KIIT student death case: ତାତିଲେ ପିଲା, କିଟ୍‌ରେ ଭଙ୍ଗାରୁଜା

ଭୁବନେଶ୍ୱର,୧୮।୨: କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (KIIT)ରେ ଜଣେ ନେପାଳୀ ଛାତ୍ରଙ୍କ ଆତ୍ମହତ୍ୟା ପରେ, ସାରା ରାଜ୍ୟରେ ଚହଳ ପଡିଛି। କେବଳ ରାଜ୍ୟରେ ନୁହେଁ ଦେଶକୁ ନିନ୍ଦିତ ହେବାକୁ ପଡିଛି। ଘଟଣାକୁ ନେଇ ପ୍ରତିବାଦ କରିବା ସମୟରେ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ଅସଭ୍ୟ ବ୍ୟବହାରର ଭିଡିଓ ଭାଇରାଲ ହୋଇଛି। ନେପାଳ ଛାତ୍ରୀଚାତ୍ରଙ୍କ ବିରୋଧରେ ଦିଆଯାଇଥିବା ସମ୍ବେଦନହୀନ ମନ୍ତବ୍ୟ ପାଇଁ ପରେ ବିଶ୍ୱବିଦ୍ୟାଳୟ କର୍ମଚାରୀମାନେ ଏବେ କ୍ଷମା ମାଗିଛନ୍ତି। ଘଟଣାକୁ ନେଇ ପୁଣି ପ୍ରତିବାଦ କରିବାକୁ ଓହ୍ଲାଇଛନ୍ତି ଛାତ୍ରୀଛାତ୍ର। ସେମାନେ କ୍ୟାଣ୍ଡେଲ ଧରିବା ସହ ସ୍ଲୋଗାନ ଦେଇ ରାଲି କରିଛନ୍ତି। ସଂଧ୍ୟାରେ ଛାତ୍ରୀଛାତ୍ରମାନେ ଆଇ ଲଭ୍‌ କିଟ୍‌ ଲେଖାଯାଇଥିବା ସ୍ଥାନକୁ ଭଙ୍ଗାରୁଜା କରିଛନ୍ତି। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି।