଶିଳାଲିପି ଯୋଗିମଠ, ତାଙ୍କ ଲିଖିତ ଦକ୍ଷିଣ କୋଶଳ, ଜଗନ୍ନାଥ ସଂସ୍କୃତି, ଅପର ମହାନଦୀରୁ ନିମ୍ନ ମହାନଦୀ, ଘଟଘୁମର ରକ୍ ଆର୍ଟ, ସର୍ବପୁରିଆ ପାଣ୍ଡୁ, ବଂଶୀ, ସ୍ୱର୍ଣ୍ଣ ମୁଦ୍ରା, କପର ପ୍ଲେଟ, କଳଚର୍ ସାଉତ୍ କୋଶଳ, ଆରଜିନିଟି ଅଫ୍ ଜଗନ୍ନାଥ ଡେଇଟି, ତାନ୍ତ୍ରିକ ଆର୍ଟ ଅଫ ଓଡ଼ିଶା, ଚେରେକ୍ଟ୍ର ଆସାସିନେଶନ ଅଫ୍ ଆଧୁନିକ ଇତିହାସ ଓଡ଼ିଶା ମୁଖ୍ୟ ପୁସ୍ତକ ଭାବରେ ପରିଚୟ ପାଇଛି ।

ତାଙ୍କ ଦୁଇ ପୁଅ ଯୁବରାଜ ଦେବ ଦେବ ପ୍ରସାଦ ସିଂ ଦେଓ, ରାଜକୁମାର ଆମ୍ବରିଷ ସିଂ ଦେଓ ଏବଂ ଗୋଟିଏ ଝିଅ ରାଜକୁମାରୀ ଶ୍ରୀକଳା ଦେବୀ ଅଛନ୍ତି । ରାଣୀ ରାଜଶ୍ରୀ ଦେବୀ ଅନ୍ତିମ ସମୟରେ ଉପସ୍ଥିତ ଥିଲେ। ସୋମବାର ଯୁବରାଜ୍ ଦେବ ଦେବ ସିଂ ଦେଓଙ୍କ ରାଜ୍ୟାଭିିଷେକ ହେବା ପରେ ଜିତାମିତ୍ର ପ୍ରସାଦ ସିଂ ଦେଓଙ୍କ ଶେଷକୃତ୍ୟ ନେହେନା ଗ୍ରାମଠାରେ ସୁନ୍ଦର ନଦୀ ଘାଟ ଅନୁଷ୍ଠିତ ହେବ। ସହର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଅନ୍ତିମ ଦର୍ଶନ କରୁଥିବା ଜାରି ରହିଛି ।

 

Dharitri – Odisha’s No.1 Odia Daily