ଯୁବକଙ୍କୁ ନିର୍ମମ ହତ୍ୟା: ବେକକୁ ମୋଡ଼ି ଜଙ୍ଘ ଭାଙ୍ଗିଦେଲେ

କେନ୍ଦୁଝର,୨୭ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ପଳାଶପଙ୍ଗା ବିଟ୍‌ ଅନ୍ତର୍ଗତ ହାଣ୍ତିଭଙ୍ଗା ପଞ୍ଚାୟତ ଫକୀରପୁର ଗ୍ରାମରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି। ମୃତକ ଯୁବକ ଜଣଙ୍କ ହେଲେ ଫକୀରପୁର ଗ୍ରାମର ସ୍ବର୍ଗତଃ ସିଙ୍ଗି ମୁଣ୍ତାଙ୍କ ପୁଅ ବିଜୟ ମୁଣ୍ତା(୧୬) ଓରଫ ମୁଟୁ। ପୋଲିସ ଖବର ପାଇ ମୃତଦେହ ଜବତ କରିବା ସହିତ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି।

ସୂଚନାନୁସାରେ, ବିଜୟ ଫକୀରପୁର ଗ୍ରାମର ଜଣେ ବ୍ୟକ୍ତି ଟ୍ରକ୍‌ ହେଲପର କାମ କରୁଥିଲେ। ତେବେ ସୋମବାର ବାଉଁଶୁଳିକୁ ତାଙ୍କର ମାମୁଙ୍କ ସହିତ ଯାଇଥିଲେ। ସେଠାରୁ ସେ ସ୍ଥାନୀୟ ଅଞ୍ଚଳକୁ ଏକ ଭୋଜିଭାତରେ ସାମିଲ ହୋଇଥିଲେ। ତେବେ କୌଣସି କାରଣଙ୍କୁ ନେଇ କେତେଜଣ ଦୁର୍ବୃତ୍ତ ତାଙ୍କୁ ଜଘନ୍ୟ ଭାବେ ବେକକୁ ମୋଡ଼ି ଜଙ୍ଘ ଭାଙ୍ଗି ଦେବା ସହ ମରଣନ୍ତକ ଆକ୍ରମଣ ସହ ଧାରୁଆଅସ୍ତ୍ରରେ ହାଣି ହତ୍ୟା କରି ଘର ବାରଣ୍ତାରେ ପକାଇ ଚାଲିଯାଇଥିଲେ। ଏହି ହତ୍ୟାକାଣ୍ତରେ ପୋଲିସ ଏକ ମାମଲା ରୁଜୁ କରି ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ତଦନ୍ତ ଚଳାଇଥିବା ସଦର ଥାନା ଅଧିକାରୀ ତ୍ରିନାଥ ସେଠୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥ ଅବରୋଧ କଲା ନବ ନିର୍ମାଣ କୃଷ ସଂଗଠନ

ପାଟଣା,୨୮ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲାପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ନିହ୍ନୁଆ ଛକ ନିକଟରେ ବୁଧବାର ନବ ନିର୍ମାଣ କୃଷକ…

ବଞ୍ଚାଇଦେଲେ ମହାପ୍ରଭୁ: ୩ କିମି ପୂର୍ବରୁ ଡ୍ରାଇଭରଙ୍କ ସାଙ୍ଗରେ ପାଟିତୁଣ୍ଡ କରି… 

ଆନନ୍ଦପୁର୨୮।୧(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ଉପଖଣ୍ଡ, ଛେନାପଦି  ବଉଳା ରାସ୍ତାର ବୈଦାଖିଆ  ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍‌। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ସୂଚନା ଅନୁସାରେ, ଭୂବନେଶ୍ବରରୁ …

ବାଇକ୍‌କୁ ଧକ୍କା ଦେଇ ଚାଲିଗଲା ଟ୍ରାକ୍ଟର; ଘଟଣାସ୍ଥଳରେ ଚାଲିଗଲା ବାଇକ୍‌ରେ…

ବଞ୍ଚୋ,୨୭।୧(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବାଙ୍ଖିଡ଼ି ନିକଟରେ ମଙ୍ଗଳବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଟ୍ରାକ୍ଟର ଏକ…

ମୁକ୍ତ ହେବ ବାଲ୍ୟ ବିବାହ: ବାହାରିଲା ସାଇକେଲ ଶୋଭାଯାତ୍ରା

ବଡବିଲ,୨୭।୧(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡବିଲର ବିଭିନ୍ନ ସ୍ଥାନରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଇନ ବିଭାଗର ବଡବିଲ ତାଲୁକ ଆଇନ ସେବା…

ସରଗରମ ହେବ ପଞ୍ଚାୟତ ନିର୍ବାଚନ: ଚିତ୍ତରଞ୍ଜନ,ବିକାଶଙ୍କୁ ଗୁରୁ ଦାୟିତ୍ୱ

ହାଟଡିହୀ,୨୭।୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ଚିତ୍ତରଞ୍ଜନ ପାତ୍ରଙ୍କୁ ଜିଲା କଂଗ୍ରେସ କମିଟିର ଉପସଭାପତି ଭାବେ ଦାୟିତ୍ୱ ମିଳିଛ। ସେହିପରି ସୋସୋ ଅଞ୍ଚଳର…

 ହାଇୱା ଧକ୍କାରେ ମୃତ୍ୟୁ ଘଟଣା: ୪ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ 

ହାଟଡିହୀ,୨୬।୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଷ୍ଣୁପୁର ଗ୍ରାମର ଆନନ୍ଦ ଯେନା(୫୮) ରବିବାର ହାଇୱା ଧକ୍କାରେ ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାର ବର୍ଗକୁ ମୁଖ୍ୟମନ୍ତ୍ରୀ ମୋହନ…

ଅମରେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି

ହାଟଡିହୀ,୨୬l୧(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ବିଜେଡ଼ିର ମିଡ଼ିଆ ସେଲ ସଂଯୋଜକ ଭାବେ ଦାୟିତ୍ୱ ତୁଲାଇଥିଲାବେଳେ ବିଜୁ ଛାତ୍ର ଜନତା ଦଳ ଜିଲା ସଭାପତି ଭାବେ ହାଟଡ଼ିହୀ ବ୍ଲକ କଳିଙ୍ଗା…

ମୋଦି-ମୋହନ ସରକାରଙ୍କ ଗୁଣଗାନ କଲେ ଭାଜପା କର୍ମୀ

ହାଟଡିହୀ,୨୬l୧(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ଭାଜପା କାର୍ଯ୍ୟାଳୟରେ ସଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି l ଆନନ୍ଦପୁର ବିଧାନସଭା କ୍ଷେତ୍ରର ଭାଜପା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri