ଭୁବନେଶ୍ୱର,୨୦।୨: କିଟ୍ ନେପାଳୀ ଛାତ୍ରଙ୍କୁ ମାଡ଼ ଘଟଣାରେ ଗୁରୁବାର ଆଉ ୫ ଜଣଙ୍କୁ ଗିରଫ କରାଯାଇଛି। ୪ ବାଉନସରଙ୍କ ସହ ଜଣେ ଆସିଷ୍ଟାଣ୍ଟ ଫିଲ୍ଡ ଅଫିସର ଗିରଫ ହୋଇଛନ୍ତି। ବାଉନସର ଅଜୟ ସ୍ବାଇଁ, ସରୋଜ ରାଉତରାୟ, ବାଉନସର ଚନ୍ଦନ ସ୍ବାଇଁ ଓ ସୁଧାଂଶୁ ଶେଖର ବେହେରା ଗିରଫ ହୋଇଥିବା ବେଳେ ଆସିଷ୍ଟାଣ୍ଟ ଫିଲ୍ଡ ଅଫିସର ରମାକାନ୍ତ ସେଠୀ ମଧ୍ୟ ଗିରଫ ହୋଇଥିବା ସୂଚନା ମିଳିଛି। ଭାଇରାଲ ଭିଡିଓ ଆଧାରରେ ଇନଫୋସିଟି ପୋଲିସ ଗିରଫ କରିଛି।
ଅନ୍ୟପଟେ ଗୁରୁବାର ଏହି ଘଟଣାରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସରକାରଙ୍କ ହାଇଲେବୁଲ କମିଟି ଆଗରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଜର ପାଇଁ ନିର୍ଦ୍ଦେଶ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ। ଚିଠି ଜରିଆରେ ତାଙ୍କୁ ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟାରେ ସମସ୍ତ ଡକ୍ୟୁମେଣ୍ଟ ସହ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି।


