KIIT University: ସାଙ୍ଘାତିକ କଥା କହିଲେ ପୁରୁଷ ବନ୍ଧୁ ଯୁବତୀଙ୍କ ସହ ଥିଲା ୨ ବର୍ଷର ପ୍ରେମ ସମ୍ପର୍କ , ଯୁବତୀ ଆଗକୁ…

ଭୁବନେଶ୍ୱର,୨୨।୨: KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଯୁବତୀଙ୍କ ପୁରୁଷ ବନ୍ଧୁ ଆଦ୍‌ଭିକ୍‌ ଶ୍ରୀବାସ୍ଥବ ରିମାଣ୍ଡ ପରେ ଝାରପଡ଼ା ଜେଲ ଯାଇଛନ୍ତି।
ରିମାଣ୍ଡ ବେଳେ ପୋଲିସ ପାଖରେ ସତ ବଖାଣିଥିଲେ ଆଦ୍‌ଭିକ। ମୃତ ଛାତ୍ରୀଙ୍କ ସହ ତାଙ୍କର ୨ ବର୍ଷର ପ୍ରେମ ସମ୍ପର୍କ ଥିଲା। ଯୁବତୀ ସମ୍ପର୍କ ରଖିବାକୁ ଚାହୁଁ ନ ଥିବାରୁ ଝଗଡ଼ା ହେଉଥିଲା। ଶୁକ୍ରବାର ଅଭିଯୁକ୍ତଙ୍କ ଭଏସ ସ୍ପେକ୍ଟୋଗ୍ରାଫି ଟେଷ୍ଟ ହୋଇଛି।

KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରତିକ୍ରିୟା ରଖିଛନ୍ତି।ସେ କହିଛନ୍ତି, ଯେଉଁମାନଙ୍କୁ ସମନ ହୋଇଥିଲା ସେମାନେ ହାଜର ହୋଇଛନ୍ତି। ଉଚ୍ଚସ୍ତରୀୟ କମିଟି ଶୁଣାଣି କରି ସବୁ ରେକର୍ଡ କରି ରଖିଛି। ଯାହା ନିଷ୍କର୍ସ ଆସିବ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ମଧ୍ୟରେ ୧୦ ଜଣଙ୍କୁ ଗିରଫ କରାଯାଇ ସାରିଥିବା ମନ୍ତ୍ରୀ କହିଛନ୍ତି।
ସେ ଆହୁରି କହିଛନ୍ତି, ପୋଲିସ ଇନ୍‌ଭେଷ୍ଟିଗେସନ, ଫୋରେନସିକ ଯାଞ୍ଚ ଚାଲିଛି। ଭାଇରାଲ ଭିଡିଓର ଭଏସ ସ୍ପେକ୍ଟ୍ରୋଗ୍ରାଫି କରାଯିବ।