କ୍ୟାମ୍ପସ ଛାଡିଥିବା ଛାତ୍ରୀଛାତ୍ରଙ୍କୁ ଫେରିଆସିବାକୁ ଅନୁରୋଧ କଲା KIIT

ଭୁବନେଶ୍ୱର,୧୭।୨: କିଟ୍‌ କ୍ୟାମ୍ପସରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ୫୦୦ରୁ ଅଧିକ ନେପାଳୀ ଛାତ୍ରୀଛାତ୍ରଙ୍କୁ ଘରକୁ ପଠାଇ ଦିଆଯାଇଛି। ଏହା ପରେ KIIT ବିଶ୍ୱବିଦ୍ୟାଳୟ ନେପାଳୀ ଛାତ୍ରମାନଙ୍କୁ କ୍ୟାମ୍ପସକୁ ଫେରିବାକୁ ଅନୁରୋଧ କରିଛି।

ଏକ୍ସରେ ଏକ ପୋଷ୍ଟରେ, KIIT କହିଛି, ଗତକାଲି   KIIT କ୍ୟାମ୍ପସରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା। ଘଟଣା ପରେ ତୁରନ୍ତ ପୋଲିସ ଘଟଣାର ତଦନ୍ତ କରି ଅପରାଧୀଙ୍କୁ ଗିରଫ କରିଛି।

ବିଶ୍ୱବିଦ୍ୟାଳୟ ପ୍ରଶାସନ ଆହୁରି ମଧ୍ୟ କହିଛି ଯେ, କ୍ୟାମ୍ପସ ଏବଂ ହଷ୍ଟେଲରେ ସ୍ବାଭାବିକତା ଫେରାଇ ଆଣିବା ପାଇଁ ପ୍ରୟାସ କରାଯାଉଛି ଯାହା ଦ୍ୱାରା ଶିକ୍ଷାଗତ କାର୍ଯ୍ୟକଳାପ ପୁନର୍ବାର ଆରମ୍ଭ ହୋଇପାରିବ।

KIIT ମଧ୍ୟ ନେପାଳୀ ଛାତ୍ରମାନଙ୍କୁ ଏକ ଆବେଦନ ଜାରି କହିଛି, ଯେଉଁମାନେ କଲେଜ ଛାଡି ଯାଇଛନ୍ତି କିମ୍ବା ଯିବାକୁ ଯୋଜନା କରୁଛନ୍ତି, ସେମାନେ ଫେରି ଆସି ସେମାନଙ୍କ କ୍‌ଲାସ୍‌ ପୁନର୍ବାର ଆରମ୍ଭ କରନ୍ତୁ। ପୂର୍ବରୁ ବିଶ୍ୱବିଦ୍ୟାଳୟ ନେପାଳର ସମସ୍ତ ଆନ୍ତର୍ଜାତୀୟ ଛାତ୍ରଙ୍କୁ ତୁରନ୍ତ କ୍ୟାମ୍ପସ ଖାଲି କରିବାକୁ ନିର୍ଦ୍ଦେଶ ଦେଇ ଏକ ନୋଟିସ ଜାରି କରିଥିଲା।

ଅନ୍ୟପଟେ, ଏହି ଘଟଣା ଦୁର୍ଭାଗ୍ୟଜନକ କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ। ଏଥିସହ ସେ ମୃତ ଛାତ୍ରୀଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ମନ୍ତ୍ରୀ କହିଛନ୍ତି , ବିଶ୍ବବିଦ୍ୟାଳୟ ଓ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସହ ଯୋଗାଯୋଗରେ ଅଛି। ନେପାଳ ଛାତ୍ରୀଛାତ୍ରଙ୍କ ପାଇଁ ସାଇନ ଡାଏ କରିବା ଦୁର୍ଭାଗ୍ୟଜନକ। ସାଇନ ଡାଏ ଉଠିଛି, OSRTC ବସ୍‌ରେ ସେମାନଙ୍କୁ ଫେରାଇ ଅଣାଯିବ। ଭବିଷ୍ୟତରେ ଯେପରି ଧମକ ନ ମିଳେ, ସରକାର ଯତ୍ନବାନ ଅଛନ୍ତି ।