Posted inଖେଳ

ଷ୍ଟାଡିୟମ ବାହାର ରାସ୍ତାରେ ପଡ଼ିଲା ପୋଲାର୍ଡଙ୍କ ଛକା, ବଲ୍‌ ନେଇ ପଳାଇଲେ ପ୍ରଶଂସକ…

ଶାରଜା,୩୧।୧: ଓ୍ବେଷ୍ଟଇଣ୍ଡିଜର ଷ୍ଟାର ଅଲରାଉଣ୍ଡର କିରନ୍‌ ପୋଲାର୍ଡ ପୁଣି ଥରେ ବିସ୍ଫୋରକ ବ୍ୟାଟିଂ କରି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ୟୁଏଇରେ ଖେଳାଯାଉଥିବା ଅନ୍ତର୍ଜାତୀୟ ଲିଗ୍‌ ଟି୨୦(ଆଇଏଲ୍‌ଟି୨୦) ଟୁର୍ନାମେଣ୍ଟରେ ପୋଲାର୍ଡ ଏଭଳି ପ୍ରଦର୍ଶନ କରିଛନ୍ତି। ଟୁର୍ନାମେଣ୍ଟର ଏକ ମ୍ୟାଚ୍‌ରେ ପୋଲାର୍ଡ ଏଭଳି ୨ ଛକା ମାରିଥିଲେ ଯେ ବଲ୍‌ ଷ୍ଟାଡିୟମ ବାହାରକୁ ଚାଲିଯାଇଥିଲା।

ଆଇଏଲ୍‌ଟି୨୦ ଟୁର୍ନାମେଣ୍ଟରେ ଗୋଟିଏ ଟିମ୍‌ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ)ର ଅଛି, ଯାହାର ନାମ ଏମ୍‌ଆଇ ଏମିରେଟ୍ସ । ପୋଲାର୍ଡ ଏହାର ଅଧିନାୟକ ଅଟନ୍ତି। ଜାନୁୟାରୀ ୨୯, ରବିବାର ମୁମ୍ବାଇ ଏମିରେଟ୍ସ ଡେଜର୍ଟ ଭାଇପର୍ସ ସହ ମୁକାବିଲା ଥିଲା। ଏହି ମ୍ୟାଚ୍‌ରେ ପୋଲାର୍ଡ ବିସ୍ଫୋରକ ପ୍ରଦର୍ଶନ କରି ଦଳକୁ ୧୫୭ ରନ୍‌ରେ ବିଜେତା କରିଛନ୍ତି।

ଶାରଜାଠାରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପୋଲାର୍ଡ ୧୯ ବଲ୍‌ରେ ୫୦ ରନ୍‌ର ଇନିଂସ ଖେଳିଥିଲେ। ଏଥିରେ ୪ ଛକା ଏବଂ ସମାନ ସଂଖ୍ୟକ ଚୌକା ଥିଲା। ଏହି ଇନିଂସରେ ସେ ୨ ଲମ୍ବା ଛକା ମାରିଥିଲେ। ଏଥିରେ ବଲ୍‌ ଷ୍ଟାଡିୟମ ବାହାର ରାସ୍ତାରେ ପଡ଼ିଥିଲା। ଏହି ସମୟରେ ଗୋଟିଏ ବଲ୍‌କୁ ଜଣେ ପ୍ରଶଂସକ ରାସ୍ତାରୁ ଉଠାଇ ଫେରାଇବା ବଦଳରେ ନେଇ ପଳାଇ ଯାଇଥିଲେ। ଦ୍ୱିତୀୟ ଥର କିନ୍ତୁ ଭିନ୍ନ କଥା ଘଟିଥିଲା। ଏଥର ଜଣେ ପ୍ରଶଂସକ ବଲ୍‌କୁ ଉଠାଇ ଷ୍ଟାଡିୟମ ଭିତରକୁ ଫିଙ୍ଗିଥିଲେ। ଉଭୟ ଘଟଣା କ୍ୟାମେରାରେ କଏଦ ହୋଇଥିଲା। ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ବେଶ ଭାଇରାଲ ହେଉଛି। ବ୍ୟବହାରକାରୀମାନେ ଏଥିରେ ମଜାଦାର ପ୍ରତିକ୍ରିୟା ଦେଉଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri