ମାରି ଦେଲେ ୧ ହଜାର ବାଦୁଡ଼ି

ଖୁଣ୍ଟୁଣୀ,୧୩।୧୦(ସଚ୍ଚିଦାନନ୍ଦ ପଣ୍ଡା): ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ କପୁରସିଂଠାରେ ବନ୍ଦ ହୋଇ ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ କାରଖାନାରୁ ବାଦୁଡି ଏବଂ ଚେମେଣି ପକ୍ଷୀ ମାରିବା ଅଭିଯୋଗରେ ବନ ବିଭାଗ ୧୧ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନା ମୁତାବକ, କପୁରସିଂଠାରେ ବନ୍ଦ ହୋଇ ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ କାରଖାନା ଭିତରେ ପଶି କେତେଜଣ ଯୁବକ ବାଦୁଡି ଏବଂ ଚେମେଣି ପକ୍ଷୀ ଶିକାର କରୁଥିଲେ। ସ୍ଥାନୀୟ ଲୋକ ଏହା ଦେଖି ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀଙ୍କୁ ଖବର ଦେଲେ। ଖବର ପାଇ ବନାଞ୍ଚଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅଟୋ ସହ ୩ଟି ବସ୍ତାରେ ଶିକାର କରି ରଖାଯାଇଥିବା ପ୍ରାୟ ଏଜ ହଜାରରୁ ଊର୍ଦ୍ଧ୍ୱ ବାଦୁଡ଼ି ପକ୍ଷୀ ଜବତ କରିଥିଲେ।

ଏପରକି ଘଟଣାସ୍ଥଳରୁ ୧୧ଜଣଙ୍କୁ ଧରିବାରେ ସଫଳ ହୋଇଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଜଙ୍ଗଲ ଆଇନ ପଶୁ ପକ୍ଷୀ ଶିକାର ଅଭିଯୋଗରେ ମାମଲା ରୁଜୁ ହେବ ବୋଲି ବନାଞ୍ଚଳ ଅଧିକାରୀ ନୀଳମାଧ ସାହୁ କହିଛନ୍ତି । ଅଭିଯୁକ୍ତମାନେ ଭୁବନେଶ୍ୱର ସାଲିଆ ସାହିର ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।