ଲଟାବୁଦାରେ ପୁରିଲାଣି ଶିଶୁ ଉଦ୍ୟାନ

ବ୍ରହ୍ମପୁର,୨ା୧୧(ସ୍ମୃତି ରଞ୍ଜନ ମହାଲିକ): ସହରର ୪୨ନଂ ୱାର୍ଡ ଅନ୍ତର୍ଗତ ଶରଧାବାଲି ନିକଟରେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଇଡିଏ)ର ଥିବା ଶିଶୁ ଉଦ୍ୟାନ ଉଜୁଡ଼ିଯାଇଛି। ରକ୍ଷଣାବେକ୍ଷଣ ଅଭାବ ତଥା ବିଇଡିଏ ଅବହେଳାରୁ ପ୍ରାୟ ୬ ଲକ୍ଷ ଟଙ୍କା ପାଣିରେ ପଡ଼ିଛି।
ବିଇଡିଏର ଖାଲି ପଡିଥିବା ସ୍ଥାନଗୁଡିକର ଉନ୍ନତୀକରଣ ନିମନ୍ତେ ବିଇଡିଏ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଖାଲି ପଡିଥିବା ସ୍ଥାନଗୁଡିକରେ ଶିଶୁ ଉଦ୍ୟାନ ନିର୍ମାଣ କରାଯାଇଛି। ଏହା ବରିଷ୍ଠ ନାଗରିକଙ୍କ ଚିତ୍ତ ବିନୋଦନରେ ସହାୟକ ହେଉଥିବା ବେଳେ ଛୋଟ ଶିଶୁମାନେ ମଧ୍ୟ ବିଭିନ୍ନ କ୍ରୀଡା ଉପକରଣଗୁଡିକୁ ବ୍ୟବହାର କରି ଖୁସି ହେଉଛନ୍ତି। ଏଭଳି ବିଇଡିଏ ପକ୍ଷରୁ ସହରରେ ପ୍ରାୟ ୧୦୦ଟି ଶିଶୁ ଉଦ୍ୟାନ ରହିଛି। ଏଗୁଡିକରେ ପାଚେରୀ, ଚଲାପଥ ଓ କ୍ରୀଡା ଉପକରଣ ରହିଛି। ସହରରେ କେତେକ ସାହିରେ ଏଭଳି ଉଦ୍ୟାନ ରହିଥିବା କାରଣରୁ ଜନସାଧାରଣ ପ୍ରାତଃଭ୍ରମଣ କରୁଛନ୍ତି। କିନ୍ତୁ ଉଦ୍ୟାନଗୁଡିକର ଠିକ ରକ୍ଷଣାବେକ୍ଷଣ କରାଯାଉ ନ ଥିବା ଦେଖାଯାଉଛି। ଯାହାଫଳରେ ସେଗୁଡିକ ଲଟା ବୁଦାରେ ପରିପୂର୍ଣ୍ଣ ହୋଇ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ଶରଧାବାଲି ଶିଶୁ ଉଦ୍ୟାନ ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛି। ବିଇଡିଏ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, ଏହି ଉଦ୍ୟାନଟି ୨୦୨୧ରେ ୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା। ଉଦ୍ୟାନ ଚତୁଃପାର୍ଶ୍ୱରେ ପାଚେରୀ ନିର୍ମାଣ କରାଯାଇଛି। ଉଦ୍ୟାନ ପରିସରରେ ବସିିବା ନିମନ୍ତେ ଚେୟାର, ପେଭର ବ୍ଳକ ଚଲାପଥ, ବସିବା ପାଇଁ ଚେୟାର ଓ ଷ୍ଟ୍ରିଟ ଲାଇଟ ମଧ୍ୟ ରହିଛି। ନିର୍ମାଣ ପରେ ଉଦ୍ୟାନକୁ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକଙ୍କଠାରୁ ଆରମ୍ଭ କରି ଛୋଟ ଶିଶୁମାନେ ପୂର୍ବାହ୍ନ ଓ ସନ୍ଧ୍ୟା ସମୟରେ ଆସୁଥିଲେ। ତଦନୁଯାୟୀ ଉଦ୍ୟାନର ସଫେଇ ନିମନ୍ତେ ଶରଧାବାଲି ହାଉସିଂ କଂପ୍ଲେକ୍ସ ଓନର୍ସ ଉନ୍ନୟନ କମିଟି ଦାୟିତ୍ୱ ନେଇଥିଲେ। କମିଟି ପକ୍ଷରୁ କିଛି ଦିନ ଉଦ୍ୟାନର ସଫେଇ କାର୍ଯ୍ୟ କରାଗଲା। କିନ୍ତୁ କମିଟି ପକ୍ଷରୁ ସବୁ ସମୟରେ ସଫେଇ କାର୍ଯ୍ୟ ସମ୍ଭବପର ନ ହେବା କାରଣରୁ ଏ ବାବଦରେ ବିଇଡିଏକୁ ଅବଗତ କରାଯାଇଥିଲା। କିନ୍ତୁ ବିଇଡିଏ ପକ୍ଷରୁ ଉଦ୍ୟାନର ସଫେଇ ନିମନ୍ତେ କାୈଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା କମିଟିର ସଂପାଦକ ସଚ୍ଚିଦାନନ୍ଦ ନାୟକ କହିଛନ୍ତି। ଫଳରେ ଗତ ୪ରୁ ୫ ମାସ ହେବ ଏହି ଉଦ୍ୟାନଟି ବର୍ତ୍ତମାନ ଲଟାବୁଦାରେ ପରିପୂର୍ଣ୍ଣ ହୋଇଛି। ଉଦ୍ୟାନକୁ ପ୍ରବେଶ ରାସ୍ତାଟି ଅନାବନା ଘାସରେ ଭର୍ତ୍ତି ହୋଇଛି। ଏ ନେଇ ସ୍ଥାନୀୟ ବାସିନ୍ଦାଙ୍କ ସମେତ ୱେଲଫେୟାର କମିଟି ପକ୍ଷରୁ ବାରମ୍ବାର ବିଇଡିଏ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କାୈଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ବିିଇଡିଏ ପ୍ଲାନିଂ ପ୍ରଫେସନ ଆସିଷ୍ଟାଣ୍ଟ ତଥା ଭାରପ୍ରାପ୍ତ ସେକ୍ସନ ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ବିଇଡିଏ ପକ୍ଷରୁ ପାର୍କ ନିର୍ମାଣ ପରେ ଏହାକୁ ଲୋକେ ବ୍ୟବହାର କରୁନାହାନ୍ତି। ବର୍ତ୍ତମାନ ସୁଦ୍ଧା ବିଇଡିଏର ୨୪ଟି ଶିଶୁ ଉଦ୍ୟାନକୁ ବିଇଏମସିକୁ ହସ୍ତାନ୍ତର କରାଯାଇଛି। ବିିଇଏମସି ପକ୍ଷରୁ ଉଦ୍ୟାନ ପରିସରରେ ଶାରିରୀକ ବ୍ୟାୟାମ ଉପକରଣ ସ୍ଥାପନ କରାଯିବ ବୋଲି ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri