କିଟ୍‌ ଘଟଣାରେ ଆଉ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ହାଜର ପାଇଁ ଜାରି ହେଲା ନୋଟିସ

ଭୁବନେଶ୍ୱର,୭।୩: କିଟ୍‌ ଘଟଣାରେ ଆଉ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ହାଜର ପାଇଁ ନୋଟିସ ଜାରି କରାଯାଇଛି । କିଟ୍‌ର Director of Students affairs, DG International Relations, Director Administrative ଓ କିଟ୍‌ର ୩ ଜଣ ଛାତ୍ରଙ୍କୁ ପଚରାଉଚରା ପାଇଁ ରାଜ୍ୟ ଅତିଥି ଭବନରେ ଉଚ୍ଚ ସ୍ତରୀୟ କମିଟି ଆଗରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

କିଟ କେଳେଙ୍କାରୀ ତଦନ୍ତ ପାଇଁ ଗ୍ରାଉଣ୍ଡରେ NHRC ଟିମ । ନେପାଳୀ ଛାତ୍ରୀ ଆତ୍ମହତ୍ୟା ଓ ପରବର୍ତ୍ତୀ କାଣ୍ଡର ଖୋଳତାଡ଼ କରୁଛି। କିଟ୍‌ର ଦୁଇ ମହିଳା କର୍ମଚାରୀଙ୍କୁ NHRC ଟିମ ପଚରାଉଚରା କରୁଥିବା ସୂଚନା ମିଳିଛି ।

Share