ବାହାନଗା,୨୦ା୩(ଡି.ଏନ.ଏ.)-ବାହାନଗା ବ୍ଲକ ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗରେ ଜଣେ ଯୁବକଙ୍କ ସହିତ ତାଙ୍କ ମା’ ଓ ତାଙ୍କ ସହଯୋଗୀଙ୍କୁ ସୋର ଥାନା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଏଥିନିମନ୍ତେ ସୋର ଥାନାରେ ଏକ ମାମଲା(ନଂ.୧୨୬/୨୩) ରୁଜୁ ହୋଇଛି। ଗିରଫ ୩ଜଣ ହେଲେ ବାସୁଦେବପୁର ଥାନା ଅଞ୍ଚଳର ଚୂଡାମଣି ଗ୍ରାମର ଜୟଦେବ ସାହୁ(୨୪), ତାଙ୍କ ମା’ ପାର୍ବତୀ ସାହୁ ଓ ତାଙ୍କ ସହଯୋଗୀ ପ୍ରଶାନ୍ତ ରଣା।
ଜୟଦେବ ଗୁଜୁରାଟରେ ଏକ କମ୍ପାନୀରେ କାମ କରୁଥିବା ବେଳେ ବାହାନଗା ଅଞ୍ଚଳର ଜଣେ ନାବାଳିକାଙ୍କ ସହିତ ଫେସବୁକରେ ସମ୍ପର୍କ ଗଢିଉଠିଥିଲା। ପରେ ଜୟଦେବ ବାହାନଗା ଆସି ନାବାଳିକାଙ୍କୁ ଅପହରଣ କରିନେଇ ପଳାଇଥିଲେ। ଏ ବାବଦରେ ନାବାଳିକାଙ୍କ ପରିବାର ଲୋକ ସୋର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ମାତ୍ର ଗତ ରବିବାର ରାତିରେ ସୋର ପୋଲିସ ଚୂଡାମଣିରେ ପହଞ୍ଚି ସ୍ଥାନୀୟ ପୋଲିସ ସହାୟତାରେ ନାବାଳିକାଙ୍କୁ ଜୟଦେବଙ୍କ ମାମୁ ଘରୁ ଉଦ୍ଧାର କରିବା ସହ ଜୟଦେବଙ୍କୁ ଗିରଫ କରିଥିଲେ। ପରେ ପୋଲିସ ନାବାଳିକାଙ୍କ ବୟାନକୁ ଭିତ୍ତି କରି ଜୟଦେବଙ୍କ ମା’ ପାର୍ବତୀ ଓ ତାଙ୍କ ସାଙ୍ଗ ଶରତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଉଭୟଙ୍କର ଡାକ୍ତରୀମାଇନା କରାଯାଇଥିଲା।
Posted inHome Left, ଆମ ଜିଲା ଖବର, ବାଲେଶ୍ୱର View All
୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି
ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...
ଠିକ୍ ଭାବେ ହେଉନି ଅଧିକାଂଶ ବିଭାଗର କାର୍ଯ୍ୟ: ସାଧାରଣ ଲୋକେ ହନ୍ତସନ୍ତ
ଥୁଆମୂଳ ରାମପୁର,୨୦ା୧୨(ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସଭାଗୃହରେ ଶୁକ୍ରବାର ୫ମ ମାସିକ ବୈଠକ ବିଡିଓ ଧ୍ରୁବଚରଣ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...
ନୂଆ ବର୍ଷ ଆରମ୍ଭ ପୂର୍ବରୁ ବଡ଼ ଘୋଷଣା କରିଦେଲେ ଟ୍ରମ୍ପ, ସାଧାରଣ ଲୋକଙ୍କୁ ହେବ ଫାଇଦା
ଓ୍ବାଶିଂଟନ୍,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଟାରିଫ୍ ଏବଂ ଟିକସ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଉତ୍ତର କାରୋଲିନାରେ ତାଙ୍କ ଭାଷଣ...
ମାଲାୟାଲମ୍ ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ପରଲୋକ, ୨୦୦ରୁ ଅଧିକ ଚଳଚ୍ଚିତ୍ରରେ କରିଥିଲେ ଅଭିନୟ
ନୂଆଦିଲ୍ଲୀ,୨୦ା୧୨: ମାଲାୟାଲମ ସିନେମା ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ଦେହାନ୍ତ ହୋଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ସେ କିଛି ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ...
ଟେଷ୍ଟ କ୍ରିକେଟ୍ରେ ଏମିତି ବିଶ୍ୱରେକର୍ଡ: ପୂର୍ବରୁ କେବେ ହୋଇ ନ ଥିଲା…
ମାଉଣ୍ଟ ମାଉଙ୍ଗାନୁଇ,୨୦।୧୨: ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଟେଷ୍ଟ ଏକ ରୋମାଞ୍ଚକର ଘଟଣା ପାଲଟିଛି। ଆୟୋଜକ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନରେ...
ବଡ଼ ଦିନକୁ ଶାନ୍ତିଶୃଙ୍ଖଳା ସହ ପାଳନ କରିବା ପାଇଁ ପୋଲିସ ତରଫରୁ ବ୍ୟାପକ ପଦକ୍ଷେପ, ଗାଁ ଗାଁରେ ହେଲା…
ଜି.ଉଦୟଗିରି,୨୦।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସମସ୍ତ ଚର୍ଚ୍ଚଗୁଡ଼ିକରେ ପ୍ରାକ ବଡ଼ଦିନ ଉତ୍ସବ ପାଳନ ଚାଲିଥିବା ବେଳେ ବଡ଼ଦିନ ପାଇଁ ଅଞ୍ଚଳବାସୀ ଚର୍ଚ୍ଚ ଗୃହ...
ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍
ଜଗତସିଂହପୁର: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଗତସିଂହପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି...
କାର୍ରେ ଗଞ୍ଜେଇ ଚାଲାଣ କରୁଥିଲେ ଦମ୍ପତି, ମାଡିବସିଲା ପୋଲିସ, ତା’ପରେ…
ମୋହନା,୨୦।୧୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ନଳାଘାଟ ଗାଁ ନିକଟରେ କାର୍ ସହ ୨୬ କିଲୋ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ...
Archives


