ଖରାଛୁଟିରେ ପିଲାମାନେ ବୋର୍‌ ହେଉଥିଲେ…କରନ୍ତୁ ଏସବୁ କାମ

ଖରାଛୁଟିରେ ପିଲାମାନେ ଘରେ ରହୁଛନ୍ତି ପୂରା ସମୟ। ଖେଳାବୁଲା ପରେ ବି ହାତରେ ଢେର୍‌ ସମୟ। ଏ ସମୟରେ ପିଲା ଯେମିତି ବୋର୍‌ ହେବେ ନାହିଁ ସେଥିପାଇଁ ବିଭିନ୍ନ ପ୍ରକାର ବିକଳ୍ପ ଚିନ୍ତା କରନ୍ତି ମାଆମାନେ। ତେବେ କଣ କଲେ ସେମାନଙ୍କ ସମୟ ଭଲରେ କଟିବା ସହ କ୍ରିଏଟିଭିଟି ବଢିବ ସେନେଇ ଦୃଷ୍ଟି ଦିଅନ୍ତୁ…

ଏବେ ଘରେ ରହି ଛୁଟି ମନାଉଛନ୍ତି ପିଲାମାନେ। ସବୁଠୁ ଲମ୍ବା ଅବଧିର ଛୁଟି। ସ୍କୁଲ ପାଠପଢ଼ାର ବୋଝ କମ୍‌। ଖେଳାବୁଲା କରିବା ପରେ ବି ପାଖରେ ଢେର୍‌ ସମୟ। ତେଣୁ ଅନେକ ସମୟ ଘରେ ବସିବାକୁ ପଡ଼େ। ଘରେ କେହି କେହି ଟିଭି କିମ୍ବା ଫୋନ୍‌ ଦେଖିବାରେ ସମୟ କଟାନ୍ତି ତ ଆଉ କେତେକ ଘରେ ବୋର୍‌ ହୋଇ ସାଙ୍ଗମାନଙ୍କ ପାଖକୁ ଚାଲି ଯାଆନ୍ତି। ହେଲେ ଘରେ ରହି ସବୁବେଳେ ଫୋନ୍‌ କି ଟିଭି ଦେଖିବା ଅବା ଅନ୍ୟ କିଛି ବେକାର କାମରେ ଯେମିତି ସମୟ ନଷ୍ଟ ନ ହେଉ ସେହି ଚିନ୍ତା ଥାଏ ଅଭିଭାବକଙ୍କର। କିନ୍ତୁ ଘରେ ରହି ପିଲାମାନେ କେମିତି ଆଦୌ ବୋର୍‌ ନ ହେବେ ସେଥିପ୍ରତି ଦୃଷ୍ଟିଦେବା ଅଭିଭାବକଙ୍କ ଦାୟିତ୍ୱ। ବିଶେଷକରି ମାଆମାନେ ପିଲାଙ୍କୁ ଘରେ ଏଭଳି ଭାବରେ ବ୍ୟସ୍ତ କରାଇପାରିବେ ଯେ ସେମାନେ ସମୟକୁ ଏନ୍‌ଜୟ କରିବା ସହ ନୂଆ କଥା ବି ଶିଖିପାରିବେ।
ରୁଟିନ୍‌ ତିଆରି କରନ୍ତୁ
ଛୁଟିରେ ସ୍କୁଲ ଯିବା ସମୟ ଭଳି ଏକ ରୁଟିନ୍‌ ଜୀବନ ନ ଥାଏ। ମନ ଇଚ୍ଛାରେ ଖାଇବା, ପିଇବା କିମ୍ବା ଶୋଇବା ଆଦି ସବୁଥିରେ ଥାଏ ସ୍ବାଧୀନତା। ପ୍ରକୃତରେ ଛୁଟିର ଏହା ହିଁ ଅର୍ଥ। ହେଲେ ଛୁଟିରେ ସବୁବେଳେ ଏଭଳି ସମୟ କଟାଇବା ଫଳରେ ସବୁକିଛି ଓଲଟପାଲଟ ହୋଇଯାଏ। ଶାରୀରିକ ସମସ୍ୟା ସାଙ୍ଗକୁ ଏକ ଅପ୍ରୀତିକର ପରିବେଶ ସୃଷ୍ଟି ହୋଇଥାଏ। ତେଣୁ ଛୁଟିରେ ବି କିଛି ସମୟ ପାଇଁ ହେଲେ ବି ରୁଟିନ୍‌ ଲାଇଫ୍‌ ଦରକାର। ଛୁଟି କିଭଳି କଟାଇବେ ସେନେଇ ଏକ ରୁଟିନ୍‌ ଅନୁସରଣ କରିବା ପାଇଁ ପିଲାଙ୍କୁ କୁହନ୍ତୁ। ଯେମିତିକି କିଛି ସମୟ ବାହାରେ ଖେଳିବା, କିଛି ସମୟ ପଢ଼ିବା ଅବା କିଛି ସମୟ ଘରର ଅନ୍ୟ କାମ ପାଇଁ ଦେବାକୁ ହେବ। ଏପରି ଭାବେ ଚିନ୍ତାକଲେ ଆଉ ବୋର୍‌ ହେବାକୁ ପଡ଼ିବ ନାହିଁ। ତେଣୁ ପିଲାଙ୍କୁ ଏଭଳି କରିବାରେ ସାହାଯ୍ୟ କରନ୍ତୁ।
ଘର କାମରେ
ଛୁଟିରେ ପିଲାଙ୍କ ମନକୁ ଫ୍ରେଶ୍‌ କରିବା ପାଇଁ ମନୋରଞ୍ଜନ ବି ଜରୁରୀ। ତା ଅର୍ଥ ନୁହେଁ କି ସେମାନେ ସବୁବେଳେ ବୁଲାବୁଲି କରିବେ ଅବା ଟିଭି କିମ୍ବା ଫୋନ୍‌ ଦେଖିବେ। ତେଣୁ ମାଆମାନେ ସେମାନଙ୍କୁ ଘରକାମରେ ସାହାଯ୍ୟ କରିବା ପାଇଁ କୁହନ୍ତୁ। ବିଶେଷକରି ରୋଷେଇ ଘରେ ନିଜେ ଥିବାବେଳେ ପିଲାଙ୍କୁ ଡାକି ବିଭିନ୍ନ ପ୍ରକାର ପରିବା ଚିହ୍ନାନ୍ତୁ ଓ ସେସବୁର ଉପକାରିତା ସମ୍ପର୍କରେ ଜଣାନ୍ତୁ। ରୋଷେଇ କିପରି ହେଉଛି ଦେଖାନ୍ତୁ ଓ ସାହାଯ୍ୟ କରିବାକୁ କୁହନ୍ତୁ। ସୁଷମ ଖାଦ୍ୟ ତଥା ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ ଶିକ୍ଷା ଦିଅନ୍ତୁ। କର୍ମଜୀବୀ ହୋଇଥିଲେ ପିଲାଙ୍କୁ ସବୁବେଳେ ଘରର କିଛି କିଛି କାମରେ ସାହାଯ୍ୟ କରିବା ପାଇଁ ପିଲାଙ୍କୁ ଅଭ୍ୟାସ କରାନ୍ତୁ। ଏପରି ହେଲେ ପିଲାମାନେ ଖାଲି ସମୟରେ ଘରକାମ କରି ସମୟ କଟାଇବା ସହ ଖୁସି ହୋଇପାରିବେ।
କ୍ରିଏଟିଭ୍‌ ହାବିଟ୍‌ ବଢ଼ାନ୍ତୁ
ଛୁଟି ସମୟରେ ପାଠପଢ଼ା ବାଦ୍‌ ସେମାନଙ୍କୁ ଅନ୍ୟ କିଛି କରିବା ପାଇଁ ନିଶ୍ଚୟ କୁହନ୍ତୁ। କିଛି ନୂଆ କୋର୍ସରେ ନାମ ଲେଖାନ୍ତୁ। ଦିନକୁ କିଛି ସମୟ ସେମାନେ ସମର କୋର୍ସ ଯେପରି କରାଟେ, ଚେସ୍‌, ସ୍କେଟିଂ, ଡ୍ୟାନ୍ସ, ମ୍ୟୁଜିକ୍‌ ଆଦି ଯେକୌଣସି ବିଷୟରେ ଶିକ୍ଷା ନେବା ପାଇଁ ସୁଯୋଗ ଦିଅନ୍ତୁ। ଏହା ଫଳରେ ପିଲାଙ୍କର କ୍ରିଏଟିଭିଟି ବଢ଼ିବ। ଏକ ସମୟରେ ଛୁଟି ଭଲରେ କଟିବା ସହ ସେମାନଙ୍କ ଦକ୍ଷତା ବିକାଶ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

“ମୁଁ ଚାହୁଁଛି ଫାଇନାଲରେ ଭାରତ ହାରିଯାଉ” ବିସ୍ଫୋରକ ବୟାନ ଦେଲେ…

ନୂଆଦିଲ୍ଲୀ,୮।୩: ଦକ୍ଷିଣ ଆଫ୍ରିକାର କିମ୍ୱଦନ୍ତୀ ଦ୍ରୁତ ବୋଲର ଡେଲ ଷ୍ଟେନ, ଯିଏ ୪୦୦ ରୁ ଅଧିକ ଟେଷ୍ଟ ୱିକେଟ ନେଇଛନ୍ତି, ୨୦୨୬ ଟି-୨୦ ବିଶ୍ୱକପ ଫାଇନାଲ ପୂର୍ୱରୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ଫାଇନାଲ ପୂର୍ୱରୁ ICCର ନିଷ୍ପତ୍ତିକୁ ନେଇ ହଇଚଇ; ଭାରତ ଛାଡିବାକୁ ଜିଦ୍‌ ଧରିଲେଣି ଏହି ଖେଳାଳି

ନୂଆଦିଲ୍ଲୀ,୮।୩: ୨୦୨୬ ଟି୨୦ ବିଶ୍ୱକପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ, ଭାରତରେ…

ନିଜର ସେବା ଜରିଆରେ ନିଆରା ଉଦାହରଣ ସୃଷ୍ଟି କରିଥିଲେ ଡା. ନାରାୟଣୀ ପଣ୍ଡା: ମହିଳା ଦିବସରେ ବୁଜିଲେ ଆଖି

ସମ୍ବଲପୁର,୮।୩(ପ୍ରମୋଦ ବହିଦାର): ସମ୍ବଲପୁରର ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା ଜଣାଶୁଣା ସମାଜସେବୀ ଡା. ନାରାୟଣୀ ପଣ୍ଡାଙ୍କର ରବିବାର ପୂର୍ବାହ୍ନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ…

ଯୁଦ୍ଧ ମଇଦାକୁ ଓହ୍ଲାଇଲା ରୁଷିଆ! ଏବେ ବିଶ୍ୱଯୁଦ୍ଧ ଥୟ

ମସ୍କୋ,୮।୩: ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଇରାନକୁ ରୁଷିଆର ସହାୟତା ଆମେରିକାରେ ଉତ୍ତେଜନା ସୃଷ୍ଟି କରିଥିଲା। ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଦୂତଙ୍କ ମାଧ୍ୟମରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଏକ ବାର୍ତ୍ତା…

ବିଳମ୍ବିତ ରାତିରେ  ଘରେ ପଶିଗଲା ଆମ୍ବୁଲାନ୍ସ 

ନୟାଗଡ଼,୮।୩(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ଭାରସାମ୍ୟ ହରାଇ ଏକ ଘରେ ପଶିଗଲା  ଆମ୍ବୁଲାନ୍ସ । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲା ଦଶପଲ୍ଲା ବୁଗୁଡ଼ା ଛକରେ। ଦୁର୍ଘଟଣାରେ…

ଫାଇନାଲ ପୂର୍ବରୁ ଅଚାନକ ରିଟାୟର ଘୋଷଣା କଲେ ଏହି ଖେଳାଳି, କ୍ରିକେଟ ଜଗତରେ ହଇଚଇ!

ନୂଆଦିଲ୍‌ଲୀ,୮।୩: ନ୍ୟୁଜିଲାଣ୍ଡର ଷ୍ଟାର ଫାଷ୍ଟ ବୋଲର ଲିଆ ତାହୁହୁ ODI ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ କିୱି ଦଳର ଜଣେ ସଫଳ ଫାଷ୍ଟ ବୋଲର। ୨୦୨୬ରେ…

ଇରାନ ଯୁଦ୍ଧକୁ ନେଇ ଭାରତର ବଡ଼ ନଷ୍ପତ୍ତି, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୮।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀକୁ ନେଇ ଚାଲିଥିବା ସଙ୍କଟ ମଧ୍ୟରେ, ଭାରତ ସରକାର ପାରସ୍ୟ ଉପସାଗରରେ ଫସି ରହିଥିବା ଜାହାଜଗୁଡ଼ିକୁ ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri