ପୃଥିବୀର ୫୦ ଶ୍ରେଷ୍ଠ ଅଭିନେତାଙ୍କ ତାଲିକାରେ କିଙ୍ଗ ଖାନ…

ମୁମ୍ବାଇ,୨୦।୧୨ : ପଠାନ ବିବାଦ ମଧ୍ୟରେ ବଲିଉଡ ଅଭିନେତା ତଥା କିଙ୍ଗ ଖାନ ଶାହରୁଖ ଖାନଙ୍କ ନାମରେ ଆଉ ଏକ ଟାଇଟଲ ପଞ୍ଜିକୃତ ହୋଇଛି। ଇମ୍ପାୟର ମାଗାଜିନ ଦ୍ୱାରା ଶାହାରୁଖ ଖାନ ପୃଥିବୀର ୫୦ ଜଣ ଶ୍ରେଷ୍ଠ ଅଭିନେତା ତାଲିକାରେ ସ୍ଥାନ ପାଇଛନ୍ତି। କେବଳ ଏତିକି ନୁହେଁ, ଏହି ତାଲିକାରେ ଶାହରୁଖ ଖାନ ହେଉଛନ୍ତି ଏକମାତ୍ର ଭାରତୀୟ ଫିଲ୍ମ ଅଭିନେତା। ଏହି ପତ୍ରିକା କିଙ୍ଗ ଖାନଙ୍କ ପ୍ରଶଂସା କରିଛି ।

ଇମ୍ପାୟର ମାଗାଜିନ ପାଠକମାନଙ୍କୁ ଏହାର ଫେବୃଆରୀ ୨୦୨୩ ସଂଖ୍ୟା ପାଇଁ ସବୁ ସମୟର ଶ୍ରେଷ୍ଠ ଅଭିନେତାମାନଙ୍କୁ ଭୋଟ ଦେବାକୁ କହିଥିଲା ଏବଂ ବର୍ତ୍ତମାନ ଏହାର ତାଲିକା ପ୍ରକାଶ କରିଛି । ହଲିଉଡ ତାରକା ଟମ ହ୍ୟାଙ୍କ, ମାର୍ଲନ ବ୍ରାଣ୍ଡୋ, ରୋବର୍ଟ ଡି ନିରୋ, ଡେନଜେଲ ୱାଶିଂଟନଙ୍କ ପରି ଅନେକ ଭେଟେରାନ ଅଭିନେତା ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଏଥି ସହିତ ଅଭିନେତା ଶାହରୁଖ ଖାନ ମଧ୍ୟ ଭାରତୀୟ ସିନେମାରୁ ସ୍ଥାନ ପାଇଛନ୍ତି।

ଏହି ପତ୍ରିକା ଶାହରୁଖଙ୍କ ଛବି ପୋଷ୍ଟ କରି ଲେଖିଛି, ମିସ ମାର୍ଭେଲଙ୍କ ପ୍ରିୟ ଚଳଚ୍ଚିତ୍ର ତାରକା ଶାହରୁଖ ଖାନଙ୍କର ପ୍ରାୟ ଚାରି ଦଶନ୍ଧି ଧରି ହିଟ କ୍ୟାରିୟର ରହିଛି। ତାଙ୍କର ସମଗ୍ର ବିଶ୍ୱରେ କୋଟି କୋଟି ପ୍ରଶଂସକ ଅଛନ୍ତି। ତାଙ୍କର ଚମତ୍କାର ଶୈଳୀ କରିସ୍ମା କାରଣରୁ ସେ ଏହା କରିପାରିଛନ୍ତି। ପ୍ରାୟ ସମସ୍ତ କ୍ଷେତ୍ରରେ ସେ ସଫଳ ରହିଛନ୍ତି। ଏପରି କିଛି ନାହିଁ ଯାହା ସେ କିଛି କରି ପାରି ନାହାନ୍ତି।

ଏହି ପତ୍ରିକାଟି ତାଙ୍କ ସୁପରହିଟ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଶାହାରୁଖଙ୍କ ଶକ୍ତିଶାଳୀ ଚରିତ୍ରମାନଙ୍କୁ ମଧ୍ୟ ମନୋନୀତ କରିଛି। ଏଥିରେ ଦେବଦାସ (ଦେବଦାସ ମୁଖାର୍ଜୀ), କୁଛ କୁଛ ହୋତା ହୈ (ରାହୁଲ) ଏବଂ ସ୍ବଦେଶ (ମୋହନ ଭାର୍ଗବ) ଭଳି ଭୂମିକା ଅନ୍ତର୍ଭୁକ୍ତ ।

ସୂଚନାଯୋଗ୍ୟ, ଶାହରୁଖ ଖାନ ୧୯୯୨ମସିହାରେ ଫିଲ୍ମ ଦିୱାନାରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ସେ ଡର୍‌, ବାଜିଗର’ଏବଂ ଅଞ୍ଜାମରେ ନକାରାତ୍ମକ ଭୂମିକାରେ ଅଭିନୟ କରି ବେଶ୍‌ ସଫଳ ରହିଥିଲେ। କିନ୍ତୁ ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେ ତାଙ୍କୁ କିଙ୍ଗ ଅଫ ରୋମାନ୍ସ ଭାବରେ ପ୍ରତିଷ୍ଠିତ କରିଥିଲା। ସେ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଦଶନ୍ଧି ଧରି ହିନ୍ଦୀ ସିନେମାରେ କାମ କରିଛନ୍ତି ଏବଂ ଏପର୍ଯ୍ୟନ୍ତ ୧୦୦ ରୁ ଅଧିକ ଚଳଚ୍ଚିତ୍ରରେ କାମ କରି ସାରିଛନ୍ତି। ବର୍ତ୍ତମାନ ଶାହରୁଖ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ପଠାନ ନେି ଚର୍ଚ୍ଚାରେ ଅଛନ୍ତି। ଏହା ଆସନ୍ତା ୨୦୨୩ ବର୍ଷ ଜାନୁୟାରୀ ୨୫ ରେ ରିଲିଜ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ବାଇକ୍‌ ଚାଳକ ସାବଧାନ, ଏବେ ହେଲମେଟ୍‌ ପିନ୍ଧିଲେ ବି କଟିବ ୨ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୩୦।୧୨: ହେଲମେଟ ପିନ୍ଧିଲେ ମଧ୍ୟ କଟିପାରେ ୨୦୦୦ ଟଙ୍କା ଚାଲାଣ। (ମୋଟରସାଇକିଲ ଓ ସ୍କୁଟର) ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ହେଲମେଟ ନ ପିନ୍ଧିବା...

ରେଲେଓ଼୍ବର ବଡ଼ ଘୋଷଣା, ଟ୍ରେନରେ ମିଳିବ…

ନୂଆଦିଲ୍ଲୀ,୩୦।୧୨: କୁହୁଡ଼ି ଯୋଗୁଁ ଉତ୍ତର ଭାରତରେ ପ୍ରତିଦିନ ଅନେକ ଟ୍ରେନ ବିଳମ୍ୱ ହୁଏ। କମ କିମ୍ୱା ଶୂନ୍ୟ ଦୃଶ୍ୟମାନତା ଟ୍ରେନ ଗତିକୁ ବହୁ ପରିମାଣରେ ହ୍ରାସ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri