ଭୁବନେଶ୍ୱର,୨୨।୨: KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରତିକ୍ରିୟା ରଖିଛନ୍ତି।
ସେ କହିଛନ୍ତି, ଯେଉଁମାନଙ୍କୁ ସମନ ହୋଇଥିଲା ସେମାନେ ହାଜର ହୋଇଛନ୍ତି। ଉଚ୍ଚସ୍ତରୀୟ କମିଟି ଶୁଣାଣି କରି ସବୁ ରେକର୍ଡ କରି ରଖିଛି। ଯାହା ନିଷ୍କର୍ସ ଆସିବ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ମଧ୍ୟରେ ୧୦ ଜଣଙ୍କୁ ଗିରଫ କରାଯାଇ ସାରିଥିବା ମନ୍ତ୍ରୀ କହିଛନ୍ତି।
ସେ ଆହୁରି କହିଛନ୍ତି, ପୋଲିସ ଇନ୍ଭେଷ୍ଟିଗେସନ, ଫୋରେନସିକ ଯାଞ୍ଚ ଚାଲିଛି। ଭାଇରାଲ ଭିଡିଓର ଭଏସ ସ୍ପେକ୍ଟ୍ରୋଗ୍ରାଫି କରାଯିବ।
ଅନ୍ୟପକ୍ଷେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, କିଟ୍ରେ ଘଟିଥିବା ଘଟଣା ଦୁର୍ଭାଗ୍ୟଜନକ। ଏହା ସାଧାରଣ ଘଟଣା ନୁହେଁ, ଏଥିପାଇଁ ଓଡ଼ିଶା ବିଶ୍ବ ଦରବାରରେ ନିନ୍ଦିତ ହୋଇଛି। ନେପାଳୀ ଛାତ୍ରଙ୍କୁ ହୀନ ଦୃଷ୍ଟିରେ ଦେଖାଯାଇଛି, ରେସିଜିମ ଚାଲିଛ। ପୂର୍ବ ସରକାରଙ୍କ ସମୟରେ ଅହେତୁକ ଅନୁକମ୍ପା ଦିଆଯାଇଥିଲା’ ବର୍ତ୍ତମାନର ସରକାର କଠୋର ଆକ୍ସନ ନେବା ଦରକାର। ଯାହା ଫଳରେ ଆଗାମୀ ଦିନରେ ଏହାର ପୁନରାବୃତ୍ତି ଯେପରି ହେବ ନାହିଁ । ସରକାର ସଂପୃକ୍ତ ୟୁନିଭର୍ସିଟିକୁ ସୋ କଜ ନୋଟିସ କରିବା ଉଚିତ୍। ଓଡ଼ିଶା ସରକାରଙ୍କ ସହ କେନ୍ଦ୍ର ଓ ୟୁଜିସି ବି ନୋଟିସ କରିବା ଉଚିତ ବୋଲି ବିଜୟ କହିଛନ୍ତି।


