ଲଟାବୁଦାରେ ପୁରିଲାଣି ଶିଶୁ ଉଦ୍ୟାନ

ବ୍ରହ୍ମପୁର,୨ା୧୧(ସ୍ମୃତି ରଞ୍ଜନ ମହାଲିକ): ସହରର ୪୨ନଂ ୱାର୍ଡ ଅନ୍ତର୍ଗତ ଶରଧାବାଲି ନିକଟରେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଇଡିଏ)ର ଥିବା ଶିଶୁ ଉଦ୍ୟାନ ଉଜୁଡ଼ିଯାଇଛି। ରକ୍ଷଣାବେକ୍ଷଣ ଅଭାବ ତଥା ବିଇଡିଏ ଅବହେଳାରୁ ପ୍ରାୟ ୬ ଲକ୍ଷ ଟଙ୍କା ପାଣିରେ ପଡ଼ିଛି।
ବିଇଡିଏର ଖାଲି ପଡିଥିବା ସ୍ଥାନଗୁଡିକର ଉନ୍ନତୀକରଣ ନିମନ୍ତେ ବିଇଡିଏ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଖାଲି ପଡିଥିବା ସ୍ଥାନଗୁଡିକରେ ଶିଶୁ ଉଦ୍ୟାନ ନିର୍ମାଣ କରାଯାଇଛି। ଏହା ବରିଷ୍ଠ ନାଗରିକଙ୍କ ଚିତ୍ତ ବିନୋଦନରେ ସହାୟକ ହେଉଥିବା ବେଳେ ଛୋଟ ଶିଶୁମାନେ ମଧ୍ୟ ବିଭିନ୍ନ କ୍ରୀଡା ଉପକରଣଗୁଡିକୁ ବ୍ୟବହାର କରି ଖୁସି ହେଉଛନ୍ତି। ଏଭଳି ବିଇଡିଏ ପକ୍ଷରୁ ସହରରେ ପ୍ରାୟ ୧୦୦ଟି ଶିଶୁ ଉଦ୍ୟାନ ରହିଛି। ଏଗୁଡିକରେ ପାଚେରୀ, ଚଲାପଥ ଓ କ୍ରୀଡା ଉପକରଣ ରହିଛି। ସହରରେ କେତେକ ସାହିରେ ଏଭଳି ଉଦ୍ୟାନ ରହିଥିବା କାରଣରୁ ଜନସାଧାରଣ ପ୍ରାତଃଭ୍ରମଣ କରୁଛନ୍ତି। କିନ୍ତୁ ଉଦ୍ୟାନଗୁଡିକର ଠିକ ରକ୍ଷଣାବେକ୍ଷଣ କରାଯାଉ ନ ଥିବା ଦେଖାଯାଉଛି। ଯାହାଫଳରେ ସେଗୁଡିକ ଲଟା ବୁଦାରେ ପରିପୂର୍ଣ୍ଣ ହୋଇ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ଶରଧାବାଲି ଶିଶୁ ଉଦ୍ୟାନ ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛି। ବିଇଡିଏ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, ଏହି ଉଦ୍ୟାନଟି ୨୦୨୧ରେ ୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା। ଉଦ୍ୟାନ ଚତୁଃପାର୍ଶ୍ୱରେ ପାଚେରୀ ନିର୍ମାଣ କରାଯାଇଛି। ଉଦ୍ୟାନ ପରିସରରେ ବସିିବା ନିମନ୍ତେ ଚେୟାର, ପେଭର ବ୍ଳକ ଚଲାପଥ, ବସିବା ପାଇଁ ଚେୟାର ଓ ଷ୍ଟ୍ରିଟ ଲାଇଟ ମଧ୍ୟ ରହିଛି। ନିର୍ମାଣ ପରେ ଉଦ୍ୟାନକୁ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକଙ୍କଠାରୁ ଆରମ୍ଭ କରି ଛୋଟ ଶିଶୁମାନେ ପୂର୍ବାହ୍ନ ଓ ସନ୍ଧ୍ୟା ସମୟରେ ଆସୁଥିଲେ। ତଦନୁଯାୟୀ ଉଦ୍ୟାନର ସଫେଇ ନିମନ୍ତେ ଶରଧାବାଲି ହାଉସିଂ କଂପ୍ଲେକ୍ସ ଓନର୍ସ ଉନ୍ନୟନ କମିଟି ଦାୟିତ୍ୱ ନେଇଥିଲେ। କମିଟି ପକ୍ଷରୁ କିଛି ଦିନ ଉଦ୍ୟାନର ସଫେଇ କାର୍ଯ୍ୟ କରାଗଲା। କିନ୍ତୁ କମିଟି ପକ୍ଷରୁ ସବୁ ସମୟରେ ସଫେଇ କାର୍ଯ୍ୟ ସମ୍ଭବପର ନ ହେବା କାରଣରୁ ଏ ବାବଦରେ ବିଇଡିଏକୁ ଅବଗତ କରାଯାଇଥିଲା। କିନ୍ତୁ ବିଇଡିଏ ପକ୍ଷରୁ ଉଦ୍ୟାନର ସଫେଇ ନିମନ୍ତେ କାୈଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା କମିଟିର ସଂପାଦକ ସଚ୍ଚିଦାନନ୍ଦ ନାୟକ କହିଛନ୍ତି। ଫଳରେ ଗତ ୪ରୁ ୫ ମାସ ହେବ ଏହି ଉଦ୍ୟାନଟି ବର୍ତ୍ତମାନ ଲଟାବୁଦାରେ ପରିପୂର୍ଣ୍ଣ ହୋଇଛି। ଉଦ୍ୟାନକୁ ପ୍ରବେଶ ରାସ୍ତାଟି ଅନାବନା ଘାସରେ ଭର୍ତ୍ତି ହୋଇଛି। ଏ ନେଇ ସ୍ଥାନୀୟ ବାସିନ୍ଦାଙ୍କ ସମେତ ୱେଲଫେୟାର କମିଟି ପକ୍ଷରୁ ବାରମ୍ବାର ବିଇଡିଏ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କାୈଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ବିିଇଡିଏ ପ୍ଲାନିଂ ପ୍ରଫେସନ ଆସିଷ୍ଟାଣ୍ଟ ତଥା ଭାରପ୍ରାପ୍ତ ସେକ୍ସନ ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ବିଇଡିଏ ପକ୍ଷରୁ ପାର୍କ ନିର୍ମାଣ ପରେ ଏହାକୁ ଲୋକେ ବ୍ୟବହାର କରୁନାହାନ୍ତି। ବର୍ତ୍ତମାନ ସୁଦ୍ଧା ବିଇଡିଏର ୨୪ଟି ଶିଶୁ ଉଦ୍ୟାନକୁ ବିଇଏମସିକୁ ହସ୍ତାନ୍ତର କରାଯାଇଛି। ବିିଇଏମସି ପକ୍ଷରୁ ଉଦ୍ୟାନ ପରିସରରେ ଶାରିରୀକ ବ୍ୟାୟାମ ଉପକରଣ ସ୍ଥାପନ କରାଯିବ ବୋଲି ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

ଗୋଟିଏ ପଟେ ଯୁଦ୍ଧ, ଅନ୍ୟପଟେ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ହୋଇ ପଡିଛନ୍ତି ଟ୍ରମ୍ପଙ୍କ ପୁଅ!

ଓ୍ବାଶିଂଟନ,୫।୪: ଆମେରିକା ଏବଂ ଇରାନ ମଧ୍ୟରେ ସମ୍ଭାବ୍ୟ ସଂଘର୍ଷକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ, ଏକ ନୂତନ ବିବାଦ ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ…

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri