କର୍ଲାମୁଣ୍ଡା:୨୪।୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ବଲାଙ୍ଗୀର ଜିଲାର ସୀମାନ୍ତରେ ରହିଛି ଧରାଖମନ ଗାଁ। ବ୍ଲକ ସଦରମହକୁମାରଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଏହି ଗାଁ ରହିଛି । ଗାଁର ପରିବାର ସଂଖ୍ୟା ପ୍ରାୟ ୯୦। ଗାଁ ଲୋକେ ମଜୁରୀ କାମ କରି ପେଟ ପୋଶନ୍ତି। ହେଲେ ଗାଁରେ କିଡନୀ ରୋଗ ଏକ ବଡ଼ ସମସ୍ୟା ଦେଖାଦେଇଛି।
କିଡ୍ନୀ ରୋଗୀରେ ଆକ୍ରାନ୍ତ ହୋଇ ଗ୍ରାମର ମାଡ୍ରାସ ଭୋଇ, ଚନ୍ଦ୍ର ଶେଖର ଭୋଇ, ମୁନିବର ଭୋଇ, ସାଦିନି ଭୋଇ, ଈଶ୍ୱର ଭୋଇ, ବିମନୀ ଭୋଇ, ମହାଦେବ ଭୋଇ, ପିତାମ୍ବର ପୁଟେଲ, ବିଶାମିତ୍ର ପୁଟେଲ, ରୂପ ମାଝୀ, ଜିତେନ୍ଦ୍ର ଭୋଇ, ଦମନ ଭୋଇ, ଉପେଶ୍ୱର ଭୋଇ, ସରସ୍ବତୀ ପୁଟେଲ ପ୍ରମୁଖ ୧୪ରୁ ଊଦ୍ଧର୍ବ ମହିଳା ପୁରୁଷଙ୍କ ମୃତ୍ୟୁବରଣ କରିଛନ୍ତି।
ଅନ୍ୟପକ୍ଷେ ଗ୍ରାମର ମୋତିଲାଲ ପୁଟେଲ, ଚୁଡାମଣି ପୁଟେଲ, ଜଗବନ୍ଧୁ ପୁଟେଲ, ଚନ୍ଦ୍ର ମଣୀ ଭୋଇ, ଯମୁନା ଜାନୀ, ମହାଦେବ ପୁଟେଲ, ମଚିନ୍ଦ୍ର ଭୋଇ, କିଆ ଭୋଇ, ନାଥ ଭୋଇ, ମିଥିଲା ଭୋଇ, ଧବଳେଶ୍ବର ଭୋଇ, ବିଦ୍ୟାଧର ପୁଟେଲ, ସୁମିତ୍ରା ପୁଟେଲ, ହେମ ସାଗର ପୁଟେଲ, ଭବାନୀ ଭୋଇ, ବନିତା ପୁଟେଲ, ଦୟା ସାଗର ରଣା, ଯୋଗୀନ୍ଦ୍ର ରଣା, କୁଞ୍ଜବନ ଭୋଇ ପ୍ରମୁଖ ୨୦ରୁ ଊଦ୍ଧର୍ବ ବ୍ୟକ୍ତି ଲକ୍ଷ୍ୟାଧିକ ଟଙ୍କା ଖର୍ଚ୍ଚ କରି ଚିକିତ୍ସିତ ହେଉଛନ୍ତି। ହେଲେ ସେମାନେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଗ୍ରାମର ସ୍ବେଚ୍ଛାସେବୀ ବଳଦେବ ଭୋଇ, ବିଶ୍ବମ୍ବର ଭୋଇ ପ୍ରମୁଖ କହିଛନ୍ତି।
ତେବେ କର୍ଲାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ତଦନ୍ତ କରିଥିଲେ ହେ କେଉଁ କାରଣରୁ ଗ୍ରାମବାସୀ କିଡ୍ନୀ ରୋଗୀରେ ଆକ୍ରନ୍ତ ହେଉଛନ୍ତି ତାହା ସ୍ପଷ୍ଟ ହୋଇପାରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରିଣୀଙ୍କୁ ପଚାରିବା ସର୍ଭେ କରାଯିବ ବୋଲି କହିଛନ୍ତି। ଅନ୍ୟପକ୍ଷେ ରାଜ୍ୟ ସରକାର ଘଟଣାର ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।


